ବିରାଟଙ୍କୁ ଦେଖିବାକୁ ଅସମ୍ଭାଳ ଭିଡ଼, ପୋଲିସ ବାଇକ୍ କ୍ଷତିଗ୍ରସ୍ତ

ନୂଆଦିଲ୍ଲୀ: ସାଧାରଣତଃ ସେଲିବ୍ରିଟିମାନଙ୍କ ଟିକେ ଝଲକ ପାଇବା ପାଇଁ ପ୍ରଶଂସକମାନେ ଭିଡ଼ ଜମାଇଥାନ୍ତି । ନିଜ ପସନ୍ଦର ସିନେ ତାରକା ହୁଅନ୍ତୁ ବା କ୍ରିକେଟ୍ ତାରକାଙ୍କୁ ଦେଖିବାକୁ ଏବଂ ତାଙ୍କ ସହ ସେଲ୍ଫି ନେବାକୁ ଉତ୍ସାହିତ ହୋଇପଡ଼ନ୍ତି ପ୍ରଶଂସକ । ତେଣୁ ଉତ୍ସାହ ବେଳେବେଳେ ଅଘଟଣ ଆଣେ, ଦଳଚକଟାର କାରଣ ସାଜେ । ଆଜି ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟର ବିରାଟ କୋହଲିଙ୍କ ପାଇଁ ଅସମ୍ଭାଳ ଭିଡ ହୋଇଛି । ଫଳରେ ୪ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି ।

ତେବେ ଦୀର୍ଘ ୧୨ ବର୍ଷ ପରେ ବିରାଟ ରଣଜୀ ଖେଳିବାକୁ ମୈଦାନକୁ ଓହ୍ଲାଇଛନ୍ତି । ନୂଆଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମ ବାହାରେ ବିରାଟଙ୍କୁ ଦେଖିବା ପାଇଁ ପ୍ରବଳ ଭିଡ଼ ସହ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ପ୍ରଶଂସକମାନେ ସେମାନଙ୍କର ପ୍ରିୟ ତାରକାଙ୍କୁ ଦେଖିବା ପାଇଁ ଉତ୍ସାହିତ ହୋଇପଡ଼ିଥିଲେ । ବହୁ ସଂଖ୍ୟାରେ ସେ ସ୍ଥାନକୁ ଆସିଥିଲେ। କିନ୍ତୁ ପ୍ରବଳ ଭିଡ଼ ହେତୁ ପ୍ରଶଂସକମାନେ ଆହତ ହୋଇଥିଲେ । ଫାଟକ ପାଖରେ କିଛି ପ୍ରଶଂସକ ଆହତ ହୋଇ ତଳ ପଡ଼ି ଯାଇଥିଲେ । ଏଥିସହ ଏକ ପୋଲିସ ବାଇକ୍ ଏହି ଭିଡ଼ ଭିତରେ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ଏମିତି କି ଅନେକ ସେମାନଙ୍କ ଜୋତା ଛାଡ଼ି ଆଗକୁ ମାଡ଼ି ଯାଇଛନ୍ତି। ଏହି ବିଶୃଙ୍ଖଳାରେ ଏକାଧିକ ଆହତ ହୋଇଥିବା ସୂଚନା ରହିଛି।

ସେହିପରି ଗତ ଡିସେମ୍ବର ୪ ତାରିଖରେ ଫିଲ୍ମ ପୁଷ୍ପା-୨ର ପ୍ରିମିୟର ସୋ’ରେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଦେଖିବାକୁ ମଧ୍ୟ ପ୍ରଶଂସକଙ୍କ ଭିଡ ଲାଗିଥିଲା । ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଦଳଚକଟା ହୋଇଥିଲା । ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ନାବାଳକ ପୁଅ ଗୁରୁତର ହୋଇଥିଲା । ପରେ ଏହି ମାମଲାରେ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରାଯାଇଥିଲା ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *