ମୁମ୍ବାଇ: ମହାକୁମ୍ଭରେ ବୁଡ ପକାଉଛନ୍ତି ସେଲିବ୍ରେଟି। ନିକଟର ଅଭିନେତା ମିଲିନ୍ଦ ସୋମନ ତାଙ୍କ ପତ୍ନୀଙ୍କ ସହ ମହାକୁମ୍ଭରେ ବୁଡ଼ ପକାଇଛନ୍ତି। ଯାହାର ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ବେକରେ ରୁଦ୍ରାକ୍ଷ ସହ ହଳଦିଆ ରଙ୍ଗର ଧୋତି ପିନ୍ଧିଥିବା ବେଳେ ପତ୍ନୀ ଅଙ୍କିତା କପୁର ନାଲି ରଙ୍ଗ ସୁଟ୍ ପିନ୍ଧିଥିବା ଦେଖିବାକୁ ମିଳିଛି। ଦୁହେଁ ମହାକୁମ୍ଭରେ ବୁଡ଼ ପକାଇବା ସହ ସେଠାରେ ପୂଜାର୍ଚ୍ଚନା କରିଥିଲେ। ହାତ ଯୋଡ଼ି ପ୍ରଣାମ କରୁଥିବା ଫଟୋ ଅଙ୍କିତା ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।
ଏହାରି ମଧ୍ୟରେ ଅଭିନେତ୍ରୀ ପୁନମ ପାଣ୍ଡେ ଏକ ଭିଡିଓ ସେୟାର କରିଛନ୍ତି । ପୁନମ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଗାଧୋଇବାର ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି । ମହାକୁମ୍ଭରେ ମୋର ସମସ୍ତ ପାପ ଧୋଇ ହୋଇଯାଇଛି ବୋଲି ସେ ଲେଖିଛନ୍ତି ।
ମହାକୁମ୍ଭରୁ ତାଙ୍କ ସ୍ନାନର ଭିଡିଓ ଏବଂ ଫଟୋ ସେୟାର କରି ପ୍ରଥମେ ଲେଖିଛନ୍ତି, ମୌନୀ ଅମାବାସ୍ୟାରେ ମହାକାଳଙ୍କ ସ୍ନାନର ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି । ଏହି ଫଟୋଗୁଡ଼ିକୁ ସେୟାର କରି ପୁନମ ପାଣ୍ଡେ ଲେଖିଛନ୍ତି, ମୋର ସମସ୍ତ ପାପ ଧୋଇ ହୋଇଯାଇଛି। ଏହା ପରେ, ପୁନମ ପାଣ୍ଡେଙ୍କୁ କେତେବେଳେ ଘାଟରେ ତ କେତେବେଳେ ଡଙ୍ଗାରେ ଦେଖିବାକୁ ମିଳିଥିଲା । ଗତ ବର୍ଷ ପୁନମ ତାଙ୍କ ମୃତ୍ୟୁର ଗୁଜବ ପ୍ରଚାର କରି ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି କରିଥିଲେ ।