ସୋସିଆଲ ମିଡିଆରେ ବିବାହ ଫଟୋ ସେୟାର

ମୁମ୍ବାଇ: ରାପର, ସଂଗୀତଜ୍ଞ ଏବଂ ନୃତ୍ୟଶିଳ୍ପୀ ରପ୍ତାର ଦ୍ୱିତୀୟ ବିବାହ କରିଛନ୍ତି। ଦିଲିନ୍ ନାୟାର ଓରଫ ରପ୍ତାର ଶୁକ୍ରବାର, ଅଭିନେତ୍ରୀ ମନରାଜ ଜବାଣ୍ଡାଙ୍କୁ ବିବାହ କରିଛନ୍ତି। ସେମାନଙ୍କ ବିବାହର ପ୍ରଥମ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ରାପର୍ ମଣ୍ଡପରେ ତାଙ୍କ ମନରାଜ ଙ୍କୁ ମଙ୍ଗଳସୂତ୍ର ପିନ୍ଧାଉଥିବା ଦେଖିବାକୁ ମିଳିଛି। ଏହି ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରପ୍ତାର ତାଙ୍କ ପୂର୍ବତନ ପତ୍ନୀ କୋମଲ ଭୋହରାଙ୍କ ଠାରୁ ଛାଡପତ୍ରର ପାଞ୍ଚ ବର୍ଷ ପରେ ଦ୍ୱିତୀୟ ବିବାହ କରିଛନ୍ତି।

ରପ୍ତାର ଏକ ମାଲୟାମିି ପରିବାରର ଅଟନ୍ତି। ତେଣୁ, ସେମାନଙ୍କର ବିବାହ ପାରମ୍ପରିକ ଦକ୍ଷିଣ ଭାରତୀୟ ଶୈଳୀରେ ହୋଇଥିଲା। ଭାଇରାଲ ହେଉଥିବା ଫଟୋଗୁଡ଼ିକରେ, ରପ୍ତାର ଏବଂ ମନରାଜ ବିବାହ ସ୍ଥାନରେ ବସିଛନ୍ତି। ରପ୍ତାରଙ୍କ ପ୍ରକୃତ ନାମ କଳାଥିଲକୁଝିଲ ଦେବଦାସନ ଦିଲିନ ନାୟର। ତାଙ୍କର ଜନ୍ମ ୧୬ ନଭେମ୍ବର ୧୯୮୮ରେ କେରଳର ତ୍ରିଭେନ୍ଦ୍ରମ (ବର୍ତ୍ତମାନ ତିରୁବନନ୍ତପୁରମ)ରେ ହୋଇଥିଲା। ତାଙ୍କ ବାପାମା ଦିଲ୍ଲୀରେ ରୁହନ୍ତି। ପୂର୍ବରୁ ଡିସେମ୍ବର ୨୦୧୬ରେ, ରାପର୍ ଟିଭି ଅଭିନେତା କରଣ ଭୋହରା ଏବଂ କୁନାଲ ଭୋହରାଙ୍କ ଭଉଣୀ କୋମଲ ଭୋହରାଙ୍କୁ ବିବାହ କରିଥିଲେ। ଚାରି ବର୍ଷ ପରେ, ୨୦୨୦ ମସିହାରେ, ଦୁହେଁ ଛାଡପତ୍ର ପାଇଁ ଆବେଦନ କରିଥିଲେ। କୋଭିଡ-୧୯ ମହାମାରୀ ଯୋଗୁଁ ଆଇନଗତ ପ୍ରକ୍ରିୟା ବିଳମ୍ବିତ ହୋଇଥିଲା ଏବଂ ଶେଷରେ ରପ୍ତାର ଏବଂ କୋମଲଙ୍କ ମଧ୍ୟରେ ୬ ଅକ୍ଟୋବର ୨୦୨୨ରେ ଛାଡପତ୍ର ହୋଇଥିଲା।

ଶୁକ୍ରବାର ବିବାହ ପୂର୍ବରୁ ଗୁରୁବାର ସନ୍ଧ୍ୟାରେ ରଫତାର ଏବଂ ମନରାଜଙ୍କ ହଳଦୀ ଏବଂ ସଙ୍ଗୀତ ସମାରୋହ ହୋଇଥିଲା। ଏହି ସମାରୋହର କିଛି ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ରଫତାର ଏବଂ ମନରାଜ ‘ସପନେ୍ ମେଁ ମିଲତି ହୈ’ ଗୀତରେ ନାଚୁଥିବାର ଦେଖାଯାଉଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *