ତୁରନ୍ତ କ୍ଷମା ମାଗିବାକୁ ମିଥୁନ ଚକ୍ରବର୍ତ୍ତୀଙ୍କୁ ପାକିସ୍ତାନରୁ ଧମକ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଧମକ। ତାଙ୍କୁ ଖୋଲାଖୋଲି ଭାବେ ଧମକ ଦେଇଛି ପାକିସ୍ତାନର ଡନ୍। କ୍ଷମା ନମାଗିଲେ ପରେ ପରିଣାମ ଭୋଗୀବାକୁ ମଧ୍ୟ ପ୍ରସ୍ତୁତ ରୁହ ବୋଲି ମିଳିଛି ଧମକ। ଜଣେ ପାକିସ୍ତାନୀ ଡନ୍ ଶହଜାଦ ଭଟ୍ଟୀ ୧୫ ଦିନ ଭିତରେ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ମିଥୁନ ଚକ୍ରବର୍ତ୍ତୀଙ୍କୁ ଧମକ ଦେଇଛନ୍ତି।

ପାକିସ୍ତାନୀ ଡନ୍ ଶହଜାଦ ଭଟ୍ଟୀର ଦୁଇଟି ଭିଡିଓ ଜାରି କରିଛି। ଯେଉଁଥିରେ ସେ ନିକଟରେ ମିଥୁନ ଚକ୍ରବର୍ତ୍ତୀ ଦେଇଥିବା ଏକ ବୟାନକୁ ନେଇ ଧମକ ଦେଉଥିବା ଦେଖିବାକୁ ମିଳିଛି। ୧୦-୧୫ ଦିନ ମଧ୍ୟରେ କ୍ଷମା ମାଗନ୍ତୁ। କ୍ଷମା ମାଗିବା ଆପଣଙ୍କ ପାଇଁ ଭଲ। ଯଦି ଏଭଳି ନକରନ୍ତି ତେବେ ଆପଣଙ୍କୁ ପସ୍ତେଇବାକୁ ପଡିବ। ପାକିସ୍ତାନୀ ଡନ୍ ଶହଜାଦ ଭଟ୍ଟୀର ଏହି ଧମକପୂର୍ଣ୍ଣ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନାଯୋଗ୍ୟ ଯେ ଗତ ମାସରେ ମିଥୁନ ଚକ୍ରବର୍ତ୍ତୀ ଉତ୍ତର ୨୪ ପରଗନା ଜିଲ୍ଲାରେ ଏକ ଦଳୀୟ କାର୍ଯ୍ୟକ୍ରମ ଯୋଗ ଦେଇଥିଲେ। ନିଜ ଭାଷଣ ସେ କହିଥିଲେ ଯେ, ‘ଆଜି ମୁଁ ଜଣେ ଅଭିନେତା ନୁହେଁ ବରଂ ୬୦ଦଶକର ମିଥୁନ ଚକ୍ରବର୍ତ୍ତୀ ଭାବରେ କହୁଛି । ରାଜନୀତିର କୌଶଳ ତାଙ୍କ ପାଇଁ ନୂଆ ନୁହେଁ କାରଣ ମୁଁ ରକ୍ତ ରାଜନୀତି କରିସାରିଛି। ମୁଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ କହିଛି ଯେ ଏଥିପାଇଁ ଯାହା ଦରକାର ତାହା କରିବି। ଏଠାରେ ଜଣେ ନେତା କହିଥିଲେ ଯେ ହିନ୍ଦୁମାନଙ୍କୁ କାଟିକି ଭାଗୀରଥୀରେ ଫିଙ୍ଗି ଦେବୁ, କିନ୍ତୁ ମୁଁ ଭାବିଲି ଏହାକୁ ନେଇ ମୁଖ୍ୟମନ୍ତ୍ରୀ କିଛି କହିବେ, କିନ୍ତୁ କିଛି ହେଲା ନାହିଁ ଏବଂ ବର୍ତ୍ତମାନ ମୁଁ କହୁଛି ମୁଁ ତୁମକୁ ତୁମ ଦେଶରେ ପୋତି ଦେବି। ମିଥୁନଙ୍କ ଏହି ମନ୍ତବ୍ୟକୁ ନେଇ କ୍ଷମା ମାଗିବାକୁ ଡନ୍ ଧମକ ଦେଇଥିବା ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *