ଏଥର ବି ଚର୍ଚ୍ଚାରେ ନିର୍ମଳାଙ୍କ ଶାଢି: କିଏ ଦେଇଥିଲେ ଏହି ଶାଢି ଉପହାର ?

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ନିର୍ମଳା ସୀତାରମଣଙ୍କ ଶାଢି । ଏଥର ବଜେଟ୍ ଉପସ୍ଥାପନା କଲା ବେଳେ କେଉଁ ପ୍ରକାର ଶାଢି ପିନ୍ଧିବେ, ସେ ଶାଢିର ରଙ୍ଗ କେମିତି ହେବ, ଶାଢିର ଧଡିରେ କେଉଁ ରାଜ୍ୟର କଳା କାରିଗରି ସ୍ଥାନ ପାଇବ ତାକୁ ନେଇ ଅନେକ କଳ୍ପନା ଜଳ୍ପନା ଲାଗି ରହିଥିଲା । ଶେଷରେ ଆଜି ଅର୍ଥମନ୍ତ୍ରୀ କ୍ରିମ୍ କଲରର ଶାଢି ପିନ୍ଧିଛନ୍ତି । ଯାହାକୁ ପିନ୍ଧି ଆଜି ସେ ସଂସଦରେ ବଜେଟ୍ ଉପସ୍ଥାପନା କରୁଛନ୍ତି ।

ଅର୍ଥମନ୍ତ୍ରୀ ନିର୍ମଳା ବଜେଟ ଉପସ୍ଥାପନ କରିବାବେଳେ ପ୍ରତିଥର ବିଶେଷ ଶାଢିରେ ନଜର ଆସନ୍ତି। ଚଳିତ ବଜେଟ ପାଇଁ ସେ କ୍ରିମ୍ କଲର ଶାଢିରେ ଏବଂ ନାଲି ବ୍ଲାଉଜ୍ ପିନ୍ଧିଥିବା ନଜର ଆସିଛନ୍ତି। ଶାଢିର ବର୍ଡରରେ ଗୋଲଡେନ୍ କାରୁକାର୍ଯ୍ୟ ହୋଇଛି। ଶାଢି ଚୟନରେ ହସ୍ତତନ୍ତ ପ୍ରତି ତାଙ୍କର ଭଲପାଇବାକୁ ସେ ପ୍ରଦର୍ଶନ କରିଛନ୍ତି। ତେବେ ଏହା ବିହାରର ମଧୁବନୀ ଶାଢି । ଏହି ଶାଢିକୁ ପଦ୍ମଶ୍ରୀ ଦୁଲାରୀ ଦେବୀ ଅର୍ଥମନ୍ତ୍ରୀଙ୍କୁ ଉପହାର ଦେଇଥିଲେ । ଆଉ ବଜେଟ୍ ଦିନ ଏହି ଶାଢି ପିନ୍ଧିବାକୁ କହିଥିଲେ । ଅର୍ଥମନ୍ତ୍ରୀ ନିର୍ମଳା ପଦ୍ମଶ୍ରୀ ଦୁଲାରୀ ଦେବୀଙ୍କ ସମ୍ମାନରେ ଏହି ଶାଢି ପିନ୍ଧିଥିବା କୁହାଯାଉଛି । ତେବେ ମିଥିଲା କଳା ଅନୁଷ୍ଠାନକୁ ଗସ୍ତ ସମୟରେ ଏହି ଶାଢି ତାଙ୍କୁ ଉପହାର ମିଳିଥିଲା ।

ଲଗାତାର ୭ ବର୍ଷ ଧରି ୭ ଥର ବଜେଟ୍ ଉପସ୍ଥାପନା ବେଳେ ଭିନ୍ନ ଭିନ୍ନ ଶାଢି ପିନ୍ଧି ଚର୍ଚ୍ଚାରେ ରହିଛନ୍ତିି ଅର୍ଥମନ୍ତ୍ରୀ ନିର୍ମଳା । କେବେ ନୀଳ ରଙ୍ଗ ତ ଆଉ କେବେ ମେରୁନ ରଙ୍ଗର, ପୁଣି କେବେ ସମ୍ବଲପୁରୀ ଶାଢି ପିନ୍ଧି ଚର୍ଚ୍ଚାରେ ରୁହନ୍ତି ନିର୍ମଳା । ବର୍ଷ ବର୍ଷ ଧରି ଅର୍ଥମନ୍ତ୍ରୀ ନିର୍ମଳା ବଜେଟ ଦିବସରେ ସର୍ବଦା ହାତବୁଣା ଶାଢ଼ିରେ ନଜର ଆସିଥାନ୍ତି । ସେ ଭାରତର ସମୃଦ୍ଧ ହସ୍ତତନ୍ତ ଏବଂ କପଡ଼ା ଐତିହ୍ୟକୁ ଜାତୀୟ ମଞ୍ଚରେ ପହଞ୍ଚାଇଛି।

୨୦୧୯ ମସିହାରେ ଅର୍ଥମନ୍ତ୍ରୀ ନିର୍ମଳାଙ୍କର ପ୍ରଥମ ବଜେଟ ଅଧିବେଶନ ଥିଲା । ଏହି ସମୟରେ ସେ ଏକ ଗୋଲାପୀ ରଙ୍ଗର ମଙ୍ଗଳଗିରି ସିଲ୍କ ଶାଢ଼ି ପିନ୍ଧିଥିଲେ ଯାହାର ଗୋଲଡେନ୍ ବର୍ଡର ଥିଲା। ସେହିପରି ଅର୍ଥମନ୍ତ୍ରୀ ନିର୍ମଳା ୨୦୨୦ ବଜେଟ ପାଇଁ ଏକ ହଳଦିଆ ରେଶମ ଶାଢ଼ି ପିନ୍ଧିଥିଲେ। ହିନ୍ଦୁ ସଂସ୍କୃତିରେ ହଳଦିଆ ରଙ୍ଗକୁ ଶୁଭ ବୋଲି ବିଶ୍ୱାସ କରାଯାଏ ଏବଂ ଏହା ଆଶା ଏବଂ ସମୃଦ୍ଧିର ପ୍ରତୀକ। ୨୦୨୧ରେ ବଜେଟ ଉପସ୍ଥାପନ କରିବା ସମୟରେ ସେ ଏକ ପୋଚମ୍ପାପଲ୍ଲୀ ସିଲ୍କ ଶାଢ଼ି ପିନ୍ଧିଥିଲେ, ଯାହାର ରଙ୍ଗ ଲାଲ ଏବଂ ଧଳା ଥିଲା। ଶାଢ଼ି ମାଧ୍ୟମରେ, ସେ ସ୍ଥାନୀୟ କାରିଗର ଏବଂ ଭାରତୀୟ ବୁଣାକାର ସମ୍ପ୍ରଦାୟ ପ୍ରତି ତାଙ୍କର ସମର୍ଥନ ଦେଖାଇଛନ୍ତି।

ଅର୍ଥମନ୍ତ୍ରୀ ୨୦୨୨ରେ ଏକ ବୋମକାଇ ପାଟ ଶାଢ଼ି ପିନ୍ଧିଥିଲେ । ଏହା ଆଞ୍ଚଳିକ ହସ୍ତଶିଳ୍ପ ଏବଂ କଳାକୁ ପ୍ରୋତ୍ସାହିତ କରିଥିଲା। ଏହା ଓଡ଼ିଶାର ହସ୍ତତନ୍ତ ଐତିହ୍ୟକୁ ପ୍ରତିନିଧିତ୍ୱ କରେ। ସେହିପରି ୨୦୨୩ରେ ବଜେଟ ଉପସ୍ଥାପନ କରିବା ସମୟରେ ନିର୍ମଳା ଏକ ଲାଲ ରେଶମ ଶାଢ଼ି ପିନ୍ଧିଥିଲେ। ଏହା କର୍ନାଟକର ଧାରୱାଡ ଅଞ୍ଚଳର କସୁତି ଏମ୍ବ୍ରୋଡୋରୀର ସୌନ୍ଦର୍ଯ୍ୟକୁ ପ୍ରଦର୍ଶନ କରୁଥିଲା। ୨୦୨୪ରେ ଅର୍ଥମନ୍ତ୍ରୀ ଏମ୍ବ୍ରୋଡେରୀ ସହିତ ଏକ ନୀଳ ଟସର ସିଲ୍କ ଶାଢ଼ି ପିନ୍ଧିଥିଲେ, ଯାହା ପଶ୍ଚିମବଙ୍ଗରେ ଏକ ଲୋକପ୍ରିୟ ହସ୍ତଶିଳ୍ପ ସହ ଜଡ଼ିତ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *