ଏକ ଘରୋଇ କମ୍ପାନୀ ଆଣିଲା ଏଭଳି ଅଫର

ବେଙ୍ଗାଲୁରୁ: ପ୍ରେମରେ ଧୋକା ଖାଇଲେ ମିଳିବ ଚାକିରି। କଥାଟା ଆପଣଙ୍କୁ ବିଶ୍ୱାସ ଲାଗୁନଥିଲେ ମଧ୍ୟ ସତ। ଯଦି ଆପଣ ପ୍ରେମରେ ଧୋକା ଖାଇଛନ୍ତି, ତେବେ ଆପଣଙ୍କ ପାଇଁ ବଡ଼ ଚାକିରି କରିବାର ଅଫର ଅଛି। ସେ ପୁଣି ଭଲ କମ୍ପାନୀରେ। ଏଭଳି କିଛି ଅଫର ନେଇ ଆସିଛି ବେଙ୍ଗାଲୁରୁ ସହରର ଏକ ଘରୋଇ କମ୍ପାନୀ। ଯେଉଁମାନେ ପ୍ରେମରେ ଧୋକା ଖାଇଛନ୍ତି ସେମାନଙ୍କ ଲାଗି ଆମ ଭାରତ ଭିତରେ ରହିଛି ଏପରି ସୁବର୍ଣ୍ଣ ସୁଯୋଗ।

ତେବେ ଆଜି କାଲିର ଯୁବପିଢୀଙ୍କ ଭିତରେ ଅଧିକାଂଶ ବ୍ରେକଅପ ହେଉଥିବା ଘଟଣା ସାମ୍ନାକୁ ଆସୁଛି। ବ୍ରେକଅପ ପରେ କିଏ ଜୀବନ ହାରୁଛି ତ ଆଉ କିଏ ଦୁଃଶ୍ଚିନ୍ତାକୁ ଚାଲିଯାଉଛନ୍ତି। ଆଉ ଏହାରି ଭିତରେ ପ୍ରେମରେ ଧୋକା ଖାଇଥିବା ଯୁବକ ଯୁବତୀଙ୍କ ପାଇଁ ଏକ ଘରୋଇ କମ୍ପାନୀ ତରଫରୁ ମିଳିଛି ଚାକିରି କରିବାର ସୁବିଧା। ହଁ ଆପଣ ଠିକ୍ ଶୁଣିଲେ, ଏଥିରେ କିନ୍ତୁ ସମସ୍ତେ ଆବେଦନ କରିପାରିବେ ନାହିଁ। ଯେଉଁମାନେ ପ୍ରେମରେ ଧୋକା ଖାଇଛନ୍ତି ସେମାନଙ୍କୁ ହିଁ ନିଯୁକ୍ତି ସୁଯୋଗ ମିଳିବ।

ତେବେ ଏନେଇ ବେଙ୍ଗାଲୁରୁର ଘରୋଇ କମ୍ପାନୀ ଟପ୍ ମେଟ୍ ଡେଟିଂ ଅଫିସର ପାଇଁ ପୋଷ୍ଟ ଖୋଲିଛି। ଏଥିପାଇଁ କେବଳ ଧୋକା ଖାଇଥିବା ଯୁବକ ଯୁବତୀ ହିଁ ଫର୍ମ ପକାଇ ପାରିବେ। ଆଉ ଏହି କମ୍ପାନୀରେ କେବଳ ବ୍ରେକଅପ ହୋଇଥିବା ଲୋକଙ୍କୁ ହିଁ ଚାକିରି ମିଳିବ ବୋଲି ସ୍ପଷ୍ଟ କରାଯାଇଛି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। କେବଳ ଚାକିରି ମିଳିବ ତାହା ନୁହେଁ ଉଚ୍ଚ ଦରମା ମଧ୍ୟ ମିଳିବ ବୋଲି କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସୂଚନା ଅନୁସାରେ, ସଂପୃକ୍ତ କମ୍ପାନୀ ଚିଫ୍ ଡେଟିଂ ଅଫିସର ପୋଜିସନ୍ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି। ଯେଉଁମାନେ ଏହି ଚାକିରି ଲାଗି ଆବେଦନ କରିବେ ସେମାନେ ଅନଲାଇନ୍ ଡେଟି, ବ୍ରେକଅପ୍ ଓ ଲଭ୍‌ର ବିଟ୍ ଟୁ ବିଟ୍ ଜାଣିଥିବାର ଆବଶ୍ୟକତା ରହିଛି। ଯେଉଁମାନେ ଏହି ଯୋଗ୍ୟତା ରଖିଥିବେ ସେମାନେ ଚାକିରି ପାଇବେ ବୋଲି କୁହାଯାଉଛି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *