ବାପାଙ୍କ ସ୍ୱପ୍ନ ପୂରଣ କଲେ ଝିଅ , କେବିସିରେ ଜିତିଲେ ୧୨ ଲକ୍ଷ ୫୦ ହଜାର ଟଙ୍କା

ରାଇରଙ୍ଗପୁର: ଛୋଟ ପରଦାର ସବୁଠୁ ଲୋକପ୍ରିୟ କୁଇଜ୍ ଶୋ’ କୌନ୍‌ ବନେଗା କରୋଡପତିରେ କମାଲ ଦେଖାଇଲେ ଓଡ଼ିଆ ଝିଅ । ବିଗ୍ ବି ଅମିତାଭ ବଚ୍ଚନଙ୍କ ସାମ୍ନାରେ ହଟ୍ ସିଟରେ ବସିବାର ସୁଯୋଗ ପାଇଛନ୍ତି ସେ । ଆଉ ୧୨ ଲକ୍ଷ ୫୦ ହଜାର ଟଙ୍କା ବି ଜିତିଛନ୍ତି । କେବିସିକୁ ଯାଇ ସେ ନିଜ ଗାଁ ଓ ଜିଲା ପାଇଁ ଗୌରବ ଆଣିଥିବାରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି । ସେ ହେଲେ ମୟୂରଭଞ୍ଜର କରିସ୍ମା ଶର୍ମା ।

କରିସ୍ମାଙ୍କ ବାପା ବିଜୟ କୁମାର ଶର୍ମା ଜଣେ ବ୍ୟବସାୟୀ । ତାଙ୍କ ମା’ କାନ୍ତି ଦେବୀ ଜଣେ ଗୃହିଣୀ । ବିଜୟଙ୍କ ସ୍ୱପ୍ନ ଥିଲା ବିଗ୍‌ବିଙ୍କ ସାମ୍ନାରେ ହଟ୍ ସିଟରେ ବସି କେବିସି ଖେଳିବା । ଏହି ସ୍ୱପ୍ନକୁ ପୂରଣ କରିଛନ୍ତି ତାଙ୍କ ଝିଅ କରିସ୍ମା । ଗତ ୨୩ ଏବଂ ୨୭ତାରିଖରେ କରିସ୍ମା କେବିସି ଖେଳୁଥିବା ଟେଲିକାଷ୍ଟ ହୋଇଥିଲା । ଏଥିଲାଗି ମୟୂରଭଞ୍ଜ ସହରର ୨ଟି ସ୍ଥାନରେ ବଡ଼ ଏଲଇଡି ସ୍କ୍ରିନ୍ ଲଗାଯାଇଥିଲା । ଯେଉଁଠାରେ ପରିବାର ଲୋକେ ଏବଂ ସାଙ୍ଗମାନେ ବସି ଏହି କାର୍ଯ୍ୟକ୍ରମ ଦେଖିଥିଲେ ।

ଏନେଇ କରିସ୍ମା କହିଛନ୍ତି ଯେ, ବିଗ୍ ବି ଅମିତାଭଙ୍କ ସାମ୍ନାରେ ବସି କେବିସି ଖେଲିବାର ସୁଯୋଗ ମିଳିବା ଛୋଟ କଥା ନୁହେଁ । ତାଙ୍କୁ ଏହି ସୁଯୋଗ ମିଳିଥିବାରୁ ସେ ବହୁତ ଖୁସି । କେବିସି ଟିମ୍ ପ୍ରଥମେ ଯେତେବେଳେ କରିସ୍ମାଙ୍କୁ ଶୋ’ରେ ଭାଗ ନେବା ପାଇଁ କଲ୍ କରିଥିଲେ, ସେତେବେଳେ କରିସ୍ମା ଓ ତାଙ୍କ ପରିବାରକୁ ଏହା ବିଶ୍ୱାସ କରି ନ ଥିଲେ । ଏକାଧିକ ଥର ଫେକ୍ କଲ୍ ଭାବି କରିସ୍ମା ଫୋନ୍ କଲର ଉତ୍ତର ଦେଉ ନ ଥିଲେ । ପରେ ବିଶ୍ୱାସ କରିଥିଲେ । ସବୁଠୁ ବଡ଼ କଥା ହେଲା, ସେ ତାଙ୍କ ବାପାଙ୍କ ସ୍ୱପ୍ନ ପୂରଣ କରିବାରେ ସକ୍ଷମ ହୋଇଛନ୍ତି । ବଲିଉଡ଼ର ସୁପରଷ୍ଟାର ଅମିତାଭ ବଚ୍ଚନ ଲଞ୍ଚ ପାଇଁ ନିମନ୍ତ୍ରଣ କରିବା ସବୁଠୁ ବେଶୀ ଖୁସି ଦେଇଛି ବୋଲି କହିଛନ୍ତି କରିସ୍ମା ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *