ବାସ୍ତୁ ଦୋଷ ଦୂର କରିବ ଲୁଣ

ବାସ୍ତୁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଥିବା ନିୟମକୁ ଧ୍ୟାନ ଦେବା ଦ୍ୱାରା ଜୀବନରେ ଥିବା ଅନେକ ସମସ୍ୟାର ସମାଧାନ ହୋଇଥାଏ। ସେହିପରି ରୋଷେଇ ଘରେ ଲୁଣ ରଖିବାର କିଛି ନିୟମ ମଧ୍ୟ ବାସ୍ତୁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଯାହା ଉପରେ ଧ୍ୟାନ ଦେବା ଦ୍ୱାରା ଜୀବନରେ ଅନେକ ଉନ୍ନତି ହୋଇଥାଏ। ତେବେ ଜାଣନ୍ତୁ ରୋଷେଇ ଘରେ ଲୁଣ ରଖିବା ସମୟରେ କେଉଁ ଦିଗ ପ୍ରତି ଧ୍ୟାନ ଦେବେ।ଲୁଣ ରୋଷେଇ ଘରର ଏକ ମୁଖ୍ୟ ଜିନିଷ ମଧ୍ୟରୁ ଗୋଟିଏ। ଲୁଣ ଏପରି ଏକ ଜିନିଷ ଯାହା ବିନା ବ୍ୟଞ୍ଜନ ସ୍ୱାଦହୀନ। ଜ୍ୟୋତିଷ ଓ ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଲୁଣର କିଛି ଉପାୟ ବ୍ୟକ୍ତିଙ୍କ ଭାଗ୍ୟରେ ସୁପରିବର୍ତ୍ତନ ଆଣିଥାଏ।

ବାସ୍ତୁ ଅନୁଯାୟୀ, ଲୁଣକୁ କଦାପି ରୋଷେଇ ଘରର ଦକ୍ଷିଣ ଦିଗରେ ରଖିବା ଉଚିତ୍ ନୁହେଁ। ଏହି ଦିଗରେ ଲୁଣ ରଖିବା ଦ୍ୱାରା କରଜ ସମସ୍ୟା ଲାଗି ରହିଥାଏ। ସ୍ୱାସ୍ଥ୍ୟ ଜନିତ ସମସ୍ୟା ଅର୍ଥାତ ପରିବାର ସଦସ୍ୟଙ୍କ ରୋଗ ଲାଗି ରହିଥାଏ।

ବାସ୍ତୁ ଅନୁଯାୟୀ, ଲୁଣକୁ ସର୍ବଦା କାଚ ବୋତଲ, ନଚେତ ଶଙ୍ଖ ପାତ୍ରରେ ରଖିବା ଉଚିତ୍‌। ଏହାଦ୍ୱାରା ବ୍ୟକ୍ତିଙ୍କ ଆର୍ôଥକ ସ୍ଥିତିରେ ପରିବର୍ତ୍ତନ ହୋଇଥାଏ। ଧନ ବୃଦ୍ଧି ହୋଇଥାଏ। ମାତ୍ର ଲୁହା କିମ୍ବା ଷ୍ଟିଲ୍ ପାତ୍ରରେ ରଖିବା ଦ୍ୱାରା ଗ୍ରହ ଦୋଷ ସୃଷ୍ଟି ହୋଇଥାଏ।
ସନ୍ଧ୍ୟା ସମୟରେ କଦାପି ଲୁଣ ଦାନ ଦିଅନ୍ତୁ ନାହିଁ। କେହି ମାଗିଲେ ମଧ୍ୟ ଦିଅନ୍ତୁ ନାହିଁ। ଏହାଦ୍ୱାରା ଧନହାନୀ ହୋଇଥାଏ। କରଜ ବୃଦ୍ଧି ପାଇଥାଏ।

ଘରେ ସକରାତ୍ମକ ଶକ୍ତି ବୃଦ୍ଧି ପାଇଁ ଲୁଣ ବ୍ୟବହାର କରି ପାରିବେ। ରୋଷେଇ ଘରେ ଏକ ଲାଲ କପଡାରେ ଲୁଣ ବାନ୍ଧି ଏପରି ସ୍ଥାନରେ ରଖନ୍ତୁ, ଯେପରି କାହା ନଜର ପଡିବ ନାହିଁ। ଏହାଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *