ମୁମ୍ବାଇ: ଅଭିନୟ ଦୁନିଆରେ ପାଦ ଦେଲେ ସୈଫଙ୍କ ପୁଅ। ବଲିଉଡରେ ଏଣ୍ଟ୍ରି କରିଛନ୍ତି ଇବ୍ରାହିମ୍ ଅଲ୍ଲୀ ଖାନ୍। କରଣ ଜୋହରଙ୍କ ଫିଲ୍ମ ‘ନାଦାନିୟାଂ’ରେ ଡେବ୍ୟୁ କରୁଛନ୍ତି ଇବ୍ରାହିମ୍। ଫିଲ୍ମରେ ଇବ୍ରାହିମ୍ଙ୍କ ଅପୋଜିଟ୍ରେ ନଜର ଆସିବେ ଖୁସି କପୁର। ଫିଲ୍ମର ପୋଷ୍ଟର ରିଲିଜ ହୋଇଯାଇଥିବା ବେଳେ ଏବେ ଏହାର ପ୍ରଥମ ଗୀତ ମଧ୍ୟ ରିଲିଜ ହୋଇଛି। ଯାହାର ନାଁ ରହିଛି ‘ ତେରେ ଇସ୍କ ମେ’। ଫିଲ୍ମର ଟ୍ରେଲର ରିଲିଜ ହୋଇସାରିଛି। ଟ୍ରେଲର ରିଲିଜ ବେଳେ ମଞ୍ଚରେ ଉପସ୍ଥିତ ଥିଲେ କରଣ ଜୋହର, ଇବ୍ରାହିମ୍ ଅଲ୍ଲୀ ଖାନ୍, ଖୁସି କପୁର। ଏହି ଅବସରରେ ଖୁସି- ଇବ୍ରାହିମ୍ ମଞ୍ଚରେ ପରଫର୍ମ ମଧ୍ୟ କରିଥିଲେ।
ନାଦାନିୟାଂ ଫିଲ୍ମଟି ପ୍ରେମ କାହାଣୀକୁ ନେଇ ଗତିଶୀଳ ହୋଇଛି। ଯେଉଁଥିରେ ଦିଲ୍ଲୀର ବଡ଼ ପରିବାରର ଝିଅ ଏବଂ ଜଣେ ମଧ୍ୟବିତ୍ତ ପରିବାର ପୁଅ କାହାଣୀକୁ ଦେଖାଯାଇଛି। ଯେଉଁଥିରେ ଖୁସି ତାଙ୍କ ସାଙ୍ଗକୁ ବଞ୍ଚାଇବା ପାଇଁ ଇବ୍ରାହିମ୍ଙ୍କୁ ନକଲି ବୟଫ୍ରେଣ୍ଡ କରିଥିବେ। ଦୁହିଁଙ୍କ ଯୋଡ଼ିକୁ ପରଦାରେ ଏକାଠି ଦେଖିବାକୁ ଫ୍ୟାନ୍ସ ମଧ୍ୟ ଉତ୍ସାହର ସହ ଅପେକ୍ଷା କରିଛନ୍ତି।
ଫିଲ୍ମକୁ ନେଇ ଟିମ୍ ପକ୍ଷରୁ କୁହାଯାଇଛି ନାଦାନିୟାଂ ପ୍ରେମ କାହାଣୀ ସମ୍ପୁର୍ଣ୍ଣ ଭିନ୍ନ। ଯେଉଁଥିରେ ଏକ ନୂଆ ଲଭଷ୍ଟୋରୀ ଦର୍ଶକ ଦେଖିବାକୁ ପାଇବେ। ଫିଲ୍ମର ରିଲିଜ ଡେଟ୍ ଏପର୍ଯ୍ୟନ୍ତ ଘୋଷଣା କରାଯାଇନି। ଇବ୍ରାହିମ୍ଙ୍କ ଡେବ୍ୟୁ ଫିଲ୍ମ ହୋଇଥିବା ବେଳେ ଫିଲ୍ମକୁ ନେଇ ସେ ମଧ୍ୟ ବେଶ ଆଶାବାଦୀ ଅଛନ୍ତି। ଫିଲ୍ମ ନେଟ୍ଫିଲ୍ସରେ ରିଲିଜ ହେବ।