ପୁଅରୁ ଝିଅ ହୋଇଗଲେ ଭାରତୀୟ ଖେଳାଳିଙ୍କ ପୁଅ

ନୂଆଦିଲ୍ଲୀ: ହଠାତ୍ ପୁଅରୁ ଝିଅ ପାଲଟିଗଲେ ଭାରତୀୟ କ୍ରିକେଟରଙ୍କ ପୁଅ । କ୍ରିକେଟର ସଞ୍ଜୟ ବାଙ୍ଗରଙ୍କ ପୁଅ ଆର୍ଯ୍ୟନ ନିକଟରେ ଲିଙ୍ଗ ପରିବର୍ତ୍ତନ କରି ପୁଅରୁ ଝିଅ ପାଲଟିଛନ୍ତି। ଲିଙ୍ଗ ପରିବର୍ତ୍ତନ ପରେ ଆର୍ଯ୍ୟନ ବଙ୍ଗର ତାଙ୍କ ନାମ ଅନାୟା ବାଙ୍ଗର ରଖିଛନ୍ତି । ଏ ସମ୍ପର୍କରେ ନିଜେ ଅନାୟା ନିଜର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଇନଷ୍ଟାଗ୍ରାମରେ ସେ ନିଜର ପୁଅରୁ ଝିଅ ହେବାର ଯାତ୍ରା ମଧ୍ୟ ସେୟାର କରିଛନ୍ତି ।

ଅନାୟା କହିଛନ୍ତି ଯେ, ପ୍ରଫେସନାଲ କ୍ରିକେଟ ଖେଳିବା ପାଇଁ ସେ ଅନେକ କିଛି ତ୍ୟାଗ କରିଥିବା କଥା କହିଛନ୍ତି ଷ୍ଟାର କ୍ରିକେଟରଙ୍କ ପୁଅ । କିନ୍ତୁ ବର୍ତ୍ତମାନ ସେ ଏକ ନୂଆ ପରିଚୟରେ ବଞ୍ଚିବାକୁ ଚାହୁଁଛନ୍ତି ବୋଲି ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି । ଲିଙ୍ଗ ପରିବର୍ତ୍ତନ କରି ସେ ବର୍ତ୍ତମାନ ପୁରୁଷରୁ ମହିଳା ହୋଇଛନ୍ତି । ଏହାସହିତ ନିଜ ନାମ ମଧ୍ୟ ସେ ପରିବର୍ତ୍ତନ କରିଛନ୍ତି । ଆର‌୍ୟନରୁ ଅନାୟା ନାମରେ ଏକ ନୂଆ ପରିଚୟ ତିଆରି କରୁଛନ୍ତି ସଞ୍ଜୟଙ୍କ ପୁଅ । ଇନଷ୍ଟାଗ୍ରାମରେ ସେ ନିଜର ପୁଅରୁ ଝିଅ ହେବାର ଯାତ୍ରା ମଧ୍ୟ ସେୟାର କରିଛନ୍ତି । ୧୦ ମାସ ପୂର୍ବରୁ ସେ ହର୍ମୋନାଲ ରିପ୍ଲେସମେଣ୍ଟ ସର୍ଜରୀ କରାଇଥିଲେ । ଏହି ସର୍ଜରୀ ପରେ ସେ ନିଜ ପରିଚୟକୁ ନେଇ ଏକ ନୂଆ ରାସ୍ତା ଆପଣାଇଛନ୍ତି । ବର୍ତ୍ତମାନ ଜଣେ ଟ୍ରାନ୍ସପର୍ସନ ଭାବରେ ନିଜକୁ ପରିଚିତ କରାଇଛନ୍ତି ସଞ୍ଜୟ ବାଙ୍ଗରଙ୍କ ପୁଅ ।

ଅନାୟା ଏହି ପରିବର୍ତ୍ତନକୁ ନେଇ ଏକ ରିଲ୍ ମଧ୍ୟ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଏହାପରେ ତାଙ୍କର ଏହି ଯାତ୍ରା ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛି । ଏହି ଭିଡିଓ ପୋଷ୍ଟ କରି ସେ ଲେଖିଛନ୍ତି ଯେ, ପ୍ରଫେସନାଲ କ୍ରିକେଟ ଖେଳିବାର ଯାତ୍ରା ତ୍ୟାଗ, ସମର୍ପଣ ଏବଂ ଖୁସିରେ ଭରପୂର ରହିଛି । ସକାଳେ ମଇଦାନରେ ସମୟ ପୂର୍ବରୁ ପହଞ୍ଚିବା ସହ ଅନ୍ୟମାନଙ୍କ ସନ୍ଦେହ ଏବଂ ଆଲୋଚନାର ସାମନା କରିବା ପର୍ଯ୍ୟନ୍ତ ନିଜକୁ ଦୃଢ କରିବାର ଆବଶ୍ୟକତା ରହିଥିଲା । କିନ୍ତୁ ଖେଳ ବ୍ୟତୀତ ମୋର ଆଉ ଏକ ଯାତ୍ରା ରହିଥିଲା, ନିଜକୁ ଚିହ୍ନିବାର ଯାତ୍ରା । ଏହି ରାସ୍ତାରେ ମୁଁ ଅନେକ ଚାଲେଞ୍ଜର ସାମନା କରିଛି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *