ଫିଲ୍ମ ସୁଟିଂ ସମୟର କିଛି ଅକୁହା କଥା କହିଲେ ଜୁନୈଦ

ମୁମ୍ବାଇ: ଏବେ ଚର୍ଚ୍ଚାରେ ଅମୀର ଖାନ୍‌ଙ୍କ ପୁଅ ଜୁନୈଦ ଖାନ୍‌। ଫିଲ୍ମ ଲଭୟାପାରେ ନଜର ଆସିବେ ଜୁନୈଦ। ୭ ଫେବ୍ରୁଆରୀରେ ଫିଲ୍ମ ରିଲିଜ ହେବ। ଜୁନୈଦଙ୍କ ଅପୋଜିଟରେ ଖୁସି କପୁର ଏହି ଫିଲ୍ମରେ ନଜର ଆସିବେ। ଫିଲ୍ମ ପ୍ରମୋସନରେ ଜୋରସୋରରେ ଲାଗିଛନ୍ତି ଷ୍ଟାରକାଷ୍ଟ। ଫିଲ୍ମରେ ତାଙ୍କ ଡ୍ୟାନ୍ସକୁ ନେଇ କିଛି ଅକୁହା କଥା କହିଛନ୍ତି ଜୁନୈଦ।

ଜୁନୈଦ କହିଛନ୍ତି କି ତାଙ୍କୁ ବିଲକୁଲ ଡ୍ୟାନ୍ସ ଆସେନି। ଭାରତୀ ଏବଂ ହର୍ଷଙ୍କ ପୋର୍ଡକାଷ୍ଟରେ କହିଛନ୍ତି ସେ ଏତେ ଖରାପ ନାଚନ୍ତି ଯାହା କେହି ବିଶ୍ୱାସ କରିପାରିବେନି। ଯାହା ପାଇଁ ଫାରା ମାମଙ୍କ ଠାରୁ ମତେ ବହୁତ ଗାଳି ଶୁଣିବାକୁ ପଡ଼େ। କେବଳ ଗୀତରେ ଖୁସିଙ୍କ ଡ୍ୟାନ୍ସ ରହିଛି। ମୋ ଡ୍ୟାନ୍ସ ଏତେ ଖରାପ ଥିଲା କାଟିବାକୁ ପଡ଼ିଛି। ସୁଟିଂ ସେଟରେ ଫାରା ଖାନ୍ ଜୁନୈଦଙ୍କୁ କହିଥିଲେ କି ତୁମ ଦ୍ୱାରା ଡ୍ୟାନ୍ସ ହବନି ଏଠି ବସି ଖୁସି କିପରି ଡ୍ୟାନ୍ସ କରୁଛି ଦେଖ।

ଏହା ବ୍ୟତୀତ ଜୁନୈଦ କହିଛନ୍ତି ଯେ ତାଙ୍କ ମାଆ ଏପର୍ଯ୍ୟନ୍ତ ତାଙ୍କ ଫିଲ୍ମ ଦେଖିନାହାଁନ୍ତି। ବାପା ବହୁତ ସହଜରେ ଖୁସି ହୋଇଯାଆନ୍ତି। ମମି ଖୁସି ନୁହଁନ୍ତି। ମାଆଙ୍କୁ ଖୁସି କରିବା ବହୁତ କଷ୍ଟକର।

ଆପଣଙ୍କୁ କହି ରଖୁଛୁ ଯେ ଜୁନୈଦ ଫିଲ୍ମ “ମହାରାଜା” ମାଧ୍ୟମରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମଟି Netflix ରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମକୁ ନେଇ ବହୁତ ବିବାଦ ହୋଇଥିଲା। ଏହି କାରଣରୁ, ଫିଲ୍ମଟିର ପ୍ରଚାର ମଧ୍ୟ କରାଯାଇ ନଥିଲା ଏବଂ ଏହାକୁ ଚୁପଚାପ୍ OTTରେ ରିଲିଜ୍ କରାଯାଇଥିଲା।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *