ମୁମ୍ବାଇ: ଅଭିଷେକ ବଚ୍ଚନ ୪୯ତମ ଜନ୍ମଦିନ ପାଳନ କରିଛନ୍ତି। ପରିବାର ଏବଂ ତାଙ୍କ ବନ୍ଧୁମାନେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏଥିରୁ ବାଦ ପଡ଼ି ନାହାଁନ୍ତି ଐଶ୍ୱର୍ଯ୍ୟା। ଅଭିଷେକଙ୍କ ପିଲା ବେଳର ଏକ ସୁନ୍ଦର ଫଟୋ ସେୟାର କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଐଶ। ଅଭିଷେକଙ୍କ ପିଲା ବେଳ ଫଟୋରେ ସେ ସାଇକେଲ ଚଳାଉଥିବା ଦେଖିବାକୁ ମିଳିଛି। ଫଟୋ ଶେୟାର କରି ଐଶ୍ୱର୍ଯ୍ୟା ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା, ଏହି ଜନ୍ମଦିନ ଆପଣଙ୍କ ଜୀବନରେ ଖୁସି, ଉତ୍ତମ ସ୍ବାସ୍ଥ୍ୟ ଏବଂ ପ୍ରେମ ଆଣିଦେଉ, କେବଳ ପ୍ରେମ ନୁହେଁ ବରଂ ବହୁତ ଆଲୋକ ମଧ୍ୟ ଆଣିଦେଉ। ଅଭିଷେକ ଐଶ୍ୱର୍ଯ୍ୟା ଓ ଝିଅ ଆରାଧ୍ୟାଙ୍କ ଜନ୍ମଦିନରେ କୌଣସି ପୋଷ୍ଟ ଶେୟାର କରି ନ ଥିଲେ, କିନ୍ତୁ ଐଶ୍ୱର୍ଯ୍ୟା ଏପରି କରିଥିବାରୁ ଅଭିନେତାଙ୍କୁ ଟ୍ରୋଲ କରାଯାଇଛି।
ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ବିବାହରେ ଅସୁବିଧା ବିଷୟରେ ଗୁଜବ ଥିଲା, କିନ୍ତୁ ଏହି ଦମ୍ପତି ନିକଟରେ ମୁମ୍ବାଇରେ ସେମାନଙ୍କ ଝିଅ ଆରାଧ୍ୟାର ସ୍କୁଲ କାର୍ଯ୍ୟକ୍ରମରେ ଏକାଠି ଦେଖା ଦେଇ ଏହି କଳ୍ପନାଜଳ୍ପନାରେ ପୂର୍ଣ୍ଣ୍ୟଚ୍ଛେଦ ପକାଇଛନ୍ତି। ୨୦୦୭ ମସିହାରେ ବିବାହ କରିଥିବା ଅଭିଷେକ ଏବଂ ଐଶ୍ୱର୍ଯ୍ୟା ନଭେମ୍ବର ୨୦୧୧ ରେ ଝିଅ ଆରାଧ୍ୟାର ପିତାମାତା ହୋଇଥିଲେ।
ଅମିତାଭ ବଚ୍ଚନ ୧୯୭୬ ମସିହାର ଏକ ପୁରୁଣା ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି, ଯେଉଁ ବର୍ଷ ଅଭିଷେକ ଜନ୍ମ ହୋଇଥିଲେ। ଫିଲ୍ମ ଇଣ୍ଡଷ୍ଟ୍ରିର ଅନ୍ୟାନ୍ୟ ପ୍ରମୁଖ ବ୍ୟକ୍ତିତ୍ୱ ଯେପରିକି ଫାରାହ ଖାନ, ଅଜୟ ଦେବଗନ, କାଜୋଲ, ସୋନାଲି ବେନ୍ଦ୍ରେ ଏବଂ ସୋନମ କପୁର ମଧ୍ୟ ଅଭିଷେକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।
ଅଭିଷେକ ବଚ୍ଚନ ପଠାନ ପ୍ରଯୋଜକ ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଶାହରୁଖ ଖାନଙ୍କ ଆଗାମୀ ପ୍ରୋଜେକ୍ଟ କିଙ୍ଗରେ ଅଭିନୟ କରିବାକୁ ଯାଉଛନ୍ତି। ଏହି ଫିଲ୍ମରେ ସୁହାନା ଖାନ ଏବଂ ଅଭୟ ବର୍ମା ମଧ୍ୟ ନଜର ଆସିବେ।