୧୦ ଦିନରେ ୨୦୦ କୋଟି ପାର କଲା ‘ଭୂଲ ଭୂଲୈୟା ୩’

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନଙ୍କ ଅଭିନୀତ ଫିଲ୍ମ ‘ଭୂଲ ଭୂଲୈୟା ୩’ ବକ୍ସ ଅଫିସରେ ଧମାଲ କରୁଛି। ଯାହା କାର୍ତ୍ତିକଙ୍କ ଅଭିନୟ କ୍ୟାରିୟରକୁ ବଡ଼ ସଫଳତା ଦେଇଛି । ଏହି ସଫଳତା ପାଇଁ କାର୍ତ୍ତିକ ଅନେକ ବର୍ଷରୁ ଚେଷ୍ଟା କରି ଆସୁଥିଲେ । ଦୀପାବଳୀରେ ରିଲିଜ ହୋଇଥିବା ଫିଲ୍ମ ‘ଭୂଲ ଭୂଲୈୟା ୩’ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଛି । ଫିଲ୍ମ ୧୦ ଦିନରେ ୨୦୦ କୋଟି ପାର କରିଛି । 

ପ୍ରଥମ ଦିନରେ ଦମଦାର ଓପେନିଙ୍ଗ କରିଥିବା ଫିଲ୍ମ ଏବେ ୨୦୦ କୋଟି ପାର କରିଛି । କାର୍ତ୍ତିକଙ୍କ କ୍ୟାରିୟରର ଏହା ହେଉଛି ସବୁଠାରୁ ଭଲ ବ୍ୟବସାୟ କରିଥିବା ଫିଲ୍ମ ।  ଏହା ସହ ନିର୍ଦ୍ଦେଶକ ଅନୀସ ବାଜ୍ମୀ ଙ୍କୁ ମଧ୍ୟ ଏହି ଚଳଚ୍ଚିତ୍ର ବଡ଼ ସଫଳତା ଦେଇଛି । 

୨୦୨୨ରେ ରିଲିଜ ହୋଇଥିବା ଫିଲ୍ମ ‘ଭୂଲ ଭୂଲୈୟା ୨’ ୧୮୬ କୋଟି ନେଟ୍ କଲେକ୍ସନ କରିଥିବା ବେଳେ ରେକର୍ଡ ଭାଙ୍ଗିଛି ‘ଭୂଲ ଭୂଲୈୟା ୩’ ।

‘ଭୂଲ ଭୂଲୈୟା ୩’ ଫିଲ୍ମ ପ୍ରଥମ ଦିନ ୱାଲର୍ଡୱାଇଡ ୫୫.୩୦ କୋଟି ଟଙ୍କା ରୋଜଗାର କରିଥିଲା। ୱାଲର୍ଡୱାଇଡ ବକ୍ସ ଅଫିସରେ ୫୦ କୋଟିର ଓପେନିଙ୍ଗ ନେଇଥିବା କାର୍ତ୍ତିକ ଆର୍ଯ୍ୟନଙ୍କ ପ୍ରଥମ ଫିଲ୍ମ ଅଟେ। ଏହା ପୂର୍ବରୁ କୌଣସି ଫିଲ୍ମ ପ୍ରଥମ ଦିନରେ ଏତିକି ଟଙ୍କା ରୋଜଗାର କରିନାହିଁ। ‘ଭୂଲ ଭୂଲୈୟା ୩’ ରେ କାର୍ତ୍ତିକ ଆର୍ଯ୍ୟନ ନିଜ ଅଭିନୟ ସହ ନିଜ ଡ୍ୟାନ୍ସ ମୁଭ୍‌ସରେ ମଧ୍ୟ ଲୋକଙ୍କ ହୃଦୟ ଜିତିଛି। ଫିଲ୍ମର ଟାଇଟଲ ସଙ୍ଗସରେ କାର୍ତ୍ତିକ ନିଜ ଡ୍ୟାନ୍ସ ମୁଭ୍‌ସରେ ଦର୍ଶକଙ୍କୁ ଘାଇଲା କରିଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *