ପୁଣି ପ୍ରସାରିତ ହେବ ୯୦ ଦଶକର ଧାରାବାହିକ ‘ଶକ୍ତିମାନ’

ମୁମ୍ବାଇ: ପରଦାକୁ ପୁଣି ଫେରୁଛି ଲୋକପ୍ରିୟ ଧାରାବାହିକ ଶକ୍ତିମାନ। ୯୦ଦଶକର ସବୁଠାରୁ ଚର୍ଚ୍ଚିତ ଧାରାବାହିକ କୁହାଯାଉଥିବା ‘ଶକ୍ତିମାନ’ ୧୯୯୭ ମସିହାରେ ଆରମ୍ଭ ହୋଇଥିଲା। ଏହି ଧାରାବାହିକ ୨୦୦୫ ମସିହାରେ ବନ୍ଦ ହୋଇଯାଇଥିଲା। ପ୍ରାୟ ୮ ବର୍ଷ ଧରି ପ୍ରସାରିତ ହୋଇଥିବା ଏହି ଧାରାବାହିକ ଦେଶର ଘରେ ଘରେ ପରିଚିତ। ଶକ୍ତିମାନ ଚରିତ୍ରରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ମୁକେଶ ଖାନ୍ନା ଏବେ ତାଙ୍କ ଶୋ’ର ପୁନଃ ଆରମ୍ଭ ନେଇ ଘୋଷଣା କରିଛନ୍ତି।


ମୁକେଶ ଖାନ୍ନା ନିଜ ଇନଷ୍ଟାଗ୍ରାମ ଓ ୟୁଟ୍ୟୁବ୍ ପେଜରେ ଏକ ଟିଜର ଓ ପୋଷ୍ଟର ଶେୟାର କରି ‘ଶକ୍ତିମାନ’ର ବହୁପ୍ରତୀକ୍ଷିତ ପ୍ରତ୍ୟାବର୍ତ୍ତନ ଘୋଷଣା କରିଛନ୍ତି। ଏହି ପୋଷ୍ଟର କ୍ୟାପସନରେ ସେ ଲେଖିଛନ୍ତି, ‘ବର୍ତ୍ତମାନ ତାଙ୍କ ଫେରିବାର ସମୟ ଆସିଛି.. ଆମର ପ୍ରଥମ ଭାରତୀୟ ସୁପର ଟିଚର – ସୁପର ହିରୋ । ହଁ ଆମର ଆଜିକାଲିର ପିଲାଙ୍କ ପାଇଁ ଏହା ଫେରୁଛି। ସେ ଏକ ବାର୍ତ୍ତା ନେଇ ଫେରୁଛନ୍ତି। ସେ ଆଜିର ପିଢ଼ି ପାଇଁ ଏକ ଶିକ୍ଷା ସହ ଫେରୁଛନ୍ତି.. ତାଙ୍କୁ ଦୁଇ ହାତରେ ସ୍ୱାଗତ କରନ୍ତୁ..।’ ଛୋଟବେଳର ଧାରାବାହିକକୁ ଫେରୁଥିବା ଦେଖି ଦର୍ଶକଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସାହ ଭରି ଯାଇଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *