ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ହୋଇ ଆସୁଥିବା କୁମ୍ଭମେଳାରେ ଅନେକ ବାବା, ମଡ଼େଲ ଅଭିନେତ୍ରୀ ଆଦି ଖୁବ୍ ଭାଇରାଲ ହୋଇଥିଲେ । ହେଲେ ମେଳାରେ ମାଳି ବିକ୍ରି କରୁଥିବା ମୋନାଲିସା ନିଜର ଆଖି ପାଇଁ ଅଧିକ ଭାଇରାଲ ହୋଇଥିଲେ। ପରେ ତାଙ୍କ ଭାଗ୍ୟ ବଦଳି ଯାଇଥିଲା। କେବଳ ତାଙ୍କ ଭାଗ୍ୟ ନୁହେଁ, ଜୀବନଶୈଳୀରେ ମଧ୍ୟ ଆସିଛି ବଡ଼ ପରିବର୍ତ୍ତନ । ତାଙ୍କର ଅନେକ ଫଟୋ ଓ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି ।
ମହାକୁମ୍ଭରେ ମୋନାଲିସା ନିଜ ନିଆରା ଆଖି ପାଇଁ ତାଙ୍କୁ ସମସ୍ତେ ବେଶ୍ ପସନ୍ଦ କରିଥିଲେ। ଭାଇରାଲ ହେବା ପରେ ତାଙ୍କୁ ବଲିଉଡ଼ରେ ବିଗ୍ ବ୍ରେକ୍ ମିଳିଥିଲା । ସେ ନିଜର ପ୍ରଥମ ବଲିଉଡ ଫିଲ୍ମ ସାଇନ କରିଥିଲେ। ଲେଖକ ତଥା ନିର୍ଦ୍ଦେଶକ ସନୋଜ ମିଶ୍ର ତାଙ୍କୁ ଏହି ବ୍ରେକ୍ ଦେଇଥିଲେ । ସେ ‘ଡାଏରୀ ଅଫ ମଣିପୁର’ ନାମରେ ଫିଲ୍ମଟି କରୁଛନ୍ତି। ସନୋଜ ବି ଇନଷ୍ଟାଗ୍ରାମରେ ମୋନାଲିସାଙ୍କ ସହିତ ଏକ ଫଟୋ ସେୟାର କରିଥିଲେ।
ଏବେ ସୋସିଆଲ ମିଡ଼ିଆରେ ମୋନାଲିସାଙ୍କ ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ସେ ଟପ୍ସ ଓ ସର୍ଟ ଫ୍ୟାଣ୍ଟ ପିନ୍ଧିଥିବା ନଜର ଆସିଛନ୍ତି । ଫୁଲ ଡ୍ରେସ୍ ପିନ୍ଧି ମାଳି ବିକୁଥିବା ମୋନାଲିସାଙ୍କୁ ଛୋଟ ଡ୍ରେସ୍ରେ ଚିହ୍ନିବା କଷ୍ଟକର ହୋଇପଡ଼ୁଛି । ଏହି ଭିଡ଼ିଓ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଜଣେ ୟୁଜର ଲେଖିଥିଲେ କୁମ୍ଭ ମେଳାର ମୋନାଲିସା ଓ ଏବେର ମୋନାଲିସା ପୂରା ଫରକ୍ । ସେହିପରି ଆଉଜଣେ ୟୁଜର ଲେଖିଥିଲେ ଏଇ ଜମାନାରେ କିଛି ବିଶ୍ୱାସ କରିବା ଅସମ୍ଭବ।