ନୂଆଦିଲ୍ଲୀ : ହାରିଗଲେ ଆପ୍ ମୁଖିଆ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀରେ ଆପ୍ର ଗଡ଼ ଏକ ପ୍ରକାର ଭୁଷୁଡି ପଡିଛି। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ର୍ନିବାଚନର ଫଳାଫଳର ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି। ଏହି ର୍ନିବାଚନ ଫଳାଫଳରେ, ବିଜେପି ପ୍ରାୟ ବହୁମତ ସଂଖ୍ୟା ଅତିକ୍ରମ କରିସାରିଛି। ସରକାର ଗଠନ କରିବା ନେଇ ଆତ୍ମବିଶ୍ୱାସୀ ବିଜେପିର ନେତାମାନେ ଖୁସି ମନେଇବାରେ ଲାଗି ପଡ଼ିଛନ୍ତି। ଆପ୍ ମୁଖିଆ କେଜରିୱାଲ ବଡ଼ ପରାଜୟର ସମ୍ମୁଖୀନ ହୋଇଛନ୍ତି।
ଏଥିସହ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ପରାଜିତ ହୋଇଛନ୍ତି। କେବଳ ଦଳ ମଧ୍ୟରୁ ମୁଖ୍ୟମନ୍ତ୍ରୀ ଆତିଶୀ ମର୍ଲେନା ବଡ଼ ବିଜୟ ହାସଲ କରିଛନ୍ତି। ଏହାରି ଭିତରେ ଭାଜପା ନେତା ଯୋଗେନ୍ଦ୍ର ଚନ୍ଦୌଲି ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ ଶୁଣିବା ପାଇଁ ମୁଁ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଉଛି। କେଜ୍ରିୱାଲ ସମସ୍ତ ମଡେଲରେ ବିଫଳ ହୋଇଛନ୍ତି। କେଜରିୱାଲ ତିହାର ଯିବେ ନିଶ୍ଚିତ ହୋଇଯାଇଛି। ସେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିଲେ କିନ୍ତୁ ଏବେ ସେ ବିଧାୟକ ମଧ୍ୟ ହେବେନି। ଦଳର ହାଇକମାଣ୍ଡ ଦ୍ୱାରା ମନୋନୀତ ଯେକୌଣସି ଦଳୀୟ କର୍ମୀ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ।
ଦିଲ୍ଲୀର ୭୦ଟି ବିଧାନସଭା ଆସନ ପାଇଁ ଭୋଟ ଗଣତିର ପ୍ରାରମ୍ଭିକ ଟ୍ରେଣ୍ଡରେ, ବିଜେପି ୪୩ଟି ଆସନରେ ଆଗୁଆ ଥିବା ବେଳେ ଆମ ଆଦମୀ ପାର୍ଟି ୨୭ଟି ବିଧାନସଭା ଆସନରେ ଆଗୁଆ ଅଛି। ର୍ନିବାଚନ କମିଶନଙ୍କ ୱେବସାଇଟରେ ଏହି ସୂଚନା ଦିଆଯାଇଛି। ନୂଆଦିଲ୍ଲୀ ଆସନରେ ତିନି ପର୍ଯ୍ୟାୟ ଭୋଟ ଗଣତି ପରେ, ଏଏପି ମୁଖ୍ୟ ଅରବିନ୍ଦ କେଜରିୱାଲ ପରାଜିତ ହୋଇଛନ୍ତି। ବିଧୁରୀ କହିଛନ୍ତି, ଲୋକେ ଭାଜପାକୁ ଏକ ର୍ନିଣ୍ଣାୟକ ଜନାଦେଶ ଦେବେ।’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ, ଦେଶର ଅନ୍ୟାନ୍ୟ ଅଞ୍ଚଳ ସହିତ ଦିଲ୍ଲୀ ମଧ୍ୟ ପ୍ରଗତି କରିବ। ମୁଁ ପୂର୍ଣ୍ଣ ବିଶ୍ୱାସର ସହିତ କହିପାରିବି ଯେ ଜାତୀୟ ରାଜଧାନୀରୁ ଆପ୍ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯିବ।