ପ୍ଲାଟଫର୍ମରେ ମହିଳାଙ୍କ ସୁରକ୍ଷିତ ପ୍ରସବ କରାଇଲେ ଆରପିଏଫ ଯବାନ

ନୂଆଦିଲ୍ଲୀ: ଦିଲ୍ଲୀ ଆନନ୍ଦ ବିହାର ରେଳ ଷ୍ଟେସନରେ ଗୁରୁବାର ଜଣେ ମହିଳାଙ୍କ ସୁରକ୍ଷିତ ପ୍ରସବ କରାଇଲେ ଆରପିଏଫ ଯବାନ । ମହିଳା ଜଣକ ଏକ ଟ୍ରେନ କୋଚରେ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି।

ରେଳ ସୁରକ୍ଷା ବଳ (ଆରପିଏଫ) ଇନ୍ସପେକ୍ଟର ଶୈଳେନ୍ଦ୍ର କୁମାର କହିଛନ୍ତି, “ଆନନ୍ଦ ବିହାରରୁ ସହରସା ଟ୍ରେନର ଡି-୯ କୋଚରେ ଯାଉଥିବା ଜଣେ ମହିଳାଙ୍କ ପ୍ରସବ ଯନ୍ତ୍ରଣା ହେଉଥିବା ସମ୍ପର୍କରେ ଆମକୁ ସୂଚନା ମିଳିଥିଲା । ଏହି ସୂଚନା ପାଇବା ପରେ ଆମର ମହିଳା ସବ-ଇନ୍ସପେକ୍ଟର ନବୀନ କୁମାରୀ ଓ ଅନ୍ୟ କର୍ମଚାରୀଙ୍କ ସହିତ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲୁ। କୋଚରେ ଉପସ୍ଥିତ ଅନ୍ୟ ମହିଳାମାନଙ୍କ ସହାୟତାରେ ଅନ୍ତସତ୍ତ୍ୱା ମହିଳାଙ୍କ ପ୍ରସବ କରାଯାଇଥିଲା। ମହିଳାଙ୍କ ସୁରକ୍ଷିତ ପ୍ରସବ ପରେ ଆମ୍ବୁଲାନ୍ସ ଡକାଇ ଉଭୟ ମା’ ଓ ଶିଶୁ କନ୍ୟାଙ୍କୁ ହସ୍ପିଟାଲ ନିଆଯାଇଥିଲା। ଚିକିତ୍ସା ପରେ ମା’ ଓ ଶିଶୁ ଉଭୟ ସୁସ୍ଥ ଅଛନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *