ମହାକୁମ୍ଭରେ ବୁଡ଼ ପକାଇଲେ ରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥା କଡାକଡ଼ି

ପ୍ରୟାଗରାଜ: ମହାକୁମ୍ଭରେ ବୁଡ ପକାଇଲେ ମହାମହିମ ରାଷ୍ଟ୍ରପତି। ପ୍ରୟାଗରାଜରେ ପହଞ୍ଚି ତ୍ରିବେଣୀ ସଂଗମରେ ବୁଡ ପକାଇ ପବିତ୍ର ସ୍ନାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ବୁଡ ପକାଇବାରେ ସେ ଏହି ସୌଭାଗ୍ୟଲାଭ କରିଛନ୍ତି । ତେବେ ସଂଗମରେ ସ୍ନାର ପରେ ସୂର୍ଯ୍ୟଙ୍କୁ ପାଣି ଟେକିଥିଲେ । ଏଥିସହ ହନୁମାନ ମନ୍ଦିର ସମେତ ଅନେକ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ।

ସ୍ୱତନ୍ତ୍ର ବିମାନରେ ରାଷ୍ଟ୍ରପତି ପ୍ରୟାଗରାଜରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେଠୁ ସେ ପ୍ରୟାଗରାଜର ତ୍ରିବେଣୀ ସଂଗମକୁ ଯାଇଥିଲେ । ସେଠାରେ ସେ ବିଦେଶାଗତ ପକ୍ଷୀଙ୍କୁ ଦାନା ଖୁଆଇଥିଲେ ଏବଂ ପରେ ପରେ ତ୍ରିବେଣୀ ସଂଗମରେ ସ୍ନାନ କରିଥିଲେ । ଏହି ଧାର୍ମିକ ରୀତିନୀତିରେ ରାଷ୍ଟ୍ରପତିଙ୍କ ସହିତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ । ରାଷ୍ଟ୍ରପତି ଆଧୁନିକ ଭାରତ ଏବଂ ଡିଜିଟାଲ ଯୁଗରେ ଧାର୍ମିକ କାର୍ଯ୍ୟକ୍ରମଗୁଡ଼ିକର ସମନ୍ୱୟକୁ ମଧ୍ୟ ସମର୍ଥନ କରିଥିଲେ। ସେ ଡିଜିଟାଲ ମହାକୁମ୍ଭ ଅଭିଜ୍ଞତା କେନ୍ଦ୍ର ପରିଦର୍ଶନ କରିଥିଲେ, ଯେଉଁଠାରେ ଭକ୍ତମାନେ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ମହାକୁମ୍ଭ ମେଳାର ଏକ ବିସ୍ତୃତ ଅଭିଜ୍ଞତା ପାଇପାରିବେ।

ରାଷ୍ଟ୍ରପତିଙ୍କ ଏହି ଐତିହାସିକ ଗସ୍ତକୁ ଦୃଷ୍ଟିରେ ରଖି, ପ୍ରୟାଗରାଜରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କୌଣସି ପ୍ରକାରର ବିଶୃଙ୍ଖଳା ଯେପରି ନ ହୁଏ, ସେଥିପାଇଁ ପ୍ରଶାସନିକ ସ୍ତରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ରାଷ୍ଟ୍ରପତିଙ୍କ ଏହି ଗସ୍ତ ଧାର୍ମିକ ଏବଂ ସାଂସ୍କୃତିକ ଦୃଷ୍ଟିକୋଣରୁ ବହୁତ ଗୁରୁତ୍ୱପୂର୍ଣ୍ଣ ହେବ, ଯାହା ପ୍ରୟାଗରାଜ ଏବଂ ସମଗ୍ର ଦେଶର ଭକ୍ତମାନଙ୍କ ପାଇଁ ପ୍ରେରଣାଦାୟକ ପ୍ରମାଣିତ ହେବ। ଏହା ପୂର୍ବରୁ ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ମଧ୍ୟ ମହାକୁମ୍ଭରେ ପବିତ୍ର ସ୍ନାନ କରିଥିଲେ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *