ପ୍ରୟାଗରାଜ: ପ୍ରୟାଗରାଜରେ କ୍ରିକେଟ ଖେଳିଲେ ଅଘୋରୀ ବାବା । ଏହି ବାବାମାନେ କ୍ରିକେଟ୍ ଖେଳୁଥିବାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବାବାମାନେ କ୍ରିକେଟ ଖେଳର ଭରପୂର ମଜା ନେଉଥିବାର ଦେଖିବାକୁ ମିଳିଛି ।
ମହାକୁମ୍ଭରେ ଅନେକ ବାବା ନିଜର ନିଆରା ଅନ୍ଦାଜ କାରଣରୁ ଚର୍ଚ୍ଚାକୁ ଆସିିଛନ୍ତି। ସେମାନଙ୍କର ବ୍ୟକ୍ତିତ୍ୱ ଏବଂ ଜୀବନଶୈଳୀ ଲୋକଙ୍କୁ ପ୍ରଭାବିତ କରିପାରିଛି। ତେବେ ମହାକୁମ୍ଭ ମେଳାରେ ଯୋଗ ଦେଇଥିବା ସାଧୁ, ସନ୍ଥ ଏବଂ ବାବାମାନେ କ୍ରିକେଟ ଖେଳୁଥିବାର ଦେଖିବାକୁ ମିଳିଥିଲା । ବିଭିନ୍ନ ବାବା ଚୌକା, ଛକା ମାରିବା ସହ କ୍ରିକେଟ ଖେଳର ଭରପୂର ଆନନ୍ଦ ଉଠାଇଥିଲେ। ଏହି କ୍ରିକେଟ ଖେଳ ଚାଲିଥିବା ବେଳେ ପଡ଼ିଆରେ ଉପସ୍ଥିତ ଦର୍ଶକ କରତାଳି ଦେଇ ବାବାମାନଙ୍କୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଛି।
ଏହି ଭିଡ଼ିଓକୁ ସେୟାର କରିଥିବା ଯୁବକ ଜଣକ କ୍ୟାପ୍ସନ୍ରେ ଲେଖିଛନ୍ତି, ମହାକୁମ୍ଭରେ କ୍ରିକେଟ ଖେଳ ପ୍ରତି ବାବାମାନଙ୍କ ପ୍ରେମ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାବେଳେ ଅନେକ ୟୁଜର୍ସ ଏଥିରେ ବିଭିନ୍ନ ମଜାଳିଆ ମତ ଦେଇଛନ୍ତି ।