ମହାକୁମ୍ଭରେ ୫୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ ପକାଇବା ନେଇ ଆଶା

ପ୍ରୟାଗରାଜ: ତ୍ରିବେଣୀ ସଙ୍ଗମରେ ବୁଡ ପକାଇବାକୁ ଲାଗୁଛି ଅସମ୍ଭାଳ ଭିଡ । ସେ ବସନ୍ତ ପଞ୍ଚମୀ ହେଉ କି ପୁଷ ପୂର୍ଣ୍ଣିମା, ଅବା ମୌନୀ ଅମାବାସ୍ୟା… ସଙ୍ଗମରେ ବୁଡ ପକାଇବାକୁ ଲାଗୁଛି ଗହଳି । ଲୋକଙ୍କ ସମାଗମ ଏତେ ହେଉଛି ଯେ, ନିୟନ୍ତ୍ରଣ କରିବା ଅସମ୍ଭାଳ ହୋଇପଡ଼ୁଛି । ମାଘ ପୂର୍ଣ୍ଣିମା ଥିବାରୁ ସଂଗମରେ ପବିତ୍ର ସ୍ନାନ କରିବା ପାଇଁ ଭକ୍ତଙ୍କ ସମାଗମ ଦିନକୁ ଦିନ ବଢିବାରେ ଲାଗିଛି । ସବୁ ଘାଟରେ ବୁଡ ପାଇଁ ଭିଡ ଲାଗିଛି । ବର୍ତ୍ତମାନ ଯାଏଁ ପ୍ରାୟ ୪୩ କୋଟିରୁ ଅଧିକ ଭକ୍ତ ମହାକୁମ୍ଭରେ ପବିତ୍ର ବୁଡ ପକାଇ ସାରିଲେଣି ବୋଲି ଆକଳନ କରାଯାଇଛି । ସେପଟେ ଏଥର ମହାକୁମ୍ଭରେ ବୁଡପକାଇବା ଘଟଣା ଇତିହାସ ରଚିବ ।

ତ୍ରିବେଣୀ ସଙ୍ଗମରେ ସାଧୁ, ସନ୍ଥ, ମହାତ୍ମା, ବାବାଙ୍କ ସହ ଅନେକ ଭକ୍ତ ବୁଡ ପକାଉଛନ୍ତି । ତେବେ ଅମୃତ ସ୍ନାନ କରିବାକୁ ଅଧିକ ଗହଳି ହେଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ମହାକୁମ୍ଭରେ ପ୍ରାୟ ୪୩ କୋଟିରୁ ଅଧିକ ଭକ୍ତ ବୁଡ ପକାଇ ସାରିଲେଣି ବୋଲି । ଖାଲି ଆଜି ପୂର୍ବାହ୍ନ ୧୦ଟା ସୁଦ୍ଧା ୪୨ ଲକ୍ଷ ଶ୍ରଦ୍ଧାଳୁ ବୁଡ ପକାଇଥିବା ରିପୋର୍ଟ କହୁଛି । ଯେଉଁଭଳି ଭିଡ ହେଉଛି ତାକୁ ଦୃଷ୍ଟିରେ ରଖି କୁହାଯାଉଛି କି ଏହି ସଂଖ୍ୟା ୫୦ କୋଟି ପାର୍ ହେବ । କାରଣ ମହାଶିବରାତ୍ରୀରେ ମହାକୁମ୍ଭ ସରିବାକୁ ଥିବା ବେଳେ ହାତରେ ଆହୁରି ୧୫ ଦିନ ବାକି ରହିଲାଣି । ଯଦି ଭିଡ ଏମିତି ଲାଗି ରହେ, ତାହାଲେ ଆଗାମୀ ୧୫ ଦିନରେ ୫୦ କୋଟି ନୁହେଁ ତାଠୁ ଅଧିକ ପାର୍ ହେବ ବୋଲି ଆଶା କରାଯାଉଛି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *