ରିଲିଜ୍ ପୂର୍ବରୁ ରେକର୍ଡ ଭାଙ୍ଗୁଛି ‘ଛାବା’, ମହାରାଷ୍ଟ୍ରରେ ଅଧିକ ବୁକିଂ

ମୁମ୍ବାଇ: ଆଡ଼ଭାନ୍ସ ବୁକିଂରେ ରେକର୍ଡ଼ ଭାଙ୍ଗିଲା ବହୁ ପ୍ରତୀକ୍ଷିତ ଫିଲ୍ମ ‘ଛାବା’ । ଫେବୃଆରୀ ୧୪ ତଥା ଭାଲେଣ୍ଟାଇନ୍ ଡ଼େ ରେ ପରଦା ଉପରକୁ ଆସିବ ଏହି ଫିଲ୍ମ । କିନ୍ତୁ ରିଲିଜ୍ ପୂର୍ବରୁ ଭିକି କୌଶଳ ଏବଂ ରଶ୍ମିକା ମନ୍ଦନାଙ୍କ ଏହି ଫିଲ୍ମ ବକ୍ସ ଅଫିସରେ ଧମାଲ କଲାଣି । ଆଡଭାନ୍ସ ବୁକିଂରେ ରେକର୍ଡ ଭାଙ୍ଗିବାରେ ଲାଗିଛି ଫିଲ୍ମଟି । ବର୍ତ୍ତମାନ ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ ଫିଲ୍ମଟି ୫.୪୧ କୋଟି ଟଙ୍କା ରୋଜଗାର କରି ସାରିଲାଣି । ସେପଟେ କହିବାକୁ ଗଲେ ପୁରା ଦେଶରେ ଆଜି ସକାଳ ୬ ଟା ସୁଦ୍ଧା ଫିଲ୍ମର ୧ ଲକ୍ଷ ୪୮ ହଜାର ଟିକେଟ୍ ଆଡଭାନ୍ସ ବିକ୍ରି ସରିଛି ।

ନିର୍ଦ୍ଦେଶକ ଲକ୍ଷ୍ମଣ ଉତେକରଙ୍କ ଏହି ପିରିୟଡିକ ଡ୍ରାମା ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି । ହିନ୍ଦୀ  2D  ଶୋ’ ପାଇଁ ଛାବାର ୧୪୫,୧୭୦ଟି ଟିକେଟ୍ ବିକ୍ରି ହୋଇସାରିଥିବା ବେଳେ IMAX 2D ସ୍କ୍ରିନିଂ ପାଇଁ ୨,୬୨୮ ଟିକେଟ୍ ବିକ୍ରି ସରିଛି । ସେହିପରି 4DX ଏବଂ ICE ଫର୍ମାଟରେ ୬୭୯ଟି ଟିକେଟ୍ ବିକ୍ରି ସରିଛି । ଯଦି ବୁକ୍ ହୋଇଥିବା ସିଟ୍ ମଧ୍ୟ ସାମିଲ କରାଯାଏ, ତେବେ ଫିଲ୍ମର ମୋଟ ଆଡଭାନ୍ସ କଲେକସନ ୫.୪୧ କୋଟି ଟଙ୍କାରେ ପହଞ୍ଚିବ। ଫିଲ୍ମଟିର ସର୍ବାଧିକ ବୁକିଂ ମହାରାଷ୍ଟ୍ରରେ ଦେଖାଯାଇଛି। ଏହା ବ୍ୟତୀତ ଦିଲ୍ଲୀ, କର୍ଣ୍ଣାଟକ, ଗୁଜରାଟ ଏବଂ ତେଲେଙ୍ଗାନାରେ ମଧ୍ୟ ଭଲ ବୁକିଂ ଦେଖିବାକୁ ମିଳିଛି।

ଏହି ଫିଲ୍ମରେ ବିକି କୌଶଲ ମରାଠା ସାମ୍ରାଜ୍ୟର ପ୍ରତିଷ୍ଠାତା ଛତ୍ରପତି ଶିବାଜୀ ମହାରାଜଙ୍କ ଜ୍ୟେଷ୍ଠପୁତ୍ର ଛତ୍ରପତି ସମ୍ୱାଜୀ ମହାରାଜ ଭୂମିକାରେ ନଜର ଆସିବେ। ତାଙ୍କ ପତ୍ନୀ ୟଶୁଭାଇ ଭୂମିକାରେ ଅଭିନୟ କରିବେ ରଶ୍ମିକା ମନ୍ଦାନା। ନିର୍ଦ୍ଦେଶକ ଲକ୍ଷ୍ମଣ ଉତ୍ତେକର ନିର୍ଦ୍ଦେଶନା ଦେଇଛନ୍ତି । ଯିଏକି ବିକି କୌଶଲଙ୍କ ସହ ଫିଲ୍ମ ‘ଜରା ହଟକେ ଜରା ବଚକେ’ ନିର୍ଦ୍ଦେଶନା ଦେଇଥିଲେ । ନିର୍ଦ୍ଦେଶକଙ୍କ ସହ ଏହା ବିକିଙ୍କ ଦ୍ୱିତୀୟ ଫିଲ୍ମ ହୋଇଥିବା ବେଳେ ଉଭୟଙ୍କ ସହ ରଶ୍ମିକାଙ୍କ ଏହା ପ୍ରଥମ ଫିଲ୍ମ । ଏଥିରେ ଔରଙ୍ଗଦେବଙ୍କ ଭୂମିକାରେ ଅକ୍ଷୟ ଖାନ୍ନା ନଜର ଆସିବେ । ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ଆଶୁତୋଷ ରାଣା, ବିନୀତ କୁମାର ସିଂହ, ଦିବ୍ୟା ଦତ୍ତା ଏବଂ ଡାଏନା ପେଣ୍ଟି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *