ମୁମ୍ବାଇ: ଫିଲ୍ମ ସୁଟିଂ ପାଇଁ ମୁମ୍ବାଇରେ ପହଞ୍ଚିଲେ ମୋନାଲିସା । ପ୍ରୟାଗରାଜ ମହାକୁମ୍ଭରେ ନିଜର ନୀଳ ଆଖି ପାଇଁ ପପୁଲାର ହୋଇଥିବା ମୋନାଲିସା ଏବେ ଫିଲ୍ମ ‘ଦ ମଣିପୁର ଡାୟରିଜ’ ର ସୁଟିଂ ପାଇଁ ମଧ୍ୟପ୍ରଦେଶରୁ ମୁମ୍ବାଇ ଆସିଛନ୍ତି। ମୋନାଲିସାଙ୍କୁ ଆଣିବାକୁ ନିର୍ଦ୍ଦେଶକ ସନୋଜ ମିଶ୍ରଙ୍କ ଆସିଷ୍ଟାଣ୍ଟ ମହେନ୍ଦ୍ର ଲୋଧୀ ମଧ୍ୟପ୍ରଦେଶର ମହେଶ୍ୱର ଯାଇଥିଲେ। ସେଠାରେ ସେ ମୋନାଲିସାଙ୍କ ପରିବାର ସହ କଥାବାର୍ତ୍ତା ହୋଇଥିଲେ ଏବଂ ତାଙ୍କର ସୁରକ୍ଷା ପାଇଁ ସ୍ଥାନୀୟ ପୋଲିସ ସହ ମଧ୍ୟ ଆଲୋଚନା କରିଥିଲେ। ଲୋଧୀ ଏବଂ ଅନ୍ୟାନ୍ୟ ପୋଲିସକର୍ମୀ ମୋନାଲିସାଙ୍କ ସହ ଫଟୋ ଉଠାଇଛନ୍ତି ଏବଂ ତାଙ୍କୁ ଶୁଭକାମନା ଜଣାଇଛନ୍ତି।
ମୋନାଲିସା ମହାକୁମ୍ଭରେ ରୁଦ୍ରାକ୍ଷ ମାଳି ଏବଂ ଶିବଲିଙ୍ଗ ବିକ୍ରି କରିବା ପାଇଁ ଯାଇଥିଲେ। ହେଲେ ଏଠାରେ ସେ ନିଜର ସୁନ୍ଦରତା ପାଇଁ ଭାଇରାଲ ହୋଇଗଲେ। ନିଜର ନୀଳ ଆଖି ମୋନାଲିସାଙ୍କୁ ଖୁବ ଲୋକପ୍ରିୟ କରାଇଛି। ତାଙ୍କ ଫଟୋ ଖୁବ ଜୋରରେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବର୍ତ୍ତମାନ ତାଙ୍କୁ ଫିଲ୍ମ ଅଫର ମିଳିଛି। ମୋନାଲିସା ଫିଲ୍ମର ବଡ଼ ବ୍ୟାନରରେ ନଜର ଆସିବେ। ସେ ଫିଲ୍ମ ‘ଦ ମଣିପୁର ଡାୟରିଜ’ ରେ ଆର୍ମି ଅଫିସରଙ୍କ ଝିଅର ଚରିତ୍ରରେ ଅଭିନୟ କରିବେ। ଏହି ଫିଲ୍ମର ସୁଟିଂ ମୁମ୍ବାଇରେ ଚାଲୁଛି ଏବଂ ମୋନାଲିସାଙ୍କୁ ଏଥିପାଇଁ ମୁମ୍ବାଇ ଯିବାକୁ ପଡିଛି।