ମୁମ୍ବାଇ: ଆଗାମୀ ଫିଲ୍ମ ‘ଧୁମ୍ଧାମ୍’କୁ ନେଇ ଚର୍ଚ୍ଚାରେ ଅଛନ୍ତି ବଲିଉଡ଼ ଅଭିନେତ୍ରୀ ୟାମୀ ଗୌତମ । ଏଥିଲାଗି ସେ ଏବେ ନିଜର ଫିଲ୍ମ ପ୍ରମୋସନରେ ପୁରା ବ୍ୟସ୍ତ ଅଛନ୍ତି । ଏକ ଦମ୍ପତିଙ୍କ କାହାଣୀକୁ ନେଇ ଆଧାରିତ ଏହି ଫିଲ୍ମ । ଏଥିରେ ୟାମି ଅଭିନେତା ପ୍ରତୀକ ଗାନ୍ଧୀଙ୍କ ସହ ନଜରକୁ ଆସିବେ। ଏହି ଆସନ୍ତା ୧୪ ତାରିଖରୁ ଓଟିଟି ପ୍ଲାଟ୍ଫର୍ମ ନେଟ୍ଫ୍ଲିକ୍ସରେ ଷ୍ଟ୍ରିମିଂ ହେବ।
ଦମ୍ଦାର ଅଭିନୟ ପାଇଁ ୟାମି ଗୌତମ ବଲିଉଡ୍ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ତାଙ୍କର ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରନ୍ତି । ନିକଟରେ ଏକ ସାକ୍ଷାତକାରରେ ୟାମି କହିଛନ୍ତି ଯେ, ସେ କେବେ ଅଭିନେତ୍ରୀ ହେବାକୁ ଚାହୁଁ ନ ଥିଲେ । ଭବିଷ୍ୟତରେ ଜଣେ ଆଇଏଏସ୍ ଅଫିସର ହେବାକୁ ସ୍ୱପ୍ନ ଦେଖୁଥିଲେ । ଛାତ୍ରୀ ଥିବା ସମୟରେ ସେ ଅଧ୍ୟୟନରେ ଉତ୍କୃଷ୍ଠ ଥିଲେ। ସେ ପଢ଼ିବାକୁ ଏବଂ ଲେଖିବାକୁ ବହୁତ ଭଲ ପାଆନ୍ତି ।
କିନ୍ତୁ ଭାଗ୍ୟ ଅଲଗା ରାସ୍ତାରେ ନେଲା । କଲେଜ ସରୁ ସରୁ ମଡେଲିଂ କରିବାକୁ ଅଫର ମିଳିଲା । ଆଗପଛ ନ ବିଚାରି ସେ ମଡ଼େଲିଂ କରିବା ଆରମ୍ଭ କଲେ । ମଡେଲିଂରେ ସଫଳତା ପାଇବା ପରେ ଏଥିପ୍ରତି ଆଗ୍ରହ ବଢିଲା । ଧୀରେ ଧୀରେ ପାଠପଢାରୁ ଦୂରେଇବା ସହ ଆଇଏଏସ ହେବା ସ୍ୱପ୍ନ ବି ଭାଙ୍ଗିଗଲା । ପରେ ଛୋଟ ପରଦାରେ ଅଭିନୟ କରିବାର ସୁଯୋଗ ମିଳିଥିଲା। ସେ ‘ଚାନ୍ଦ୍ କେ ପାର ଚଲୋ’ ଏବଂ ‘ୟେ ପ୍ୟାର ନା ହୋଗା କମ୍’ ପରି ଧାରାବାହିକରେ ଅଭିନୟ କରି ଦର୍ଶକଙ୍କ ବହୁ ପ୍ରଶଂସା ସାଉଁଟିଥିଲେ। ପରେ ୨୦୧୨ରେ ରିଲିଜ୍ ହୋଇଥିବା ‘ଭିକି ଡୋନର’ ଫିଲ୍ମ ସହ ୟାମି ବଲିଉଡ୍ରେ ଡେବ୍ୟୁ କରିଥିଲେ।