ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ବଡ଼ ସାପ । ଏହି ବିଶାଳକାୟ ସାପକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହେବା ସହ ଭୟଭୀତ ହୋଇପଡ଼ିଛନ୍ତି । ଏହାର ଫଟୋ ଓ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହି ସାପ ଆମାଜନ ରେନଫରେଷ୍ଟରରେ ନଜର ଆସିଛି ।
ଏହି ସାପର ଓଜନ ମଣିଷଠାରୁ ୩ଗୁଣ ଅଧିକ ହୋଇଥିବା ବେଳେ କାର୍ ଟାୟାର ଭଳି ମୋଟା । ଏହାର ଓଜନ ପାଖାପାଖି ୨୦୦କେଜି। ଏହାର ଲମ୍ବ ୨୬ଫୁଟ୍ ଏବଂ ମୁଣ୍ଡ ମଣିଷ ମୁଣ୍ଡ ସହ ସମାନ। ବ୍ରାଜିଲର ଏକ ଦୁର୍ଗମ ଅଞ୍ଚଳରେ ଟିଭି ବନ୍ୟପ୍ରାଣୀ ଉପସ୍ଥାପକ ପ୍ରଫେସର ଫ୍ରିକ୍ ଭୋଙ୍କ ଉତ୍ତର ସବୁଜ ଆନାକୋଣ୍ଡା ନାମକ ଏହି ବିଶାଳ ସାପକୁ ଠାବ କରିଥିଲେ। ପୂର୍ବରୁ ସବୁଠାରୁ ବଡ଼ ପ୍ରଜାତିର ସାପକୁ ରେଟିକୁଲେଟେଡ ଅଜଗର ବୋଲି ବିବେଚନା କରାଯାଉଥିଲା, ଯାହାର ଦୈର୍ଘ୍ୟ ହାରାହାରି ୨୦ଫୁଟ ଓ ୫ଇଞ୍ଚ। ନିକଟରେ ବୈଜ୍ଞାନିକ ପତ୍ରିକା ‘ଡାଇଭର୍ସିଟି’ରେ ଉତ୍ତର ସବୁଜ ଆନାକୋଣ୍ଡା କୁ ନେଇ ଏକ ଗବେଷଣା ପ୍ରକାଶ ପାଇଥିଲା। ଏଥିରେ ଡଚ୍ ଜୀବବିଜ୍ଞାନୀ ପ୍ରଫେସର ୱାଙ୍କ ସମୁଦ୍ରରେ ଏକ ବଡ଼ ସାପ ସହ ପହଁରୁଥିବାର ଦେଖିବାକୁ ମିଳୁଛି। ଏହି ସାପର ଲମ୍ବ ୨୬ଫୁଟ ଓ ଓଜନ ୨୦୦କେଜି ବୋଲି ସେ କହିଛନ୍ତି।
ପ୍ରଫେସର ୱାଙ୍କ ଆହୁରି କହିଛନ୍ତି ଯେ, ୯ଟି ଦେଶର ୧୪ଜଣ ବୈଜ୍ଞାନିକଙ୍କ ସହ ମିଶି ଆମେ ବିଶ୍ୱର ସବୁଠାରୁ ବଡ଼ ସାପ ପ୍ରଜାତିକୁ ଆବିଷ୍କାର କରିଛୁ। ଆମେ ସମସ୍ତେ ଚଳଚ୍ଚିତ୍ର ଏବଂ କାହାଣୀ ମାଧ୍ୟମରେ ଜାଣିଛୁ ଯେ ଦୁନିଆରେ ଭିନ୍ନ ଭିନ୍ନ ପ୍ରଜାତିର ସାପ ଅଛନ୍ତି, ଯଦିଓ ଏଗୁଡ଼ିକ ମାତ୍ର ୨ଟି ପ୍ରଜାତି। ସୁରିନାମ, ଭେନେଜୁଏଲା ଏବଂ ଫ୍ରେଞ୍ଚ୍ ଗୁଆନା ସମେତ ଦକ୍ଷିଣ ଆମେରିକାରେ ଏହାର ସୀମାର ଉତ୍ତରରେ ଥିବା ସବୁଜ ଆନାକୋଣ୍ଡା ଏକ ସମ୍ପୂର୍ଣ୍ଣ ଭିନ୍ନ ପ୍ରଜାତି ପରି ମନେହୁଏ । ଯଦିଓ ପ୍ରଥମ ଦୃଷ୍ଟିରେ ସେମାନେ ସମସ୍ତେ ପ୍ରାୟ ସମାନ ଦେଖାଯାଆନ୍ତି, କିନ୍ତୁ ସେମାନଙ୍କ ମଧ୍ୟରେ ୫.୫ ପ୍ରତିଶତ ଜେନେଟିକ୍ ପାର୍ଥକ୍ୟ ରହିଛି, ଯାହା ପ୍ରକୃତରେ ବଡ଼।