ଭୂତ ଭୟ: ୩୬ବର୍ଷ ହେଲା ମହିଳାଙ୍କ ବେଶରେ ପୁରୁଷ

ନୂଆଦିଲ୍ଲୀ: ଆଜିକାଲି ବିଜ୍ଞାନ ଯୁଗରେ ଭୂତ, ପ୍ରେତ, ଡାଆଣୀ, ଗୁଣିଆ, ପ୍ରେତାତ୍ମାକୁ ଆହ୍ୱାନ ଭଳି ଅନ୍ଧବିଶ୍ୱାସକୁ କିଛି ମାତ୍ରାରେ ଲୋକେ ବିଶ୍ୱାସ କରୁଛନ୍ତି । ସେଥିଲାଗି ପ୍ରତ୍ୟେକ ଦିନ ଅନେକ ଧନଜୀବନ ହାନିର କାରଣ ହେଉଛି । ଏବେ ବି ଲୋକେ ଏହି ଅନ୍ଧବିଶ୍ୱାସରୁ ବାହାରି ପାରି ନାହାନ୍ତି । ଏହି କ୍ରମରେ ଉତ୍ତରପ୍ରଦେଶର ଜୌନପୁରରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ପୁରୁଷ ଭୂତ ଭୟରେ ଦୀର୍ଘ ୩୬ ବର୍ଷ ହେଲା ମହିଳାଙ୍କ ବେଶରେ ରହୁଛନ୍ତି। ଏହା ଜାଣିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏବେ ଏହି ଘଟଣା ଗାଁ ଏବଂ ଆଖପାଖ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଜୌନପୁର ଜିଲ୍ଲାର ଜଣେ ବାସିନ୍ଦା ତିନି ଦଶନ୍ଧିରୁ ଅଧିକ ସମୟ ଧରି ମହିଳାଙ୍କ ପରି ରହୁଛନ୍ତି । ସେ ପ୍ରତ୍ୟେକ ଦିନ ଶାଢ଼ି ପିନ୍ଧନ୍ତି । ମଥାରେ ସିନ୍ଦୂର,ହାତରେ ଚୁଡ଼ି ପିନ୍ଧି ନିଜକୁ ଜଣେ ମହିଳା ଭାବେ ସଜେଇ ହୁଅନ୍ତି । ଏଭଳି ସଜେଇ ହେବା ଘଟଣାକୁ ନେଇ ବ୍ୟକ୍ତି ଜଣକ କହିଛନ୍ତି ଯେ,ଏକ ଆତ୍ମା ତାଙ୍କୁ ବହୁତ ହଇରାଣ କରୁଥିଲା । ଭୟଭୀତ ବି କରୁଥିଲା। ତାଙ୍କ ମତରେ ଯଦି ସେ ପୁରୁଷ ଭାବରେ ବଞ୍ଚିବେ ତାଙ୍କ ଜୀବନ ବିପଦରେ ପଡ଼ିପାରେ। ସେ ତିନିଥର ବିବାହ କରିଛନ୍ତି ।

ଦ୍ୱିତୀୟ ସ୍ତ୍ରୀ ବଙ୍ଗାଳୀ ଥିଲେ। ତାଙ୍କ ମୃତ୍ୟୁ ପରେ ସେ ସର୍ବଦା ସ୍ୱପ୍ନ ଦେଖିଲେ କି ତାଙ୍କ ସ୍ତ୍ରୀଙ୍କ ଆତ୍ମା ତାଙ୍କୁ ବହୁତ କଷ୍ଟ ଦେଉଛି। ଏକଦା ସ୍ୱପ୍ନ ଦେଖିଲେ ସେ ମହିଳାଙ୍କ ବେଶରେ ଅଛନ୍ତି। ଏହି ବେଶରେ ଥିବାରୁ ଭୂତ ତାଙ୍କୁ ଭୟଭୀତ କରି ପାରିଲା ନାହିଁ। ସେବେଠାରୁ ସେ ମହିଳାଙ୍କ ଭଳି ଶାଢ଼ି ପିନ୍ଧି ସଜେଇ ହୋଇ ରହିବାକୁ ନିଷ୍ପତ୍ତି ନେଲେ । ଇତିମଧ୍ୟରେ ଦୀର୍ଘ ୩୬ ବର୍ଷ ବିତିଗଲାଣି ଏପରି ନାରୀ ବେଶରେ । ସ୍ଥାନୀୟ କିଛି ଲୋକ ଏହାକୁ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ବୋଲି ବିବେଚନା କରୁଥିବା ବେଳେ ଆଉ କିଛି ଲୋକ ଏହାକୁ ଭୂତର ପ୍ରଭାବ ବୋଲି କହୁଛନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *