କନସର୍ଟ ପୂର୍ବରୁ ଦୁର୍ଘଟଣାର ଶିକାର ହେଲେ ବିଶାଲ, ସ୍ଥଗିତ ହେଲା ଶୋ’

ମୁମ୍ବାଇ: ଦୁର୍ଘଟଣାରେ ଆହତ ହେଲେ ସିଙ୍ଗର ବିଶାଲ ଦଦଲାନି । ତାଙ୍କୁ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଯାଇଛି । ଏମିତି କି ପୁନେରେ ଏକ କନସର୍ଟ ସ୍ଥଗିତ ରଖିବା ନେଇ ସେ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି ।

ଶୋ’ ବିଷୟରେ କହିବାକୁ ଗଲେ ବର୍ତ୍ତମାନ ଏହାକୁ ସ୍ଥଗିତ ରଖାଯାଇଛି । କିନ୍ତୁ ପୁଣି କେବେ ହେବ ତାହା ଘୋଷଣା କରାଯାଇ ନାହିଁ । ବିଶାଲ ଦଦଲାନି ତାଙ୍କ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀରେ ଏନେଇ ସୂଚନା ଦେଇଛନ୍ତି । ଷ୍ଟୋରୀରେ ସେ ପୁନେ କନସର୍ଟର ତାରିଖ ପରିବର୍ତ୍ତନ ବିଷୟରେ ଉଲ୍ଲେଖ କରିଥିଲେ । ବିଶାଲ ତାଙ୍କ ଷ୍ଟୋରୀରେ କନସର୍ଟର ପୋଷ୍ଟର ସେୟାର କରି ଲେଖିଛନ୍ତି, ମୋର ଏକ ଛୋଟ ଦୁର୍ଘଟଣା ଘଟିଥିଲା। ମୁଁ ଶୀଘ୍ର ଫେରିବି, ତୁମ ସମସ୍ତଙ୍କୁ ଅପଡେଟ୍ ରଖିବି।

ବିଶାଲଙ୍କ ସହିତ, ଆୟୋଜକମାନେ ମଧ୍ୟ ସେମାନଙ୍କ ସୋସିଆଲ ମିଡିଆରେ ଏ ବିଷୟରେ ସୂଚନା ଦେଇଛନ୍ତି । ଏହି କନସର୍ଟ ମାର୍ଚ୍ଚ ୨ ରେ ହେବାର ଥିଲା ଏବଂ ବର୍ତ୍ତମାନ ଦ୍ୱିତୀୟ ତାରିଖ ବିଷୟରେ କୌଣସି ଅପଡେଟ୍ ନାହିଁ । ତେବେ ସେ କେମିତି ଦୁର୍ଘଟଣାର ଶିକାର ହୋଇଛନ୍ତି ତାହା ମଧ୍ୟ ଜଣାପଡି ନାହିଁ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *