ଏହି ଦିନ ଠାରୁ ଆରମ୍ଭ ଚାରିଧାମ ଯାତ୍ରା

ନୂଆଦିଲ୍ଲୀ: ଆରମ୍ଭ ହେବ ଚାରିଧାମ ଯାତ୍ରା । ହେଲା ତାରିଖ ଘୋଷଣା । ଏଣିକି ମହାଦେବଙ୍କ ଦର୍ଶନ ପାଇଁ ଯିବେ ଶ୍ରଦ୍ଧାଳୁ । କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଧାମ ର କବାଟ ଖୋଲିବା ନେଇ ତାରିଖ ଘୋଷଣା କରାଯାଇଛି । ଏପ୍ରିଲ ୩୦ରେ ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଧାମର ଦ୍ୱାର ଖୋଲିବା ସହିତ ଚାରିଧାମ ଯାତ୍ରା ଆରମ୍ଭ ହେବ । ଉତ୍ତରାଖଣ୍ଡ ସରକାର ଚାରିଧାମ ଯାତ୍ରା ୨୦୨୫ର ତାରିଖ ଘୋଷଣା କରିଛନ୍ତି । ଚଳିତ ବର୍ଷ ପ୍ରଶାସନ ଯାତ୍ରାକୁ ସରଳ ତଥା ସୁରକ୍ଷିତ କରିବା ପାଇଁ ଅନେକ ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ କରିଛି । 

ଗଙ୍ଗା ନଦୀ କୁଳେ ଅବସ୍ଥିତ ଏହି ଚାରିଧାମ ଯିବା ପାଇଁ ସବୁଠାରୁ ଲୋକପ୍ରିୟ ମାର୍ଗ ହରିଦ୍ୱାରରୁ ଯାତ୍ରା ଆରମ୍ଭ କରିବାକୁ ପଡିଥାଏ ଏବଂ ସେହି ରାସ୍ତାରେ ହିଁ ଯାତ୍ରା ଶେଷ ହୁଏ । ଚାରିଧାମ ଯାତ୍ରାରେ, କେଦାରନାଥ ଧାମରେ ​​ଭଗବାନ ଶିବ, ବଦ୍ରିନାଥରେ ଭଗବାନ ବିଷ୍ଣୁ, ଗଙ୍ଗୋତ୍ରୀରେ ମାତା ଗଙ୍ଗା ଏବଂ ଯମୁନୋତ୍ରୀରେ ମାତା ଯମୁନାଙ୍କୁ ପୂଜା କରାଯାଏ।

ବଦ୍ରିନାଥ ଧାମର ଦ୍ୱାର ମେ’ ୪ରେ ଖୋଲିବ । ତେବେ କେଦାରନାଥ ଧାମର କବାଟ ଖୋଲିବାର ତାରିଖ ମହାଶିବରାତ୍ରି ଦିନ ଘୋଷଣା କରାଯିବ । ଚଳିତ ବର୍ଷ ଚାରିଧାମ ଯାତ୍ରା ପାଇଁ ୬୦% ପଞ୍ଜୀକରଣ ଅନଲାଇନ୍ ଏବଂ ୪୦% ଅଫଲାଇନ୍ ହେବ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *