ମୁମ୍ବାଇ: ‘ଦୃଶ୍ୟମ ୨’ ଫିଲ୍ମର ଅଜୟ ଦେବଗନଙ୍କ ଝିଅ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଇଶିତା ଦତ୍ତାଙ୍କ ଭାଲେଣ୍ଟାଇନ୍ସ ଡେ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରକୃତରେ ଏହି ପୋଷ୍ଟରେ ଅଭିନେତ୍ରୀ ଦ୍ୱିତୀୟ ଥର ପାଇଁ ମାଆ ହେବାକୁ ଯାଉଥିବାର ସଙ୍କେତ ଦେଇଛନ୍ତି।
ପ୍ରକୃତରେ ଇଶିତା ଦତ୍ତା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ପୋଷ୍ଟକୁ ସେୟାର କରିଛନ୍ତି। ଯେଉଁଥିରେ ସେ ତାଙ୍କ ସ୍ୱାମୀ ବତ୍ସଲ ସେଠଙ୍କ ସହ ନଜର ମଧ୍ୟ ଆସିଛନ୍ତି । ଏହି ଫଟୋଗୁଡ଼ିକରେ, ଇଶିତା ଦତ୍ତା ଲାଲ ରଙ୍ଗର ପୋଷାକ ପିନ୍ଧି ବହୁତ ସୁନ୍ଦର ଦେଖାଯାଉଥିବା ବେଳେ ବତ୍ସଲ କଳା କୋଟ୍ ଏବଂ ପ୍ୟାଣ୍ଟରେ ନଜର ଆସିଥିଲେ। ପ୍ରଶଂସକମାନେ ଦୁହିଁଙ୍କ ମଧ୍ୟରେ ଥିବା କେମେଷ୍ଟ୍ରିକୁ ମଧ୍ୟ ପସନ୍ଦ କରୁଛନ୍ତି।
ଏହି ଫଟୋଗୁଡ଼ିକୁ ସେୟାର କରି ଇଶିତା କ୍ୟାପସନରେ ଲେଖିଛନ୍ତି, ‘ତୁମକୁ ଜାଣିବାର ୯ ବର୍ଷ, ତୁମକୁ ଭଲ ପାଇବାର ୮ ବର୍ଷ, ଗୋଟେ ଛୋଟ ଭଲ ପାଇବା ଆମେ ସୃଷ୍ଟି କରିଛୁ, ଖୁବ ଶୀଘ୍ର ପରିବାର ବଢ଼ିବ ।
ଇଶିତା ଏବଂ ଭତ୍ସଲଙ୍କ ଏହି ପୋଷ୍ଟ ଦେଖି ପ୍ରଶଂସକମାନେ ଅନୁମାନ କରିବା ଆରମ୍ଭ କରିଦେଇଛନ୍ତି ଯେ ଅଭିନେତ୍ରୀ ପୁଣି ଥରେ ମାଆ ହେବାକୁ ଯାଉଛନ୍ତି। ତଥାପି, ଏହି ଦମ୍ପତି ଏପର୍ଯ୍ୟନ୍ତ ଏ ବିଷୟରେ କୌଣସି ସୂଚନା ଦେଇନାହାଁନ୍ତି ।
ଆପଣଙ୍କୁ କହି ରଖୁଛୁ ଯେ ଇଶିତା ଏବଂ ବତ୍ସଲ ବର୍ତ୍ତମାନ ଏକ ପୁଅର ପିତାମାତା। ଯାହାକୁ ସେ ଜୁଲାଇ ୨୦୨୩ ରେ ପରିବାରକୁ ଆସିଥିଲା । ଇଶିତା ଦତ୍ତା ଅଜୟ ଦେବଗନଙ୍କ ଫିଲ୍ମ ‘ଦୃଶ୍ୟମ’ ଏବଂ ଏହାର ସିକ୍ୱେଲରେ କାମ କରିଛନ୍ତି। ଏହା ବ୍ୟତୀତ ସେ ଟିଭିରେ ଜଣେ ପ୍ରସିଦ୍ଧ ଚେହେରା ମଧ୍ୟ।
ବତ୍ସଲ ସେଠ୍ ମଧ୍ୟ ଜଣେ ବଲିଉଡ ଅଭିନେତା। ଯିଏ ‘ଜଷ୍ଟ ମୋହବତ୍’ ଏବଂ ‘ତାରଜାନ୍ ଦ ୱାଣ୍ଡର କାର୍’ ଭଳି ଫିଲ୍ମ ବ୍ୟତୀତ ଅନେକ ଟିଭି ଶୋ’ରେ ମଧ୍ୟ କାମ କରିଛନ୍ତି।