ନୂଆଦିଲ୍ଲୀ: ପ୍ରତ୍ୟେକ ଅଫିସରେ ବସ୍ ହୁଅନ୍ତୁ କି ସିନିୟରଙ୍କଠୁ କାମରେ ଭୁଲ ନେଇ ଗାଳି ପଡିଥାଏ । ଅଫିସରେ ସିନିୟର ଓ ଜୁନିୟର କର୍ମଚାରୀଙ୍କ ମଧ୍ୟରେ ପ୍ରାୟ ସମୟରେ ତିକ୍ତତା ଆସିଥାଏ । କାମରେ ଭୁଲ କଲେ ସିନିୟରମାନେ ଜୁନିୟରଙ୍କୁ ଗାଳି ଦେଇଥାନ୍ତି । ହେଲେ କଣ ଅଫିସରେ ସିନିୟର ଜୁନିୟରଙ୍କୁ ଗାଳି ଦେବା ଅପରାଧ? ନିକଟରେ ସୁପ୍ରିମକୋର୍ଟ ଅଫିସରେ ସିନିୟର ଓ ଜୁନିୟରଙ୍କ ମଧ୍ୟରେ ହୋଇଥିବା ଏକା ମାମଲାର ରାୟ ଶୁଣାଇଛନ୍ତି ।
୨୦୨୨ ମସିହାର ଏକ ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି , ଅଫିସରେ ସିନିୟରମାନେ ଜୁନିୟରଙ୍କୁ ଗାଳି ଦେବା ସାଧାରଣ କଥା । ଯଦି ଜଣେ ଜୁନିୟରଙ୍କୁ ଅଫିସ କାମରେ ଭୁଲକୁ ନେଇ ଗାଳି ଦିଅନ୍ତି ଅବା ରାଗି କରି କିଛି କୁହନ୍ତି ତେବେ ଏହାକୁ ଅପରାଧ ଭାବେ ଗ୍ରହଣ କରାଯିବ ନାହିଁ କିମ୍ବା ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ । ଅଫିସର ଜଣେ ବରିଷ୍ଠ ଅଧିକାରୀ ଗାଳି ଦେଲେ ବା ଚେତାବନୀ ଦେବାକୁ ଅପରାଧ କୁହାଯିବ ନାହିଁ ।