ଅନେକ ଦିନ ପରେ ଛାବାରେ ଆସିଲେ ନଜର

ମୁମ୍ବାଇ: ବକ୍ସ ଅଫିସରେ ରାଜ କରୁଛି ବିକି କୌଶଲ, ରଶ୍ମିକା ମନ୍ଦନାଙ୍କ ଫିଲ୍ମ ଛାବା। ଫିଲ୍ମରେ ଔରାଙ୍ଗଜେବଙ୍କ ଚରିତ୍ରରେ ନଜର ଆସିଥିବା ଅକ୍ଷୟ ଖନ୍ନା ମଧ୍ୟ ଦର୍ଶକଙ୍କ ମନ ଜିଣିଛନ୍ତି। ବହୁ ଦିନ ଧରି ଅଭିନୟ ଜଗତରୁ ଦୂରରେ ଥିବା ଅକ୍ଷୟ ଖନ୍ନା ଛାବା ଫିଲ୍ମ ଜରିଆରେ ପୁଣି ବଲିଉଡକୁ କମବ୍ୟାକ୍ କରିଛନ୍ତି। ଅନେକ ଦିନ ବ୍ୟବଧାନ ପରେ ଅକ୍ଷୟଙ୍କ ଚରିତ୍ର ଏବଂ ଅଭିନୟ ମଧ୍ୟ ବେଶ ଉଚ୍ଚ କୋଟିର ଥିବା କହିଛନ୍ତି ଦର୍ଶକ।

ସିନେମାରେ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ଭୂମିକାରେ ନଜର ଆସିଛନ୍ତ ଭରସାଟାଇଲ ଅଭିନେତା ଅକ୍ଷୟ ଖନ୍ନା । ଏକ୍ସ ୟୁଜର୍ସ ଅଭିନେତାଙ୍କ ପ୍ରଶଂସାରେ ଇଣ୍ଟରନେଟ୍ ଭରି ଦେଇଛନ୍ତି । ଏହାକୁ ନେଇ ଜଣେ ୟୁଜର୍ସ ଲେଖିଛନ୍ତି, ମୁଁ ପ୍ରକୃତରେ ଅନୁଭବ କରୁଛି ଯେ କିଛି ଅଭିନେତା ଜେନେଟିକାଲୀ ପ୍ରତିଭାଶାଳୀ । ଅକ୍ଷୟ ଖନ୍ନା ଔରଙ୍ଗଜେବ ଭାବରେ ଚମତ୍କାର ଥିଲେ । ମୁଁ ଭାବୁଛି ଆମେ ସମସ୍ତେ ଫିଲ୍ମରେ ଅଧିକ ଥର ଦେଖିବାକୁ ଚାହୁଁଥିବା ଅଭିନେତା ହେଉଛନ୍ତି ଅକ୍ଷୟ।

ସେହିପରି ଆଉ ଜଣେ ୟୁଜର୍ସ ଉଲ୍ଲେଖ କରିଛନ୍ତି, ଅକ୍ଷୟ ତାଙ୍କ ଚରିତ୍ରରେ ଏତେ ଜଡିତ ଥିଲେ ଯେ ନିଜେ ଔରଙ୍ଗଜେବ ମଧ୍ୟ ତାଙ୍କୁ ଦେଖିଲେ ଦ୍ୱନ୍ଦ୍ୱରେ ପଡ଼ିଯିବେ । ଚମତ୍କାର ଅଭିନୟ । ଏମିତିକି ଆଉ ଜଣେ ଅକ୍ଷୟ ଖନ୍ନାଙ୍କ ଦୋଷ ସ୍ବୀକାର ବୋଲି ମଧ୍ୟ ଲେଖିଛନ୍ତି ।

ଫେବୃଆରୀ ୧୪ ତାରିଖରେ ସିନେମା ହଲରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଛାବା’ ପ୍ରଥମ ସପ୍ତାହରେ ୧୦୦ କୋଟି ଟଙ୍କା ଆୟ କରିଛି । ଏମିତି କରି ସବୁ ରେକର୍ଡ ଭାଙ୍ଗିଛି ଛାବା । ପ୍ରଥମ ସପ୍ତାହାନ୍ତରେ ୧୦୦ କୋଟି ଟଙ୍କାରୁ ଅଧିକ ରୋଜଗାର କରିବାରେ ୨୦୨୫ ର ପ୍ରଥମ ଫିଲ୍ମ ପାଲଟିଛି । ଏହା ସହିତ, ଏହା ମୁକ୍ତିଲାଭର ତୃତୀୟ ଦିନରେ ହ୍ରିତିକ୍ ରୋଶନ, ସଲମାନ ଖାନ, ଦୀପିକା ପାଦୁକୋନଙ୍କ ବ୍ଲକବଷ୍ଟର ଫିଲ୍ମଗୁଡ଼ିକୁ ବି ପଛରେ ପକାଇ ଦେଇଛି । ‘ଛାବା’ର କ୍ରେଜ୍ ଦେଖି ଅନୁମାନ କରାଯାଇପାରେ ଯେ ଏହା ଆଗାମୀ ଦିନରେ ଅନେକ ରେକର୍ଡ ସୃଷ୍ଟି କରିପାରେ । ୩ ଦିନରେ ଏହି ସିନେମା ୧୨୧.୪୩ କୋଟି ରୋଜଗାର କରିଛି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *