ପେପ୍‌ସି, କୁର୍‌କୁରେ, ହଲକ୍ସି ବ୍ୟବହାର କରୁଥିଲେ ସାବଧାନ..

ନୂଆଦିଲ୍ଲୀ: ଯଦି ଆପଣ ପେପସିକୋ, ୟୁନିଲିଭର ଏବଂ ଡେନୋନ୍ ପରି କମ୍ପାନିର ଖାଦ୍ୟ ପଦାର୍ଥ ବ୍ୟବହାର କରୁଛନ୍ତି  କି ହୋଇଯାଆନନ୍ତୁ ସାବଧାନ । କାରଣ ସାମାନ୍ୟ ସତର୍କତା ଆପଣଙ୍କୁ ବଡ଼ ବିପଦରୁ ରକ୍ଷା କରିପାରିବ ।  ନିକଟରେ ଏଟିଏନ୍‌ଆଇ ବା ଆକ୍ସେସ୍‌ ଟୁ ନ୍ୟୁଟ୍ରିସନ୍‌ ଇନିସିଏଟିଭ୍‌ ନାମକ ଏକ ବିଶ୍ୱସ୍ତରୀୟ ଫାଉଣ୍ଡେସନ୍ ରିପୋର୍ଟରେ ଏହି ସବୁ କମ୍ପାନିର କିଛି ଖାଦ୍ୟପଦାର୍ଥକୁ କ୍ଷତିକାରକ ବୋଲି ପ୍ରକାଶ କରିଛି।

ପେପସିକୋ ଦେଶରେ ପେପସି, ସେଭେନଅପ୍, ସ୍ଲାଇସ୍, ଷ୍ଟିଙ୍ଗ୍, ଚିପ୍ସ, କୁର୍କୁରେ ଇତ୍ୟାଦି ବିକ୍ରି କରେ। ସେହିପରି ୟୁନିଲିଭର ହର୍ଲିକ୍ସ, ରେଡ୍ ଲେଭଲ୍ ଚା, ତାଜମହଲ ଚା, ‌‌କ୍ଲୋଜ୍‌ଅପ୍‌ ଟୁଥ୍ ପେଷ୍ଟ , କ୍ଲିନିକ୍ ପ୍ଲସ୍ ସାମ୍ପୁ ଏବଂ ତେଲ, କପୋତ ସାବୁନ୍ ବିକ୍ରି କରେ। ଏହା ବ୍ୟତୀତ, ‌ଡେନୋନ୍ ଶିଶୁ ଖାଦ୍ୟ ସାମଗ୍ରୀ ବିକ୍ରୟ କରେ ଯେଉଁଥିରେ ପ୍ରୋଟିନେକ୍ସ ମଧ୍ୟ ଅନ୍ତର୍ଭୁକ୍ତ। ଏହି ରିପୋେର୍ଟର ତଥ୍ୟ ଆଧାରରେ ଏବେ ପ୍ରଶ୍ନ ଉଠୁଛି କି ଖାଦ୍ୟ ସୁରକ୍ଷା ବୋର୍ଡ ଥିବା ସତ୍ବେ ବି କ’ଣ ପାଇଁ ଖାଦ୍ୟର ଗୁଣବତା ମାନ ଯାଞ୍ଚ କରାଯାଉନାହିଁ । 

 ପେପସିକୋ, ୟୁନିଲିଭର, ଡେନୋନ୍ ପରି କମ୍ପାନିଗୁଡିକ ଭାରତ ସମେତ ସାରା ବିଶ୍ୱରେ ଅନେକ ପ୍ରକାରର ଉତ୍ପାଦ ବିକ୍ରି କରନ୍ତି। ଏଟିଏନ୍‌ଆଇ ପ୍ରକାଶ କରିଥିବା ରିପୋର୍ଟ ଅନୁଯାୟୀ, ଏହି କମ୍ପାନିଗୁଡିକ ଭାରତ ସମେତ ଅନ୍ୟାନ୍ୟ ଦେଶରେ ଖରାପ ଗୁଣବତ୍ତା ଉତ୍ପାଦ ବିକ୍ରି କରୁଛନ୍ତି। ଏହା ସ୍ପଷ୍ଟ ଯେ ଏହି କମ୍ପାନିଗୁଡିକ ଅଧିକ ଲାଭର ଲୋଭରେ ଆମ ଦେଶର ଲୋକଙ୍କ ସ୍ୱାସ୍ଥ୍ୟ ସହିତ ଖେଳୁଛନ୍ତି।

ରିପୋର୍ଟ ଅନୁଯାୟୀ, ଉଚ୍ଚ ଆୟକାରୀ ଦେଶଗୁଡିକରେ କମ୍ପାନି ବିକ୍ରି କରୁଥିବା ସାମଗ୍ରୀର ଉନ୍ନତ ସ୍ୱାସ୍ଥ୍ୟ ତାରକା ମୂଲ୍ୟାୟନ ରହିଛି। ତେବେ ଇଥିଓପିଆ, ଘାନା, କେନିଆ, ନାଇଜେରିଆ, ପାକିସ୍ଥାନ, ଫିଲିପାଇନ୍ସ, ତାଞ୍ଜାନିଆ ଏବଂ ଭିଏତନାମ ଆଦି ଦେ‌ଶରେ ଭାରତ ପରି ନିମ୍ନ ଗୁଣବତ୍ତାର ସାମଗ୍ରୀ ବିକ୍ରି କରାଯାଉଥିବା ସୂଚନା ରହିଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *