ମହାକୁମ୍ଭରେ ମହିଳାଙ୍କ ବୁଡ଼ ପକାଇବାର ଭିଡ଼ିଓ ବିକ୍ରି

ଲକ୍ଷେ୍ନୗ: ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବାକୁ ଆସୁଥିବା ମହିଳା ଓ ଯୁବତୀଙ୍କର ଭିଡିଓ ହେଉଛି ବିକ୍ରି। ମହିଳାମାନେ ବୁଡ ପକାଇବା ବେଳର ଓ ପରେ ପୋଷାକ ବଦଳିବା ଭିଡ଼ିଓ ସବୁ ଇଣ୍ଟରନେଟରେ କରାଯାଉଛି ବିକ୍ରି । ଏନେଇ ଏବେ ସାଂଘାତିକ ତଥ୍ୟ ପଦାକୁ ଆସିଛି । ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଛି ହିନ୍ଦୁ ଧାର୍ମିକ ପର୍ବ ମହାକୁମ୍ଭ ମେଳା । ପ୍ରତ୍ୟେକ ଦିନ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସି ଏଠାରେ ବୁଡ଼ ପକାଉଛନ୍ତି । ଏସବୁ ଭିତରେ ଏବେ ସେହି ମହାକୁମ୍ଭରୁ ଆସିଛି ଏକ ଲଜ୍ଜାଜନକ ଘଟଣା । ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବାକୁ ଆସୁଥିବା ମହିଳା ଓ ଯୁବତୀଙ୍କର ଭିଡିଓ ହେଉଛି ବିକ୍ରି। ମହିଳାମାନେ ତ୍ରିବେଣୀ ସଙ୍ଗମରେ ଗାଧୋଇବା ଏବଂ ପରେ ପୋଷାକ ବଦଳିବାର ଫଟୋ ଓ ଭିଡ଼ିଓ ସବୁ ଇଣ୍ଟରନେଟରେ କରାଯାଉଛି ବିକ୍ରି । ଏହିସବୁ ଭିଡ଼ିଓ ଭାଇରାଲ ହେବା ପରେ ଏବେ ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି ।

ଅନଲାଇନରେ ବିକ୍ରି ହେଉଛି ମହିଳାଙ୍କ ବୁଡ଼ ପକାଇବା ବେଳର ଭିଡ଼ିଓ । ସୋସିଆଲ ମି଼ଡିଆରେ ଶହେରୁ ଅଧିକ ଆକାଉଣ୍ଟରେ ଏହିସବୁ ଭିଡ଼ିଓ ବିକ୍ରି ଚାଲିଛି। ଏହି ଘଟଣା ପଦାକୁ ଆସିବା ପରେ ତତ୍ପର ହୋଇ ଉଠିଛି ୟୁପି ପୋଲିସ। ୧୦୧ ସୋସିଆଲ୍ ମିଡିଆ ଆକାଉଣ୍ଟ୍ ଉପରେ କାର୍ଯ୍ୟାନୁଷ୍ଠାନ ନେବା ସୌ ଅନେକଙ୍କୁ ନୋଟିସ କରିଛି ପୋଲିସ । ଭିଡିଓ ହଟାଇବା ପାଇଁ ମେଟା ସଂସ୍ଥାର ନିଆଯାଉଛି ସହଯୋଗ। କୁମ୍ଭରେ ପ୍ରତିଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବୁଡ ପକାଉଛନ୍ତି । ଏଯାବତ ୫୫ କୋଟିରୁ ଅଧିକ ଲୋକ ବୁଡ ପକାଇ ସାରିଛନ୍ତି। ଏହାରି ଭିତରେ କେତେ ଭିଡିଓ ସୁଟ୍ ହୋଇଛି ତାହା କଳ୍ପନା ବାହାରେ । ଯାହା ୟୁପି ପୋଲିସର ଚିନ୍ତା ବଢାଇଦେଇଛି । ଘଟଣାରେ ଅଧିକ ଛାନଭିନ୍ ଜାରି ରହିଛି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *