କେରଳ: କୁକୁଡ଼ା ବୋବେଇବା ହେଲା ଅଡ଼ୁଆ । ରାତିରେ ଶୋଇପାରିଲେନି ପଡ଼ୋଶୀ । ଶେଷରେ କୁକୁଡା ନାଁରେ କଲେ ଅଭିଯୋଗ । କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । କେରଳର ପଠାଣମଥିଟ୍ଟା ଜିଲ୍ଲାର ପାଲିକାଲ ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା । କୁକୁଡ଼ା ବୋବାଇବା ଘଟଣାକୁ ନେଇ ଏହି ବିବାଦ ଦେଖାଦେଇଛି। ଏହି ବିବାଦ କୌଣସି ସମ୍ପତ୍ତି କିମ୍ବା ଟଙ୍କାକୁ ନେଇ ନଥିଲା, ବରଂ ସକାଳେ କୁକୁଡ଼ା ଡାକିବା ନେଇ ଥିଲା। ଏହି ମାମଲା ଆରଡିଓ (ରାଜସ୍ୱ ବିଭାଗ କାର୍ୟ୍ୟାଳୟ) ପାଖରେ ପହଞ୍ଚିଥିଲା । ଘଟଣା ସମ୍ପର୍କରେ ଶୁଣିବା ପରେ ପ୍ରଶାସନ ସମସ୍ୟାର ସମାଧାନ କରିଛି
ପ୍ରକୃତରେ, ପ୍ରତିଦିନ ଭୋର ୩ଟାରେ, ଅନିଲ କୁମାରଙ୍କ କୁକୁଡ଼ା ବୋବାଏ ।, ଯାହା ପାଇ ପଡ଼ୋଶୀ ବୃଦ୍ଧ ରାଧାକୃଷ୍ଣ କୁରୁପ ରାତି ଅନିଦ୍ରା ହେଉଥିଲା। ଯେତେବେଳେ ରାତିର ନିଦ ଖରାପ ହେଉଥିଲା, ଦିନରେ ଶାନ୍ତି ମଧ୍ୟ କେମିତି ମିଳିବ। ବୃଦ୍ଧ ରାଧାକୃଷ୍ଣ କୁରୁପ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଏବଂ କୁକୁଡ଼ା ପାଇଁ ନିଦ ନେହବାରୁ ବହୁତ ଚିନ୍ତିତ ଥିଲେ।
ରାଧାକୃଷ୍ଣ କୁରୁପ ତାଙ୍କ ପଡ଼ୋଶୀ ଅନିଲ କୁମାରଙ୍କ କୁକୁଡ଼ା ବିରୁଦ୍ଧରେ ରାଜସ୍ୱ ଡିଭିଜନାଲ ଅଫିସ (ଜଊଙ) ରେ ଅଭିଯୋଗ ଦାଖଲ କରିଥିଲେ। ରାଧାକୃଷ୍ଣ କୁରୁପ କହିଛନ୍ତି ଯେ କୁକୁଡ଼ା ପ୍ରତିଦିନ ୩ଟାରେ ଡାକିବା ଆରମ୍ଭ କରେ, ଯାହା ଫଳରେ ସେ ଶୋଇ ପାରନ୍ତି ନାହିଁ। ତାଙ୍କର ସମସ୍ତ ଶାନ୍ତି ଚାଲିଯାଇଛି। ଉପର ମହଲାରୁ କୁକୁଡ଼ାଟିକୁ ବାହାର କରିବାକୁ କହିଥିଲେ ।
ଅଭିଯୋଗକୁ ଆରଡିଓ ଅଧିକାରୀମାନେ ଗମ୍ଭୀରତାର ସହ ନେଇଥିଲେ। ତଦନ୍ତ ପରେ, ପ୍ରଶାସନ ସ୍ୱୀକାର କଲା ଯେ କୁକୁଡ଼ା ହିଁ ପ୍ରକୃତରେ ସମସ୍ୟାର ମୂଳ ଥିଲା। ଅନିଲ କୁମାର ଘରର ଛାତ ଉପରେ କୁକୁଡ଼ାଟିକୁ ରଖିଥିଲେ। ଏହି ପ୍ରସଙ୍ଗରେ କଥାବାର୍ତ୍ତା କରିବା ପାଇଁ ଅଧିକାରୀମାନେ ରାଧାକୃଷ୍ଣ କୁରୁପ ଏବଂ ଅନିଲ କୁମାର ଉଭୟଙ୍କୁ ଡକାଇଲେ।
କଥାବାର୍ତ୍ତା ପରେ, କୁକୁଡ଼ା କୋଠରୀକୁ ଉପର ମହଲାରୁ ଘରର ଦକ୍ଷିଣ ଭାଗକୁ ହଟାଇ ଦେବାକୁ ନିର୍ଦ୍ଦେଶ ଦିଆଗଲା, ଯାହା କୁରୁପଙ୍କ ବାସସ୍ଥାନଠାରୁ ଦୂରରେ ଥିଲା। ଏହି ଅଜବ ପଡ଼ୋଶୀ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ସୁନିଶ୍ଚିତ କରିବା ପାଇଁ ଏଥିପାଇଁ ୧୪ ଦିନର ସମୟ ସୀମା ଧାର୍ଯ୍ୟ କରାଯାଇଥିଲା ।