ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ରୁପାଲି ଗାଙ୍ଗୁଲ । ସେ ଧାରାବାହିକ ଅନୁପମାରେ ମୁଖ୍ୟ ଭୂମିକାରେ ଅଭିନୟ କରି ଘରେ ଘରେ ବେଶ୍ ପରିଚିତ । ହେଲେ ଅଭିନେତ୍ରୀ ରୁପାଲି ଗାଙ୍ଗୁଲି ଏବେ ବିବାଦରେ। ସାବତ ଝିଅଙ୍କ ବିରୋଧଷର ୫୦ କୋଟି ଟଙ୍କାର ମାନହାନି ମକଦ୍ଦମା କରିଛନ୍ତି ରୁପାଲି । ଜଣାଯାଇଛି ଯେ, ତାଙ୍କ ସାବତ ଝିଅ ୨୦୨୦ରେ ଲଗାଇଥିବା ଆରୋପ ଏବେ ପୁଣି ଥରେ ସାମ୍ନାକୁ ଆସିଛି, ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରୁପାଲି, ଅଶ୍ୱିନ କେ ବର୍ମାଙ୍କୁ ବିବାହ କରିଛନ୍ତି। ଏହା ଅଶ୍ୱିନଙ୍କ ତୃତୀୟ ବିବାହ। ତେବେ ଅଶ୍ୱିନଙ୍କ ଦ୍ୱିତୀୟ ବିବାହ ଭାଙ୍ଗି ତାଙ୍କୁ ରୂପାଲି ବିବାହ କରିଥିଲେ ବୋଲି ଦାବି କରିଥିଲେ ସାବତ ଝିଅ ଈଶା ବର୍ମା, ଯାହାକୁ ନେଇ ବିବାଦରେ ଅଛନ୍ତି ରୁପାଲି ।
ରୁପାଲି, ଈଶା ଓ ତାଙ୍କ ମା’ଙ୍କୁ ମାନସିକ ଓ ଶାରୀରିକ ସ୍ତରରେ ନିର୍ଯାତନା ଦେଇଥିବା ନେଇ ଦାବି କରିଥିଲେ ଈଶା । ଏଭଳି ଆରୋପ ପରେ ଚୁପ ଥିବା ରୁପାଲି ଏବେ ଆଇନର ବାଟ ଆପଣାଇଛନ୍ତି । ଈଶାଙ୍କ ଏଭଳି ଆରୋପ ପାଇଁ ସେ ତାଙ୍କ ବିରୋଧରେ ୫୦ କୋଟିର ମାନହାନି ମକଦ୍ଦମା କରିଥିବା ଜଣାଯାଇଛି । ନଭେମ୍ବର ୧୧ରେ ସେ ଏହି ମକଦ୍ଦମା କରିଥିବା ସାମ୍ନାକୁ ଆସିଛି । ଉଲ୍ଲେଖଯୋଗ୍ୟ, ୨୦୨୦ରେ ଈଶା ଦାବି କରିଥିଲେ ଯେ, ଏହା ଅତ୍ୟନ୍ତ ଦୁଃଖଦାୟକ । ରୁପାଲି ଗାଙ୍ଗୁଲିଙ୍କ ଅସଲ କାହାଣୀ କେହି ଜାଣନ୍ତି କି? ସେ ମୋ ବାପା ଅଶ୍ୱିନ କେ ବର୍ମାଙ୍କ ସହ ୧୨ବର୍ଷ ଧରି ଅନୈତିକ ସମ୍ପର୍କ ରଖିଥିଲେ। ଆମେ ସେତେବେଳେ ଛୋଟ ଥିଲୁ ବୋଲି କିଛି କରିପାରି ନ ଥିଲେ। ମୋ ବାପା ଆମ କଥା କି ଆମ ମା’ଙ୍କ କଥା ନ ଭାବି ରୂପାଲିଙ୍କ ସହ ସମୟ ବିତାଉଥିଲେ। ବାପା ମୁମ୍ବାଇ ଆସିବା ପୂର୍ବରୁ ୧୩-୧୪ ବର୍ଷ ପର୍ଯ୍ୟନ୍ତ ନ୍ୟୁ ଜର୍ସି ଏବଂ କାଲିଫର୍ଣ୍ଣିଆରେ ରହୁଥିଲେ। ହେଲେ ରୁପାଲିଙ୍କ ପାଇଁ ସେ ଆମକୁ ଛାଡ଼ି ମୁମ୍ବାଇ ଆସିଥିଲେ। ତାଙ୍କ ପାଇଁ ଆମ ଘର ଭାଙ୍ଗିଗଲା। ରୁପାଲି ସର୍ବଦା ଗଣମାଧ୍ୟମରେ ଦାବି କରନ୍ତି ଯେ ତାଙ୍କ ବିବାହିତ ଜୀବନ କେତେ ଭଲ। ହେଲେ ପ୍ରକୃତରେ ସେ ବାପାଙ୍କୁ ନିୟନ୍ତ୍ରଣ କରି ରଖିଛନ୍ତି । ଯେତେବେଳେ ବି ମୁଁ ମୋ ବାପାଙ୍କ ସହ କଥା ହେବାକୁ ଚେଷ୍ଟା କରେ, ସେ ପାଟି କରିବା ଆରମ୍ଭ କରନ୍ତି ଓ ଆମକୁ ହତ୍ୟା ଧମକ ଦିଅନ୍ତି।