ବାରାଣସୀ : ଏକାସାଙ୍ଗରେ ୪୦ କୁମାରୀ ହେଲେ ଗର୍ଭବତୀ । ଏହା ଜଣାପଡ଼ିବା ପରେ ଘର ଲୋକ ଆଶ୍ଚର୍ଯ୍ୟ । ବାରାଣସୀରୁ ଏପରି ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ସେଠାରେ ଥିବା ମଲହିୟା ଗାଁର ପ୍ରାୟ ୪୦ କୁମାରୀ ଯୁବତୀ ଗର୍ଭବତୀ ଥିବା ଜଣାଯାଇଛି । ଏ ସମ୍ପର୍କରେ ଗାଁର ମୁଖିଆଙ୍କୁ ଅବଗତ କରାଯିବା ପରେ ଯେଉଁ କଥା ସାମ୍ନାକୁ ଆସିଲା ତାହା ସମସ୍ତଙ୍କୁ ଚକିତ କରି ଦେଇଛି।
ବାରାଣସୀର ମହଲିୟା ଗ୍ରାମର ପ୍ରାୟ ୪୦ କୁମାରୀଙ୍କ ମୋବାଇଲ ଫୋନକୁ ମହିଳା ଏବଂ ବାଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏକ ବାର୍ତ୍ତା ବା ମେସେଜ ଆସିଥିଲା, ଯେଉଁଥିରେ ଲେଖାଯାଇଥିଲା, ଆପଣଙ୍କୁ ଶୁଭେଚ୍ଛା! ଆପଣଙ୍କ ଶିଶୁ ପୋଷଣ ଟ୍ରାକରରେ ସଫଳତା ପୂର୍ବକ ପଞ୍ଜିକୃତ ହୋଇଯାଇଛି। ଆପଣ ହୋମ ଭିଜିଟ ମାଧ୍ୟମରେ ସ୍ତନ୍ୟପାନ ଉପରେ ପରାମର୍ଶ, ବୃଦ୍ଧିମାପ, ସ୍ୱାସ୍ଥ୍ୟ ରେଫରାଲ ସେବା ଓ ଟିକାକରଣ ଭଳି ସେବାର ଲାଭ ଅଙ୍ଗନବାଡି କେନ୍ଦ୍ର ମାଧ୍ୟମରେ ଉଠାଇ ପାରିବେ। ଅଧିକ ସୂଚନା ପାଇଁ ୧୪୪୦୮ ନମ୍ବରରେ କଲ କରନ୍ତୁ, ମହିଳା ଏବଂ ବାଳ ବିକାଶ ମନ୍ତ୍ରଣାଳୟ।
ଏହି ମେସେଜ ପାଇବା ପରେ ସାରା ଗାଁରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଏହାପରେ ଗାଁ ମୁଖିଆ ମହିଳା ଓ ବାଳ ବିକାଶ ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ। ଯାଞ୍ଚ ପରେ ଜଣାପଡିଥିଲା କି ଏହା ଅଙ୍ଗନବାଡି କର୍ମୀଙ୍କ ଭୁଲ ଯୋଗୁଁ କୁମାରୀମାନଙ୍କ ନିକଟକୁ ମେସେଜ ଚାଲି ଯାଇଛି। କୁହାଯାଉଛି କି ଏହି ଯୁବତୀମାନେ ଭୋଟର ରେଜିଷ୍ଟ୍ରେଶନ ପାଇଁ ଯାଇଥିଲେ । ହେଲେ ଭୁଲବଶତଃ ପୋଷଣ ଟ୍ରାକରରେ ତାଙ୍କର ପଞ୍ଜୀକରଣ ହୋଇଯାଇଥିଲା। ସେଥିପାଇଁ ସମସ୍ତଙ୍କ ମୋବାଇଲକୁ ଗୋଟିଏ ବାର୍ତ୍ତା ଚାଲିଯାଇଥିଲା। ଯାଞ୍ଚ ପରେ ଅଙ୍ଗନବାଡି କର୍ମୀ ତାଙ୍କର ଭୁଲ ସ୍ୱୀକାର କରିଛନ୍ତି। ଅନ୍ୟପଟେ ସିଡିଓ ପୋଷଣ ଟ୍ରାକରରୁ ଏହି ତଥ୍ୟ ଶୀଘ୍ର ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଚେତାବନୀ ଦେଇଛନ୍ତି କି ଦ୍ୱିତୀୟ ଥର ଏମିତି ଭୁଲ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।