୩ଶହରୁ ଅଧିକ ବର୍ଷ ଶାସନ କରିଥିଲେ ମୋଗଲ

ନୂଆଦିଲ୍ଲୀ: ଭାରତରେ ପ୍ରଥମ ମୋଗଲ ଶାସନ ବାବର ଥିଲେ। ଯେ କି ୧୫୨୬ରେ ଭାରତ ଆସିଥିଲେ। ଏହା ପରେ ତାଙ୍କ ବଂଶଜ ଭାରତରେ ଶାସନ କରିଥିଲେ। ସେହିପରି ଭାରତରେ ଶେଷ ମୋଗଲ ଶାସନ ସମୟରେ ରାଜା ଥିଲେ ବାହାଦୁର ଶାହା ଜଫର ଦ୍ୱିତୀୟ। ଯିଏ ୧୮୫୭ରେ ହୋଇଥିବା ଯୁଦ୍ଧରେ ଇଂଗ୍ରାଜୀଙ୍କ ବିରୋଧରେ ଭାରତ ସାଥିରେ ଥିଲେ।

୧୮୫୭ରେ ଶେଷ ମୋଗଲ ବାଦଶାହା ଜଫରଙ୍କୁ ଇଂରାଜୀଙ୍କ ଶାସନ ଆଗରେ ଆତ୍ମସମର୍ପଣ କରିବାକୁ ପଡ଼ିଥିଲା। କାହିଁକି ନାଁ ସେ ଆଜାଦୀ ଲଢ଼େଇରେ ସାମିଲ ହୋଇ ଏହାର ନେତୃତ୍ୱ ନେଇଥିଲେ। ଶେଷ ମୋଗଲ ବାଦଶାହ ବାହାଦୁର ଶାହା ଜଫରଙ୍କୁ ବ୍ରିଟିଶ ମେଜର ହୋସନା ଧରିଥିଲେ।

୧୭ ସେପ୍ଟେମ୍ବରକୁ ବାହାଦୂର ଶାହା ଜଫରଙ୍କୁ ଲାଲ କିଲ୍ଲା ଛାଡ଼ି଼ିଥିଲେ। ୨୦ ସେପ୍ଟେମ୍ବରରେ ତାଙ୍କୁ ଇଂଗ୍ରାଜୀଙ୍କ ସାମ୍ନାରେ ଆତ୍ମସମର୍ପଣ କରିବାକୁ ପଡ଼ିଥିଲା। ୧୮୫୭ର ବିପ୍ଲବ ଇଂଗ୍ରାଜୀଙ୍କୁ ଥରାଇ ରଖିଥିଲା। ଏହାପରେ ଇଂରାଜୀମାନେ ପୁରୁଣା ଦିଲ୍ଲୀଙ୍କୁ ୩ମାସ ପର୍ଯ୍ୟନ୍ତ ଘେରାବନ୍ଦୀ କରି ରଖିଥିଲେ। ଏହା ପରେ ବିପ୍ଲବରେ ସାମିଲ ହୋଇଥିବା ଲୋକଙ୍କୁ ଇଂରାଜୀମାନେ ଜେଲରେ ଭର୍ତ୍ତି କରି ତାଙ୍କୁ ହତ୍ୟା କରିଥିଲେ।

ବାଦଶାହା ବାହାଦୁର ଶାହା ଜଫରଙ୍କୁ ସେତେବେଳେ ୪୯ ଜଣ ପିଲା ଥିଲେ। ସେମାନଙ୍କୁ ମଧ୍ୟରୁ ଇଂଗ୍ରାଜୀମାନେ ଅଧିକାଂଶଙ୍କୁ ହତ୍ୟା କରିଥିଲେ। ୨ଜଣ ଇଂଗ୍ରାଜୀମାନଙ୍କ କବଳରୁ ଖସି ପଳାଇଥିଲେ। ୧୮୫୭ରେ ଭାରତର ଶେଷ ମୋଗଲ ବାଦଶାହା ବାହାଦୁର ଶାହା ଜଫରଙ୍କୁ ବର୍ମାରେ କଏଦ କରି ରଖାଯାଇଥିଲା। ବର୍ମା ଏବେ ମିିୟାଂମାର ନାଁରେ ପରିଚିତ। ଯେଉଁଠାରେ ତାଙ୍କ ମୃତ୍ୟୁ ହୋଇଥିଲା।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *