ମୋ ବସ୍ ଯାତ୍ରୀଙ୍କ ପାଇଁ ଖୁସି ଖବର : ଏଣିକି ଘରେ ରହି କରିପାରିବେ ଟିକେଟ

ଭୁବନେଶ୍ୱର: ମୋ ବସ ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ଘରେ ରହି ଟିକେଟ କରିପାରିବେ ଯାତ୍ରୀ । ଯାତ୍ରୀଙ୍କ ସୁବିଧା ନିମନ୍ତେ କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ଏପରି ବଡ଼ ପଦକ୍ଷେପ ନେଇଛି। କ୍ରୁଟ୍ ଓପନ୍ ନେଟୱାର୍କ ର୍ଫ ଡିଜିଟାଲ୍ କମର୍ସ (ଓଏନ୍‌ଡିସି) ପ୍ଲାଟଫର୍ମରେ ଡିଜିଟାଲ୍ ଟିକେଟ୍ ବିକ୍ରେତା ଭାବରେ ପଞ୍ଜୀକୃତ ହୋଇଛି। ଯାହାଫଳରେ ଫୋନ୍ ପେ, ଗୁଗୁଲ ପେ ଭଳି ଆପ୍‌ରେ ଟିକେଟ କରି ପାରିବେ ଯାତ୍ରୀ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ, କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଏନ୍‌. ଥିରୁମାଲା ନାୟକ, ଓଏନ୍‌ଡ଼ିସିର ଉପସଭାପତି ନିତିନ ନାୟାର ପ୍ରମୁଖଙ୍କ ଉପସ୍ଥିତିରେ ମୋ ବସ୍ ଅନ୍‌ଲାଇନ୍ ଟିକେଟ୍‌ର ଶୁଭାରମ୍ଭ ହୋଇଛିି। ଏଣିତି ଜଣେ ଯାତ୍ରୀ ଫୋନ୍ ମାଧ୍ୟମରେ ବସ୍ ଟିକେଟ କରି ପାରିବେ। ସେଠାରୁ ଟିକେଟ୍ ଡାଉନଲୋଡ୍ ବି କରିପାରିବେ। ଟିକେଟର ମୂଲ୍ୟ ସିଧା ମୋ ବସ୍ ଆକାଉଣ୍ଟକୁ ଯିବ। ଚାଲା ମୋବିଲିଟି ପ୍ରାଇଭେଟ୍ ଲିମିଟେଡ୍ ହେଉଛି ଏହି ପ୍ଲାଟଫର୍ମର ପ୍ରଥମ କ୍ରେତା। ଏଥିରେ ଯାତ୍ରୀମାନଙ୍କୁ ଅନ୍‌ଲାଇନ୍ ଟିକଟ୍ କରିବାର ବିକଳ୍ପ ରହିଛି। ଜଣେ ସାଧାରଣ ଯାତ୍ରୀ ଯେ କୌଣସି ଓଏନ୍‌ଡିସି ଅନୁରୂପ ଆପ୍ ମାଧ୍ୟମରେ ମୋ ବସ୍ ଅନ୍‌ଲାଇନ୍ ଟିକେଟ୍ କ୍ରୟ କରିପାରିବେ। ପେର୍ପଲେସ୍ ଟିକଟ ପାଇଁ କ୍ରୁଟ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ଏନେଇ ଓଏନ୍‌ଡିସି ସହିତ ଚୁକ୍ତି ହୋଇଛି।

ସବୁଠୁ ବଡ଼କଥା ହେଲା ଖୁବ୍‌ଶୀଘ୍ର ରାଜ୍ୟ ସରକାରଙ୍କ ଓଡ଼ିଶା ମୋ ଯାତ୍ରୀ ଆପ୍ ଲଞ୍ଚ ହେବ । ଏଥିରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୨ ହଜାରରୁ ଅଧିକ ଅଟୋ ଓ କାର ପଞ୍ଜୀକୃତ ହୋଇସାରିଛନ୍ତି। ଓଲା, ଉବର ଭଳି ଏହି ଆପ୍ ମାଧ୍ୟମରେ ଜଣେ ଯାତ୍ରୀ ଗାଡି ବୁକିଂ କରି ପାରିବେ। ଖାଲି ସେତିକି ନୁହେଁ, ମୋ ବସ୍‌ରେ ଯିବାକୁ ଚାହୁଁଥିବା ଯାତ୍ରୀ ନିଜ ଘରୁ ବସି ଗୋଟିଏ ଟିକେଟ ବୁକିଂ କରିପାରିବେ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *