ଫିଲ୍ମର ଟିଜର ସୋସିଆଲ ମିଡିଆରେ ସେୟାର କଲେ ସଞ୍ଜୟ ଦତ୍ତ

ମୁମ୍ବାଇ: ସଞ୍ଜୟ ଦତ୍ତଙ୍କୁ ତାଙ୍କ ଦମଦାର ଅଭିନୟ ପାଇଁ ଦର୍ଶକ ବେଶ ପସନ୍ଦ କରନ୍ତି। ପ୍ରତି ଫିଲ୍ମରେ ତାଙ୍କର ଭିନ୍ନ ଅନ୍ଦାଜ ଦେଖି ଦର୍ଶକ ମଧ୍ୟ ଦିୱାନା ହୁଅନ୍ତି। ଏବେ ସଞ୍ଜୟ ଦତ୍ତଙ୍କୁ ହରର ଫିଲ୍ମରେ ଦେଖିବାକୁ ମିଳିବ। ତାଙ୍କ ଅପକମିଂ ଫିଲ୍ମ ଦ ଭୂତନୀର ଟିଜର ରିଲିଜ ହୋଇଛି। ଏହା ସହ ଫିଲ୍ମ ରିଲିଜର ଡେଟ୍ ମଧ୍ୟ ପ୍ରକାଶ କରାଯାଇଛି। ଫିଲ୍ମର ଟିଜରକୁ ସଞ୍ଜୟ ତାଙ୍କ ସୋସିଆଲ ଆକାଉଣ୍ଟରେ ସେୟାର କରି ଏହି ସୂଚନା ଦେଇଛନ୍ତି।

ଫିଲ୍ମରେ ସଞ୍ଜୟ ଦତ୍ତଙ୍କ ସହ ମୌନି ରୟ, ପଲକ ତିୱାରୀ, ସନି ସିଂହଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିବ। ଫିଲ୍ମରେ ମୌନିଙ୍କୁ ଭୂତନୀ ଚରିତ୍ରରେ ଦେଖିବାକୁ ପାଇବେ ଦର୍ଶକ। ଟିଜରରେ ମୌନିଙ୍କ ଅଭିନୟ ଦେଖି ଫ୍ୟାନ୍ସ ମଧ୍ୟ ଫିଲ୍ମକୁ ଅପେକ୍ଷା କରିଛନ୍ତି।

ଟିଜରରେ ସଞ୍ଜୟଙ୍କ ଲୁକ୍ ମଧ୍ୟ ଦେଖି ଫ୍ୟାନ୍ସ ମଧ୍ୟ ଫିଦା ହୋଇଛନ୍ତି। ଟିଜରରେ ସଞ୍ଜୟଙ୍କ ଚରିତ୍ରକୁ ନେଇ ଢ଼େର ସାରା କମେଣ୍ଟ କରିଛନ୍ତି ଫ୍ୟାନ୍ସ। ଫିଲ୍ମ ଏପ୍ରିଲ ୧୮ରେ ପରଦାକୁ ଆସିବ। ଫିଲ୍ମ ପ୍ରେମ କାହାଣୀକୁ ନେଇ ଗତିଶୀଳ ହୋଇଛି। ଫିଲ୍ମ କାହାଣୀ ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ମେକରର୍ସ ଭାବିଛନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *