ସ୍ୱାମୀଙ୍କ ଭର୍ଚୁଆଲ ବୁଡ଼ ପକାଇଲେ ସ୍ତ୍ରୀ

ପ୍ରୟାଗରାଜ :ପ୍ରୟାଗରାଜରେ ଦେଢ଼ ମାସ ଧରି ଚାଲିଥିବା ମହାକୁମ୍ଭ ମେଳା ବୁଧବାର ମହାଶିବରାତ୍ରି ଅବସରରେ ଶେଷ ହେବ। ଏହି ମେଳାରେ ଦେଶ ବିଦେଶରୁ ବହୁ ଶଦ୍ଧାଳୁ ଯୋଗଦେବା ସହ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇ ପବିତ୍ର ସ୍ନାନ କରିଥିଲେ। ଏହାରି ମଧ୍ୟରେ ମଙ୍ଗଳବାର ସଙ୍ଗମର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ମହିଳା ନିଜ ସ୍ୱାମୀଙ୍କ ଭର୍ଚୁଆଲ ବୁଡ଼ ପାଇଁ ହାତରେ ଧରିଥିବା ମୋବାଇଲକୁ ସଙ୍ଗମ ଜଳରେ ବୁଡ଼ାଇଥିଲେ।

ଶିଳ୍ପା ଚୌହାନ ନାମ୍ନୀ ଜଣେ ମହିଳା ନିଜ ସ୍ୱାମୀଙ୍କ ବିନା ମହାକୁମ୍ଭ ମେଳାକୁ ଆସିଥିଲେ। ସଙ୍ଗମରେ ନିଜେ ବୁଡ଼ ପକାଇବା ପୂର୍ବରୁ ସେ ତାଙ୍କ ସ୍ୱାମୀ ଆଦିତ୍ୟ ଚୌହାନଙ୍କୁ ଭିଡିଓ କଲ୍ କରିଥିଲେ। ସ୍ୱାମୀ ନିଜ ବେଡ୍ ଉପରେ ବସି ଭିଡିଓ କଲ୍ ଜରିଆରେ ସଙ୍ଗମର ପରିବେଶକୁ ଉପଭୋଗ କରିଥିଲେ। ସ୍ୱାମୀଙ୍କ ଭର୍ଚୁଆଲ ବୁଡ଼ ପାଇଁ ଶିଳ୍ପା ତାଙ୍କ ମୋବାଇଲକୁ ୩ ଥର ସଙ୍ଗମ ଜଳରେ ବୁଡ଼ାଇ ଥିଲେ। ଏହି ସମୟରେ ଭିଡିଓ କଲ୍‌ରେ ଥିବା ଶିଳ୍ପାଙ୍କ ସ୍ୱାମୀ ହାତ ଯୋଡ଼ି ନିଜ ମୋବାଇଲକୁ ଚାହିଁ ରହିଥିଲେ।

ସଙ୍ଗମରେ ବୁଡ଼ ପକାଉଥିବାର ଭିଡିଓକୁ ଶିଳ୍ପା ତାଙ୍କ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି। ଗୋଟିଏ ଭିଡିଓରେ ସେ ତାଙ୍କ ମୋବାଇଲ ଫୋନ୍‌କୁ ସଙ୍ଗମ ଜଳରେ ବୁଡ଼ାଇ ସ୍ୱାମୀଙ୍କୁ ଭର୍ଚୁଆଲ ସ୍ନାନ କରାଇଥିବାବେଳେ ଅନ୍ୟ ଏକ ଭିଡିଓରେ ସେ ସଙ୍ଗମ କୂଳରେ ପୂଜାର୍ଚ୍ଚନା କରୁଥିବାର ଦେଖିବାକୁ ମିଳିଛି। ସେହିପରି ଶିଳ୍ପା ନିଜେ ସଙ୍ଗମରେ ବୁଡ଼ ପକାଉଥିବା ନେଇ ଆଉ ଏକ ଭିଡିଓ ମଧ୍ୟ ଅପ୍‌ଲୋଡ୍ କରିଛନ୍ତି। ତେବେ ସ୍ୱାମୀଙ୍କୁ ଭର୍ଚୁଆଲ ସ୍ନାନ କରାଉଥିବାର ଶିଳ୍ପାଙ୍କ ଭିଡିଓ ଇନ୍‌ଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *