ହିନ୍ଦୁଧର୍ମରେ ଅନେକ ଗଛ ଅଛି ଯାହାକୁ ପୂଜା କରାଯାଏ। ଯେଉଁଥିରେ ତୁଳସୀ ଏବଂ ସମି ଗଛର ମଧ୍ୟ ନାମ ଅଛି। ଏହା ସହ ଅଳାଁଗଛକୁ ମଧ୍ୟ ପୂଜା କରାଯାଏ। ଏହାର ଧାର୍ମିକ ଏବଂ ବୈଜ୍ଞାନିକ ମହତ୍ୱ ରହିଛି।ହେଲେ ଆଜି ଆମେ ଜାଣିବା ବାସ୍ତୁ ଅନୁସାରେ ଏହାକୁ ଘରେ ଲଗାଇବାର ନିୟମ କ’ଣ ରହିଛି। କୁହାଯାଏ ଅଳାଁ ଗଛରେ ଭଗବାନ ବିଷ୍ଣୁ ରୁହନ୍ତି।
ଅଳାଁ ଗଛକୁ ଯଦି ପ୍ରତିଦିନ ପୂଜାର୍ଚ୍ଚନା କରିବ ତେବେ ଘରକୁ ସୁଖ ଶାନ୍ତି ଆସିବ। ଏହା ସହ ଘରେ ନକରାତ୍ମକ ଶକ୍ତି ଦୂରେଇ ଯାଇ ସକରାତ୍ମକତା ଶକ୍ତି ଆସେ। ଘରେ ଅଳାଁ ଗଛ ଲଗାଇବାର ସଠିକ୍ ଦିନ ହେଉଛି ଶୁକ୍ଲପକ୍ଷର ଏକାଦଶୀ ଦିନ। କୁହାଯାଏ ଏହି ଦିନ ଘରେ ଅଳାଁ ଗଛ ଲଗାଇଲେ ଘରେ କେବେ ଅଶାନ୍ତି ଲାଗିବନି।
ଏହା ବ୍ୟତୀତ ଗୁରୁବାର, ଶୁକ୍ରବାର, ଅକ୍ଷୟ ନବମୀ, ଏବଂ ଏକାଦଶୀ ଦିନରେ ମଧ୍ୟ ଘରେ ଅଳାଁ ଗଛ ଲଗାଇପାରିବେ। ଏହା ଦ୍ୱାର ପାରିବାରିକ ଜୀବନ ସୁଖମୟ ହେବ। ଘରେ ଆର୍ଥିକ ପରିିସ୍ଥିତିର ସୁଧାର ଆସିବ। ଭଗବାନଙ୍କ କୃପା ଘର ପରିବାର ଲୋକଙ୍କ ଉପରେ ରହିବ। ଏହା ସହ ଅଟକି ଯାଇଥିବା କାମ ମଧ୍ୟ ପୁରଣ ହେବ।