ସିନ୍ଦୁ ନଦୀକୁ ଖସିଲା ବରଯାତ୍ରୀ ବସ୍, ୧୬ ମୃତ

ନୂଆଦିଲ୍ଲୀ: ସିନ୍ଦୁ ନଦୀକୁ ଖସିଲା ବରଯାତ୍ରୀ ବସ୍। ଦୁର୍ଘଟଣାରେ ଚାଲିଗଲା ୧୬ ଜଣଙ୍କ ଜୀବନ । ପାକିସ୍ତାନ ଅଧିକୃତ କଶ୍ମୀରର ଗିଲଗିତ-ବାଲ୍ଟିସ୍ତାନ ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା।

ସୂଚନା ମୁତାବକ, ଏକ ବିବାହ ସମାରୋହରେ ଯୋଗ ଦେବା ପାଇଁ ବରଯାତ୍ରୀକୁ ନେଇ ଏହି ବସ୍ ପଞ୍ଜାବର ଚକଓ୍ୱାଲ ଜିଲ୍ଲା ଆଡକୁ ଯାଉଥିଲା। ତେବେ ରାସ୍ତାରେ ତେଲଚି ପୋଲ ପାର୍ ହେବା ବେଳେ ନିୟନ୍ତ୍ରଣ ହରାଇ ବସ୍ଟି ସିନ୍ଧୁ ନଦୀକୁ ଖସି ପଡିଛି। ନଦୀରୁ ୧୬ ଜଣଙ୍କ ମୃତଦେହ ଉଦ୍ଧାର କରଯାଇଛି। ସେହିପରି ଜଣେ ମହିଳା ଆହତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ଘଟଣା ସମ୍ପର୍କରେ ପୋଲିସ ସୂଚନା ଦେଇଛି ଯେ ଦୁର୍ଘଟଣା ସମୟରେ ବସରେ ବସିଥିବା ସମସ୍ତ ଲୋକ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଉଥିଲେ । ବାଟରେ ଏଭଳି ଦୁର୍ଘଟଣା ଘଟିଛି । ତୁରନ୍ତ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବସରେ ବସିଥିବା ଲୋକଙ୍କୁ ଖୋଜାଖୋଜି କରିବା ପରେ ୧୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅନ୍ୟ ଲୋକଙ୍କୁ ଖୋଜାଖୋଜି କରାଯାଉଛି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *