ଭାଗ୍ୟ ବଦଳାଇ ଦେଲେ ମହାଦେବ

ନୂଆଦିଲ୍ଲୀ: ହଂସରାଜ ରଘୁବଂଶୀ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ, ଯିଏ ନିଜ ପ୍ରତିଭା ଦ୍ୱାରା ଲୋକଙ୍କ ହୃଦୟରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ସେ ଜଣେ ଜଣାଶୁଣା ଗାୟକ, ସଂଗୀତଜ୍ଞ ଏବଂ ଲେଖକ। ସେ ଅନେକ ହିଟ୍ ଗୀତ ଦେଇଛନ୍ତି, ଯାହା ଯୋଗୁଁ ସେ କିଛି ଦିନ ମଧ୍ୟରେ କୋଟି କୋଟି ଲୋକଙ୍କ ପସନ୍ଦ ପାଲଟିଗଲେ। ସେ ଭଗବାନ ଶିବଙ୍କ ସହ ଜଡିତ କିଛି ଗୀତ ଗାଇଛନ୍ତି, ଯେଉଁଥିରୁ ଡମରୁ ୱାଲେ ବାବା ତାଙ୍କର ପ୍ରସିଦ୍ଧ ଗୀତ। ଯାହାକୁ ଲୋକମାନେ ବହୁତ ପସନ୍ଦ କରିଥିଲେ ଏବଂ ଏହି ଗୀତଟି ଆସିବା ମାତ୍ରେ ଏହା ବହୁତ ଶୀଘ୍ର ଭାଇରାଲ ହୋଇଯାଇଥିଲା।

ହିମାଚଳପ୍ରଦେଶର ମାଙ୍ଗଲ ନାମକ ଏକ ଗାଁରେ ଜନ୍ମିତ ହଂସରାଜ ପାଠପଢାରେ ଦୁର୍ବଳ ଥିଲେ ମଧ୍ୟ ଗୀତ ଗାଇବାରେ ତାଙ୍କର ପ୍ରବଳ ରୁଚି ଥିଲା । ଘରର ଆର୍ଥୀକ ସ୍ଥିତି ଖରାପ ଥିବା ଯୋଗୁଁ ଯେଉଁ କଲେଜରେ ସେ ପାଠ ପଢୁଥିଲେ ସେଠାକାର କ୍ୟାଣ୍ଟିନରେ ହିଁ ବାସନ ମାଜିବା କାମ କରିଥିଲେ । କୁହନ୍ତି , ସଂଘର୍ଷ ହିଁ ସଫଳତାର ବାଟ କଢାଏ । ଏହା ହଂସରାଜଙ୍କ କ୍ଷେତ୍ରରେ ଶତପ୍ରତିଶତ ସତ ହୋଇଛି କହିଲେ କିଛି ଭୁଲ୍ ହେବନି । ସେତେବେଳେ ଟଙ୍କା ପାଇଁ କ୍ୟାଣ୍ଟିନରେ ବଡ଼ ବଡ଼ ହଣ୍ଡା ମାଜୁଥିବା ଯୁବକ ଆଜିର ସମୟରେ ଲକ୍ଷ ଲକ୍ଷ ଯୁବକଙ୍କ ଆଇକନ୍ ପାଲଟିଛନ୍ତି ।

ହଂସରାଜ କିଛି ସମୟ ପାଇଁ ଦିନମଜୁରିଆ କାମ ମଧ୍ୟ କରିଥିଲେ ଏବଂ ସେତେବେଳେ ହିଁ ନିଜ କ୍ୟାରିୟରର ପ୍ରଥମ ଗୀତ ‘ବାବା ଜୀ’ କମ୍ପୋଜ୍ କରି ସେ ୟୁଟ୍ୟୁବରେ ପୋଷ୍ଟ୍ କରିଥିଲେ । ୨୦୧୮ ରେ ତାଙ୍କର କିଛି ଭଜନ ୟୁଟ୍ୟୁବକୁ ଆସିଥିଲା କିନ୍ତୁ ସେତେଟା ଲୋକପ୍ରିୟତା ସାଉଁଟି ପାରିନଥିଲା । ଏହାର ଠିକ୍ ବର୍ଷକ ପରେ ୨୦୧୯ ରେ ଆସିଲା , ମେରା ଭୋଲା ହେ ଭଣ୍ଡାରୀ କରେଁ ନନ୍ଦି କି ସୱାରୀ ଭଜନ । ଭଜନଟି ସଂଗୀତପ୍ରେମୀଙ୍କୁ ଏତେ ମନ୍ତ୍ରମୁଗ୍ଧ କଲା ଯେ ମ୍ୟୁଜିକ୍ ଭିଡିଓଟି କିଛି ଦିନରେ ହିଁ ମିଲିୟନ୍ ଭ୍ୟୁଜ୍ କ୍ରସ୍ କରିଥିଲା ଏବଂ ଖୁବ୍ ଚର୍ଚ୍ଚାରେ ରହିଥିଲା । ଏହାପରେ ହଂସରାଜଙ୍କ ପାଖାପାଖି ୫୦ ରୁ ଅଧିକ ଭଜନ ସଂଗୀତ ୟୁଟ୍ୟୁବରେ ପୋଷ୍ଟ୍ କରାଯାଇଛି ।

ପ୍ରକୃତିପ୍ରେମୀ ହଂସରାଜ କୁତ୍ରିମ ସେଟରେ ଭଜନ ସୁଟିଂ କରିବା ବଦଳରେ କାହିଁକି ସବୁବେଳେ ପ୍ରକୃତିରେ ସୁଟିଂ କରିବାକୁ ପସନ୍ଦ କରନ୍ତି ଏହି ପ୍ରଶ୍ନରେ ସେ କୁହନ୍ତି , ‘ପ୍ରକୃତିରେ ମହାଦେବଙ୍କ ଅନୁଭବ ହୋଇଥାଏ । ଯାହା କୁତ୍ରିମ ସେଟରେ ହୋଇପାରେନାହିଁ। ମୋ ପ୍ରତିଟି ଭଜନରେ ଶିବଙ୍କ ପ୍ରତି ଭକ୍ତିଭାବ ରହିଥାଏ । ଭଜନ ସୁଟିଂ କଲାବେଳେ ମୁଁ ଭୋଳାବାବାଙ୍କ ଭକ୍ତିରେ ଲୀନ ହୋଇଯାଏ ଏବଂ କେତେବେଳେ ଆଖିରୁ ଲୁହ ବାହାରିଆସେ ଜଣାପଡେନାହିଁ । ଆଉ ସେହି ସମୟରେ ମତେ ସାରା ସଂସାର ଶିବମୟ ଦେଖାଯାଏ ’।

ଶୁଦ୍ଧ ଶାକାହାରୀ ଜୀବନଚର୍ଯ୍ୟା ଆପଣାଉଥିବା ହଂସରାଜ ରଘୁବଂଶୀ ଘର ବ୍ୟତିତ ବାହାରର କୌଣସି ଖାଦ୍ୟ ଖାଆନ୍ତି ନାହିଁ କି ନିଶା କରନ୍ତି ନାହିଁ । ଏମିତିକି ପାର୍ଟି , କ୍ଲବ୍ , ଡିସ୍କୋ ଆଦି ଠାରୁ ଦୂରେଇ ରୁହନ୍ତି ଏହି ଲୋକପ୍ରିୟ ସିଙ୍ଗର୍ । ଜଟାଧାରୀଙ୍କ ଭକ୍ତ ହୋଇଥିବାରୁ ହଂସରାଜ ମଧ୍ୟ ଜଟା ରଖିବାକୁ ପସନ୍ଦ କରନ୍ତି । ପିଲାବେଳୁ ଭୋଳାବାବାଙ୍କ ଭକ୍ତ ହୋଇଥିଲେ ହେଁ ପ୍ରଥମ ଗୀତରୁ ସେ ଚୁଟି ରଖିବା ଆରମ୍ଭ କରିଥିଲେ । ଯାହା ବର୍ତ୍ତମାନ ଜଟାର ଆକୃତି ନେଇଛି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *