୧୩ ଲକ୍ଷରୁ ଅଧିକ ଟଙ୍କାରେ ନିଲାମ ହେଲା ମାର୍କ ଜୁକରବର୍ଗଙ୍କ ପୁରୁଣା ହୁଡି

ନୂଆଦିଲ୍ଲୀ: ନିଲାମ ହେଲା ମେଟାର ସିଇଓ ମାର୍କ ଜୁକରବର୍ଗଙ୍କ ହୁଡ଼ି । ତାହା ପୁଣି ୧୩ ଲକ୍ଷ ଟଙ୍କାରୁ ଅଧିକରେ । ଏହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଜୁକର ବର୍ଗଙ୍କ ଏହି ପୁରୁଣା ହୁଡି ନିଲାମରେ ୧୫ ହଜାର ଡଲାର (୧୩,୦୯୮୬୬ ଟଙ୍କା)ରେ ବିକ୍ରି ହୋଇଛି। ଏହି ଅର୍ଥ ସ୍କୁଲ ପିଲାଙ୍କ ପାଇଁ ଖର୍ଚ୍ଚ କରାଯିବ ।

ଏହି ହୁଡି ଫେସବୁକର ଆରମ୍ଭ ଦିନରୁ ଅଛି, ଯେଉଁଥିରେ ମେଟାଙ୍କ ସଂସ୍ଥାପକଙ୍କ ହାତରୁ ଲେଖାଯାଇଥିବା ଏକ ଚିଠି ଅଛି। ନୋଟ ଫେସବୁକ ଷ୍ଟେସନାରୀରେ ଲେଖାଯାଇଥିଲା। ମାର୍କ ଜୁକରବର୍ଗଙ୍କ ହୁଡିକୁ ଜୁଲିୟନ୍ସ ଗୁରୁବାର ଦିନ ସ୍ପଟଲାଇଟ-ହିଷ୍ଟ୍ରୀ ଆଣ୍ଡ ଟେକ୍ନୋଲୋଜୀ ନିଲାମୀ ଭାବେ ବିକ୍ରି କରିଛନ୍ତି। ଅନୁମାନ ଲଗାଯାଇଥିଲା ଯେ, ଏହାର ମୂଲ୍ୟ ୧ ହଜାର ଡଲାର ରୁ ୨ ହଜାର ମଧ୍ୟରେ ହେବ। ହେଲେ ଏହା ଅନୁମାନଠାରୁ ଆହୁରି ଅଧିକ ଟଙ୍କା ୧୫ ହଜାର ୮୭୫ ଡଲାରରେ ବିକ୍ରି ହେଲା।ଏହି ହୁଡି ମାର୍କ ଜୁକର ବର୍ଗ ଅନେକ ସଫଳତାପୂର୍ଣ୍ଣ ଇଭେଣ୍ଟରେ ପିନ୍ଧିଛନ୍ତି। ତେବେ ମିଳିଥିବା ସୂଚନା ମୁତାବକ, ନିଲାମୀରୁ ମିଳିଥିବା ଏହି ଆୟ ଟେକ୍ସାସରେ ସ୍ଲୁଲ ପିଲାଙ୍କ ପାଇଁ ଖର୍ଚ୍ଚ କରାଯିବ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *