ପ୍ରେମିକାର ପାଗଳାମୀ : ପ୍ରେମିକଙ୍କୁ ବିଦ୍ୟୁତ୍ ଆଘାତ ଦେଇ ପ୍ରସବ ଯନ୍ତ୍ରଣା ଅନୁଭବ କରାଇଲେ

ନୂଆଦିଲ୍ଲୀ: ପ୍ରେମିକାର ଅଜବ ପାଗଳାମୀ । ପ୍ରେମିକଙ୍କୁ ବିଦ୍ୟୁତ୍ ଆଘାତ ଦେଇ ପ୍ରସବ ଯନ୍ତ୍ରଣା ଅନୁଭବ କରାଇଲେ ପ୍ରେମିକା । ଏହା ପ୍ରେମିକଙ୍କ ଜୀବନକୁ ବିପଦରେ ପକାଇଛି । ଏନେଇ ପ୍ରେମିକଙ୍କ ମାଆ ଥାନାରେ ଅଭିଯୋଗ କରିଛନ୍ତି । ଏମିତି କି ନିର୍ବନ୍ଧକୁ ମଧ୍ୟ ଭାଙ୍ଗି ଦେଇଛନ୍ତି । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଚୀନ୍‌ରେ । ଏହି ଘଟଣା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ହେନାନ୍ ପ୍ରଦେଶର ଜଣେ ଯୁବତୀ ବିବାହ ପୂର୍ବରୁ ତାଙ୍କ ପ୍ରେମିକଙ୍କୁ ପ୍ରସବ ଯନ୍ତ୍ରଣା ବୁଝାଇବାକୁ ଚେଷ୍ଟା କରିଥିଲେ । ସେ ଅବୁଝା ହେବାରୁ ତାଙ୍କୁ ପ୍ରସବ ଯନ୍ତ୍ରଣା ସିମୁଲେସନ୍ କେନ୍ଦ୍ରକୁ ନେଇଗଲେ । ଅବଶ୍ୟ ଯୁବକ ଜଣକ ପ୍ରଥମେ ମନା କରିଥିଲେ । କିନ୍ତୁ ପରେ ସେ ରାଜି ହୋଇଥିଲେ । ସେଣ୍ଟରରେ ପ୍ରେମିକଙ୍କ ଚର୍ମ ଏବଂ ମାଂସପେଶୀକୁ ଉତ୍ତେଜିତ କରିବା ପାଇଁ କେନ୍ଦ୍ରରେ ବିଦ୍ୟୁତ୍ ପ୍ରବାହ ଦିଆଯାଇଥିଲା, ଯାହା ଦ୍ୱାରା ସେ ପ୍ରସବ ସମୟରେ ଗର୍ଭାଶୟ ସଙ୍କୋଚନର ଯନ୍ତ୍ରଣା ଅନୁଭବ କରିଥିଲେ ।

ପ୍ରଥମ ୯୦ ମିନିଟ୍ ମଧ୍ୟରେ ତାଙ୍କର ଯନ୍ତ୍ରଣା ଧୀରେ ଧୀରେ ବଢ଼ିଥିଲା, ଯାହା ପରେ ଏହା ଅଧିକ ତୀବ୍ର ହୋଇଥିଲା । ଲେବଲ ୧୦ ରେ ଯୁବକ ଜଣକ ଚିତ୍କାର କରିବାକୁ ଲାଗିଥିଲେ । ଯନ୍ତ୍ରଣା ଅସହ୍ୟ ହୋଇପଡ଼ିବାରୁ ସେ ଜୋର ଜୋରରେ ନିଶ୍ୱାସ ନେବାରେ ଲାଗିଲେ । ଯୁବକଙ୍କ ଶରୀରରୁ ପ୍ରବଳ ଝାଳ ବାହାରିବା ସହ ବାନ୍ତି ଆରମ୍ଭ ହୋଇଯାଇଥିଲା । ଏହାର ଗୋଟିଏ ସପ୍ତାହ ପରେ ଯୁବକଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରମାନେ ଜାଣିପାରିଲେ ଯେ ତାଙ୍କର ଛୋଟ ଅନ୍ତ କ୍ଷତିଗ୍ରସ୍ତ ହୋଇଛି ।

ମହିଳା ଜଣକ ସୋସିଆଲ ମିଡିଆରେ କହିଛନ୍ତି ଯେ, ତାଙ୍କ ମାଆ ଏବଂ ଭଉଣୀଙ୍କ ମତରେ ବିବାହ ପୂର୍ବରୁ ତାଙ୍କ ପ୍ରେମିକଙ୍କୁ ମହିଳାମାନେ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜଗୁଡ଼ିକୁ ଅନୁଭବ କରିବା ଉଚିତ । ଅବଶ୍ୟ ଏହି ପରୀକ୍ଷା ପରେ ପୁଅଟିର ଜୀବନ ବିପଦରେ ପଡିଛିି । ଏବେ ଯୁବକଙ୍କ ମାଆ ନିର୍ବନ୍ଧ ଭାଙ୍ଗି ଦେଇଛନ୍ତି । ଯୁବତୀଙ୍କ ପରିବାର ବିରୁଦ୍ଧରେ ମାମଲା ରୁଜୁ କରିଛନ୍ତି । ଅନ୍ୟପଟେ ମହିଳା ଜଣକ ଦାବି କରିଛନ୍ତି ଯେ ଯେପର୍ଯ୍ୟନ୍ତ ତାଙ୍କ ପ୍ରେମିକ ସୁସ୍ଥ ନ ହୋଇଛନ୍ତି, ସେ ତାଙ୍କର ସମ୍ପୂର୍ଣ୍ଣ ଦାୟିତ୍ୱ ନେବେ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *