ନୂଆଦିଲ୍ଲୀ: ଚିନ୍ତା ବଢ଼ାଉଛି ଡାଇବେଟିସ୍। ମଧୁମେହ ପାଇଁ ଅଧିକ ପ୍ରଭାବିତ ହେଉଛନ୍ତି ମହିଳା। ବିଶ୍ୱ ମଧୁମେହ ଦିବସ ପୂର୍ବରୁ ଏକ ରିପୋର୍ଟରେ କୁହାଯାଇଛି ଯେ ଦେଶର ୮୬% ଭାରତୀୟ ମଧୁମେହ କାରଣରୁ ଚିନ୍ତାର ଶିକାର ହେଉଛନ୍ତି । ଆନ୍ତର୍ଜାତୀୟ ମଧୁମେହ ମହାସଂଘ ଦ୍ୱାରା ଭାରତ ସମେତ ୭ଟି ଦେଶରେ ସର୍ଭେ କରାଯାଇ କୁହାଯାଇଛି ଯେ ମଧୁମେହ ରୋଗୀଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଅଧିକ ପ୍ରଭାବିକ ପକାଉଛି।
ମଧୁମେହ ରୋଗୀଙ୍କ ମାନସିକ ସ୍ୱାସ୍ଥ୍ୟ ପ୍ରଭାବିତ ହେବାର ସବୁଠୁ ସାଧାରଣ କଥା ହେଉଛି ଟେନସନରେ ରହିବା। ରୋଗକୁ ଅଧିକ ଜଟିଳତାର ସହ ଭାବି ନେବା ସହ ଖାଇବା ପିଇବା ଠିକ୍ ସେ ନକରିବା ଯାହା ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଖରାପ କରିଦିଏ। ମଧୁମେହରେ ପୀଡ଼ିତ ପାଖାପାଖି ୯୦ ପ୍ରତିଶତ ମହିଳା କହିଛନ୍ତି କି ତାଙ୍କ ମାନସିକ ଅବସ୍ଥା ଠିକ୍ ରହୁନାହିଁ।
ଏଥିସହ, ୮୫% ମଧୁମେହ ରୋଗୀ କହିଛନ୍ତି ଯେ ଏହାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବାବେଳେ ସେମାନେ ମାନସିକ ସ୍ତରରେ ଥକ୍କା ଅନୁଭବ କରନ୍ତି।ସର୍ବେକ୍ଷଣରୁ ଜଣାପଡିଛି ଯେ ବିଶ୍ୱରେ ମଧୁମେହ ରୋଗୀଙ୍କ ମଧ୍ୟରୁ ୭୭ ପ୍ରତିଶତ ଲୋକ ମଧୁମେହ ହେତୁ ଚିନ୍ତା ଏବଂ ଉଦାସୀନତା ଅନୁଭବ କରିଛନ୍ତି। ଆନ୍ତର୍ଜାତୀୟ ଡାଇବେଟିସ୍ ଫେଡେରେଶନର ସଭାପତି ପ୍ରଫେସର ପିଟର ସ୍କ୍ୱାର୍ କହିଛନ୍ତି: “ମଧୁମେହ ଉଭୟ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ଡାଇବେଟିସ ନିୟନ୍ତ୍ରଣ କରିବା ମୁଖ୍ୟ ଲକ୍ଷ୍ୟ ହେଲା ଦୈନଦିନ ଜୀବନରେ ଚୀନର ବ୍ୟବହାରକୁ ବନ୍ଦ କରିବା। ନଚେତ ଚିନି କମ୍ ବ୍ୟବହାର କରିବା। ଯାହା ପାଇଁ ରୋଗୀ ଚିନ୍ତାରେ ପଡ଼ି ଯାଆନ୍ତି। ମଧୁମେହ ରୋଗୀଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ରକ୍ତ ଶର୍କରା ବାହାରେ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସେ କହିଥିଲେ। ଏହି ସର୍ଭେରେ ଭାରତ, ବ୍ରାଜିଲ, ଇଣ୍ଡୋନେସିଆ, ପାକିସ୍ଥାନ, ଦକ୍ଷିଣ ଆଫ୍ରିକା, ସ୍ପେନ୍ ଏବଂ ଆମେରିକା ସମେତ ସାତୋଟି ଦେଶର ୧,୮୮୦ ଜଣ ବ୍ୟକ୍ତି ସାମିଲ ହୋଇଥିଲେ।