ଭୁବନେଶ୍ୱର: ପୋଲିସ କର୍ମଚାରୀମାନଙ୍କ ପାଇଁ ଖୁସି ଖବର । ଏଣିକି ୭ ବର୍ଷ ଚାକରି କରିବା ପରେ ଜଣେ ଏସ୍ଆଇ ହୋଇପାରିବେ ଇନ୍ସପେକ୍ଟର । ରାଜ୍ୟ ସରକାର ପୋଲିସ ବିଭାଗରେ ପଦୋନ୍ନତି ନେଇ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତିି। ଏହାଦ୍ୱାରା ପୋଲିସ ଏସ୍ଆଇ ଭାବେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ପଦୋନ୍ନତି ପାଇଁ ଆଉ ୧୦ ବର୍ଷକୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଏଣିକି ୭ ବର୍ଷ ପରେ ଜଣେ ଏସ୍ଆଇ ହୋଇପାରିବେ ଇନ୍ସପେକ୍ଟର।
ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ପଦୋନ୍ନତିକୁ ୧୦ ବର୍ଷରୁ ୭ ବର୍ଷକୁ ହ୍ରାସ କରି ଦିଆଯାଇଛି। ପୂର୍ବରୁ ୧୦ ବର୍ଷ ପରେ ଜଣେ ଏସ୍ଆଇରୁ ଇନ୍ସପେକ୍ଟର ପଦବି ପାଇଁ ପଦୋନ୍ନତି ପାଉଥିଲେ। ରାଜ୍ୟ ସରକାରଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦ୍ୱାରା ପୋଲିସ କର୍ମଚାରୀମାନଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି। ଅପରପକ୍ଷେ ସେମାନେ ଭଲ କାମ କରିବେ ବୋଲି ମଧ୍ୟ ଆଶା କରାଯାଉଛି।