ଆଇସକ୍ରିମରୁ ବାହାରିଲା ସାପ : ଭାଇରାଲ୍ ହେଲା ଫଟୋ

ନୂଆଦିଲ୍ଲୀ : ପ୍ରାୟ ଅଧିକାଂଶ ଲୋକେ ଆଇସକ୍ରିମ୍ ଖାଇବାକୁ ବହୁତ ଭଲ ଲାଗେ । ଖାସ୍ କରି ପିଲାମାନେ ଆଇସକ୍ରିମ୍ ଖାଇବାକୁ ଅଧିକ ପସନ୍ଦ କରନ୍ତି। ଆଇସକ୍ରିମ୍ ଦେଖୁ ଦେଖୁ ଖାଇବାକୁ ଜିଦ୍ ଧରନ୍ତି । ହେଲେ ଭାବନ୍ତୁ ଆପଣ ଗୋଟିଏ ଦୋକାନକୁ ଆଇସକ୍ରିମ୍ କିଣି ଖାଇବାକୁ ଯାଇଥିବେ , କଭର୍ ଚିରୁ ଚିରୁ ଆଇସକ୍ରିମରେ ସାପଟିଏ ବାହାରିବ ତାହାହେଲେ ଆପଣଙ୍କ ପ୍ରତିକ୍ରିୟା କ’ଣ ରହିବ ? ହେଲେ ଏବେ ଏମିତି ଏକ ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି, ଯେଉଁଥିରେ ଆଇସ୍‌କ୍ରିମ ଭିତରୁ ଏକ ସାପ ବାହାରିଛି । ଏହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଘଟଣାଟି ହେଉଛି ସୁଦୂର ଥାଇଲ୍ୟାଣ୍ଡର । ଥାଇଲ୍ୟାଣ୍ଡ ମୁୱାଙ୍ଗ ରଟଚାବୁରୀ ଅଞ୍ଚଳରେ ରହୁଥିବା ଯୁବକ ରେବାନ୍ ନକ୍ଲିୟାଙ୍ଗବୁନ୍ ଦୋକାନରୁ ଗୋଟିଏ ବ୍ଲାକ୍ ବିନ୍ ଆଇସକ୍ରିମ୍ କିଣିଥିଲେ । ଆଉ ଯେତେବେଳେ ଆଇସକ୍ରିମର କଭର୍ ଖୋଲିଥିଲେ , ତାହା ଭିତରେ ଯାହା ଦେଖିଲେ ତାଙ୍କ ହୋସ୍ ଉଡ଼ିଗଲା। ସେ ଗୋଟିଏ ମଲା ସାପ ଆଇସକ୍ରିମରେ ଥିବା ଦେଖିବାକୁ ପାଇଲେ । ସାପଟି କୌଣସି ସାଧାରଣ ପ୍ରଜାତୀର ସାପ ନୁହଁ ବରଂ ଗୋଲ୍େଡନ୍ ଟ୍ରି ସ୍ନେକ୍ ଥିଲା । ଯାହାର ଲମ୍ବ ପାଖାପାଖି ୭୦ ରୁ ୧୩୦ ସେ.ମିର ହୋଇଥାଏ । କିନ୍ତୁ ଆଇସକ୍ରିମରେ ଜମିଥିବା ସାପଟିର ଲମ୍ବ ୨୦ ରୁ ୪୦ ସେ.ମିର ଥିଲା । ଯେଉଁଥିରୁ ଜଣାପଡୁଛି ଯେ ଏହା ଏକ ସାପ ଛୁଆ ।

ସୋସିଆଲ୍ ମିଡିଆରେ ଆଇସକ୍ରିମ୍‌ର ଫଟୋ ଭାଇରାଲ୍ ହେବା ପରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଭାଇରାଲ୍ ଫଟୋକୁ ନେଇ ଭିନ୍ନ ଭିନ୍ନ ମତ ଦେଉଛନ୍ତି । କିଏ ରାସ୍ତାକଡ଼ରେ ବିକ୍ରି ହେଉଥିବା ଖାଦ୍ୟରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଉଛନ୍ତି ତ ଆଉ କିଏ ମଜାରେ ଫ୍ରି ପ୍ରୋଟିନ୍ ସପ୍ଲିମେଣ୍ଟ ମିଳିଥିବା କଥା କହୁଛନ୍ତି । ତେବେ ଏମିତି ଆଇସକ୍ରିମରୁ ସାପ ବାହାରିବା ଘଟଣା ପ୍ରଥମ ନୁହଁ ଏହା ପୂର୍ବରୁ ଆଇସକ୍ରିମ୍‌ରୁ କଟା ଆଙ୍ଗୁଠି ମିଳିଥିବା ନଜିର ରହିଛି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *