ଶରୀରକୁ ସୁସ୍ଥ ରଖେ ପାଚିଲା ଅମୃତ ଭଣ୍ଡା

ଭୁବନେଶ୍ୱର: ବର୍ଷ ସାରା ପାଚିଲା ଅମୃତ ଭଣ୍ଡା ମିଳିଥାଏ। ଏଥିରେ ଅନକ ପ୍ରକାର ଆଣ୍ଟି ଅକ୍ସିଡାଣ୍ଟ ରହିଥାଏ। ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଶରୀରକୁ ଏକ ଫ୍ରେସ ଫିଲିଂ ଦେଇଥାଏ ପାଚିଲା ଅମୃତ ଭଣ୍ଡା। ଏକ ଛୋଟିଆ ପାଚିଲା ଅମୃତ ଭଣ୍ଡାରେ ଶତ ପ୍ରତିଶତ ଭିଟାମିନ ସି ମିଳିଥାଏ। ଏହା ହୃଦୟ ରୋଗରୁ ଦୂରରେ ରଖିବା ସହ ଅନେକ ଫାଇଦା ଦେଇଥାଏ।

ଖାଲି ସେତିକି ନୁହେଁ ଏକ ପାଚିଲା ଅମୃତ ଭଣ୍ଡାରେ ଭିଟାମିନ ଏ, ଫାଇବର, କପର, ମାଗ୍ନେସିୟମ, ପୋଟାସିୟମ ଓ ପ୍ୟାଣ୍ଟେଥେନିକ ଏସିଡରେ ଭରପୁର ରହିଥାଏ। ଏକ ମିଡିୟମ ସାଇଜ ପାଚିଲା ଅମୃତ ଭଣ୍ଡାରେ ୧୧୯ କ୍ୟାଲୋରି, ୧.୩ ଗ୍ରାମ ପ୍ରୋଟିନ୍‌, ୧ ଗ୍ରାମରୁ କମ ଫ୍ୟାଟ, ୪.୭ ଗ୍ରାମ ଡାଇଟ୍ରି ଫାଇବର ଓ ୨୧.୫୮ ଗ୍ରାମ ସୁଗାର ରହିଥାଏ। ଫାଇବର ଥିବା ଯୋଗୁଁ ଅମୃତ ଭଣ୍ଡା ଖାଇଲେ କୋଷ୍ଠ କାଠିନ୍ୟ ସମସ୍ୟାରୁ ବି ମୁକ୍ତି ମିଳିଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ଦିଅନ୍ତି।

ଖାଦ୍ୟ ଖାଇବା ପରେ ପାଚିଲା ଅମୃତ ଭଣ୍ଡା ଖାଇଲେ ସୁଗାର ଲେଭଲ ନିୟନ୍ତ୍ରିତ ରହିଥାଏ। ଏଣୁ ମଧୁମେହ ରୋଗୀ ମଧ୍ୟ ଏହି ଫଳ ଖାଇ ପାରିବେ। ଓଜନ ନିୟନ୍ତ୍ରଣ କରିବାକୁ ଚାହୁଁଥିଲେ ଖାଇବାର ଦୁଇ ଘଣ୍ଟା ପୂର୍ବରୁ ପାଚିଲା ଅମୃତ ଭଣ୍ଡା ଖାଇବାକୁ ପରାମର୍ଶ ଦିଅନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। କାରଣ ଏହା ଫଳରେ ପାଚନତନ୍ତ୍ର ସକ୍ରିୟ ରହିଥାଏ ଓ ଓଜନ କମ କରିବାରେ ସହାୟକ ମିଳିଥାଏ। ପ୍ରତିଦିନ ପାଚିଲା ଅମୃତ ଭଣ୍ଡା ଖାଇବା ଦ୍ୱାରା ଶରୀରରେ ସକରାତ୍ମକ କୋଲେଷ୍ଟ୍ରଲ ଲେଭଲ ବୃଦ୍ଧି ପାଇଥାଏ। ସ୍କିନ ଟୋନ ଉପରେ ଏହାର ପ୍ରଭାବ ରହୁଥିବାରୁ ଏହା ସ୍କିନ ଏଜିଂକୁ ରୋକିଥାଏ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *