ନୂଆଦିଲ୍ଲୀ: ୧୧ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଛି ୨୧ଟି ଦେଶର ସର୍ବୋଚ୍ଚ ସମ୍ମାନ । ୨୧ଟି ଦେଶ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେମାନଙ୍କର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିଛନ୍ତି। ନିକଟରେ ମୋଦି ମରିସସ ଗସ୍ତରେ ଅଛନ୍ତି। ଏହି ସମୟରେ, ମରିସସର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ସର୍ବୋଚ୍ଚ ସମ୍ମାନ, ଗ୍ରାଣ୍ଡ କମାଣ୍ଡର ଅଫ ଦି ଅର୍ଡର ଅଫ ଦି ଷ୍ଟାର ଆଣ୍ଡ କି ଅଫ ଦି ଇଣ୍ଡିଆନ ଓସେନରେ ସମ୍ମାନିତ କରିବାକୁ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏହି ସମ୍ମାନ ପାଇବାରେ ପ୍ରଥମ ଭାରତୀୟ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଶ୍ୱର ବିଭିନ୍ନ ସ୍ଥାନରୁ ମିଳିଥିବା ପ୍ରମୁଖ ସମ୍ମାନ
୨୦୧୬ – ସାଉଦି ଆରବର ସର୍ବୋଚ୍ଚ ନାଗରିକ ସମ୍ମାନ। ରାଜା ଅବଦୁଲଅଜିଜ ସାସ
୨୦୧୬ – ଆଫଗାନିସ୍ତାନର ସର୍ବୋଚ୍ଚ ନାଗରିକ ସମ୍ମାନ। ଗାଜି ଆମିର ଅମାନୁଲ୍ଲା ଖାନଙ୍କ ରାଜ୍ୟ ଅର୍ଡର
୨୦୧୮ – ବିଦେଶର ବିଶିଷ୍ଟ ବ୍ୟକ୍ତିଙ୍କୁ ଦିଆଯାଉଥିବା ପାଲେଷ୍ଟାଇନର ସର୍ବୋଚ୍ଚ ସମ୍ମାନ ପ୍ରଦାନ। ଗ୍ରାଣ୍ଡ କଲାର ଅଫ ଦ ଷ୍ଟେଟ ଅଫ ଫିଲିସ୍ତିନ
୨୦୧୯ – ସଂଯୁକ୍ତ ଆରବ ଏମିରେଟ୍ସର ସର୍ବୋଚ୍ଚ ନାଗରିକ ସମ୍ମାନ। ଅର୍ଡର ଅଫ ଜାୟଦ
୨୦୧୯- ରୁଷିଆର ସର୍ବୋଚ୍ଚ ନାଗରିକ ସମ୍ମାନ (୨୦୧୯ରେ ଘୋଷିତ, ୨୦୨୪ରେ ପ୍ରଦାନ)। ଅର୍ଡର ଅଫ ସେଣ୍ଟ ଆଣ୍ଡ୍ରୁ ଦି ଆପୋଷ୍ଟଲ
୨୦୧୯ – ବିଦେଶର ବିଶିଷ୍ଟ ବ୍ୟକ୍ତିଙ୍କୁ ଦିଆଯାଉଥିବା ମାଳଦ୍ୱୀପର ସର୍ବୋଚ୍ଚ ସମ୍ମାନ ପ୍ରଦାନ। ଅର୍ଡର ଅଫ ଦି ଡିଷ୍ଟିଙ୍ଗୁଇଷ୍ଟ ରୁଲ ଅଫ ନିଶାନ ଇଜ୍ଜୁଦ୍ଦିନ
୨୦୧୯ – ବାହାରିନର ସର୍ବୋଚ୍ଚ ସମ୍ମାନ। କିଙ୍ଗ ହମାଦ ଅର୍ଡର ଅଫ ଦି ରେନେସାଁ
୨୦୨୦ – ବିଦେଶର ବିଶିଷ୍ଟ ବ୍ୟକ୍ତିଙ୍କୁ ଦିଆଯାଉଥିବା ଆମେରିକାର ସର୍ବୋଚ୍ଚ ସମ୍ମାନ ପ୍ରଦାନ। ଲିଜନ ଅଫ ମେରିଟ (ଡିଗ୍ରୀ ଚିଫ କମାଣ୍ଡର)
୨୦୨୧ – ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ (୨୦୨୧ରେ ଘୋଷିତ, ୨୦୨୪ରେ ପ୍ରଦାନ)। ଅର୍ଡର ଅଫ ଦି ଡ୍ରୁକ ଗ୍ୟାଲପୋ
୨୦୨୩- ଫିଜିର ସର୍ବୋଚ୍ଚ ସମ୍ମାନ। କମ୍ପାନିୟନ ଅଫ ଦି ଅର୍ଡର ଅଫ ଫିଜି
୨୦୨୩ – ପାପୁଆ ନ୍ୟୁଗିନିର ସର୍ବୋଚ୍ଚ ସମ୍ମାନ। ଗ୍ରାଣ୍ଡ କମ୍ପାନିୟନ ଅଫ ଦି ଅର୍ଡର ଅଫ ଲୋଗୋହୁ
୨୦୨୩ – ପାଲାଉର ସର୍ବୋଚ୍ଚ ସମ୍ମାନ। ଏବାକାଲ ପୁରସ୍କାର
୨୦୨୩ – ମିଶ୍ରର ସର୍ବୋଚ୍ଚ ରାଜକୀୟ ସମ୍ମାନ। ଅର୍ଡର ଅଫ ନାଇଲ
୨୦୨୩ ଫ୍ରାନ୍ସର ସର୍ବୋଚ୍ଚ ସମ୍ମାନ। ଗ୍ରାଣ୍ଡ କ୍ରସ ଅଫ ଦି ଅର୍ଡର ଅଫ ଅନର
୨୦୨୩ – ଗ୍ରୀସର ସର୍ବୋଚ୍ଚ ସମ୍ମାନ। ଦ ଗ୍ରାଣ୍ଡ କ୍ରସ ଅଫ ଦ ଅର୍ଡର ଅଫ ଅନର
୨୦୨୪ ନାଇଜେରିଆର ଜାତୀୟ ପୁରସ୍କାର। ଗ୍ରାଣ୍ଡ କମାଣ୍ଡର ଅଫ ଦି ଅର୍ଡର ଅଫ ନାଇଜର
୨୦୨୪- ଗାଏନାର ସର୍ବୋଚ୍ଚ ଜାତୀୟ ପୁରସ୍କାର। ଦ ଅର୍ଡର ଅଫ ଏକ୍ସିଲେନ୍ସି
୨୦୨୪ – ଡୋମିନିକାର ସର୍ବୋଚ୍ଚ ଜାତୀୟ ପୁରସ୍କାର। ଡୋମିନିକା ଆୱାର୍ଡ ଅଫ ଅନର
୨୦୨୪ – ବାରବାଡୋସର ସର୍ବୋଚ୍ଚ ସମ୍ମାନ। ଅନରାରୀ ଅର୍ଡର ଅଫ ଫ୍ରିଡମ ଅଫ ବାରବାଡୋସ
୨୦୨୪ – କୁଏତର ଜାତୀୟ ପୁରସ୍କାର। ଦ ଅର୍ଡର ଅଫ ମୁବାରକ ଅଲ-କବୀର
୨୦୨୫ – ମରିସସର ସର୍ବୋଚ୍ଚ ସମ୍ମାନ, ଦ ଗ୍ରାଣ୍ଡ କମାଣ୍ଡର ଅଫ ଦି ଅର୍ଡର ଅଫ ଦି ଷ୍ଟାର ଆଣ୍ଡ କି ଅଫ ଦି ଇଣ୍ଡିଆନ ଓସେନର।