ମୁମ୍ବାଇ: ପରଦାକୁ ଆସିବ ବିକି କୌଶଲଙ୍କ ନୂଆ ଫିଲ୍ମ। ନୂଆ ଲୁକ୍ରେ ନଜର ଆସିବେ ଏହି ଫିଲ୍ମରେ ବିକି। ଯାହାର ନା ରହିଛି ‘ମହାଅବତାର’। ସାମ୍ନାକୁ ଆସିଛି ଫିଲ୍ମର ପ୍ରଥମ ଲୁକ୍ ପୋଷ୍ଟର। ବିକିଙ୍କୁ ଦର୍ଶକ କେବେ ଏପରି ଅବତାରରେ ଦେଖି ନାହାଁନ୍ତି। ଏହି ଚଳଚ୍ଚିତ୍ର ପାଇଁ ସେ ଦୀନେଶ ଭାଇଜାନଙ୍କ ସହ ହାତ ମିଳାଇଛନ୍ତି, ଯିଏ ହରର -କମେଡି ଚଳଚ୍ଚିତ୍ର ‘ସ୍ତ୍ରୀ’ ଏବଂ ‘ସ୍ତ୍ରୀ-୨’ ପାଇଁ ଜଣାଶୁଣା। ୨୦୨୬ ମସିହାରେ ଦୁଇ ବର୍ଷ ପରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବ।
ଅମର କୌଶିକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ପୌରାଣିକ କଥାବସ୍ତୁ ଉପରେ ଆଧାରିତ। ବିକି ଏହି ଫିଲ୍ମରେ ଚିରଞ୍ଜୀବୀ ପର୍ଶୁରାମଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ତେବେ ଏହି ଫିଲ୍ମ ଟି ଦୀନେଶ ବିଜାନଙ୍କ ପ୍ରଡକ୍ସନ୍ ହାଉସ୍ ମ୍ୟାଡଡକ୍ ଫିଲ୍ମସ୍ ବ୍ୟାନରରେ ନିର୍ମିତ ହେବାକୁ ଯାଉଛି।
ତେବେ ମହାବତାର ଫିଲ୍ମରେ ବିକି କୌଶଲ ବଡବଡ ଦାଢି, ନିଶ ଓ ଲମ୍ବା କେଶରେ ନଜର ଆସୁଛନ୍ତି। ତାଙ୍କ ଉଗ୍ର ରୂପ ଦେଖିଲେ ଫ୍ୟାନ୍ସ ନିଶ୍ଚୟ ଚକିତ ହୋଇପଡିବେ। ସେ ହାତରେ ଏକ କୁରାଢି ଧରିଥିବାର ମଧ୍ୟ ନଜର ଆସିଛନ୍ତି। ଫିଲ୍ମର ପୋଷ୍ଟର ସହିତ ନିର୍ମାତାମାନେ ‘ମହାବତାର’ର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରିଛନ୍ତି। ଏହି ଫିଲ୍ମଟି ୨୦୨୬ ମସିହା ଖ୍ରୀଷ୍ଟମାସ ଅବସରରେ ମୁକ୍ତିଲାଭ କରିବ। ତେବେ ବିକି କୌଶଲଙ୍କ ଏହି ଲୁକକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି।